ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଗୁରୁବାର କରନ୍ତୁ ଏହି ୪ ଉପାୟ: ପ୍ରଗତି ଆସିବ, ଧନସମ୍ପତ୍ତିର ହେବ ବର୍ଷା

Published By : Harapriya Sethi | March 20, 2025 7:28 AM

ଗୁରୁବାରକୁ ଭଗବାନ ବିଷ୍ଣୁ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। ଗୁରୁବାର ଦିନ ବ୍ରହ୍ମାଣ୍ଡର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ ନାମ ନେଇ ଉପବାସ ଏବଂ ତାଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ରୋଗ ଏବଂ କଷ୍ଟ ଦୂର ହୋଇଥାଏ । କେବଳ ସେତିକି ନୁହେଁ, ଜୀବନରେ ସୁଖ, ଶାନ୍ତି ଏବଂ ସଫଳତା ମଧ୍ୟ ପ୍ରାପ୍ତ ହୁଏ । ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ବଡ଼ ଗ୍ରହ ବୃହସ୍ପତିଙ୍କୁ ଗୁରୁ ମାନ୍ୟତା ଦିଆଯାଇଛି । ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରର ଗୁରୁତ୍ୱ ବୁଝାଇବା ସହିତ କିଛି ବିଶେଷ ଉପାୟ ମଧ୍ୟ ଦିଆଯାଇଛି । ଏହି ଉପାୟଗୁଡ଼ିକୁ କରିବା ଦ୍ୱାରା ଜୀବନରେ ଉନ୍ନତି ହୁଏ ଏବଂ ଧନ ସହିତ ଭାଗ୍ୟରେ ଗୁରୁଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ । ଜୀବନରେ ପ୍ରଗତି ଏବଂ ସୌଭାଗ୍ୟ ପାଇଁ ଗୁରୁବାର ଦିନ କଣ କରିବା ଉଚିତ ଆସନ୍ତୁ ଜାଣିବା...

ଜୀବନରେ ସଫଳତା ଆଣିବ ଏହି ଉପାୟ-

ଗୁରୁବାର ଦିନ ସର୍ବ ପ୍ରଥମେ ଶଯ୍ୟା ତ୍ୟାଗ କରି ସ୍ନାନ କରନ୍ତୁ ଏବଂ ଏହାପରେ ଇଶ୍ୱରଙ୍କୁ ଶ୍ମରଣ କରନ୍ତୁ । ଏହା ପରେ ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ ପୂଜା କରନ୍ତୁ । ପୂଜା କରିବା ସମୟରେ ଭଗବାନ ବୃହସ୍ପତିଙ୍କ ପ୍ରାର୍ଥନା ପଢନ୍ତୁ । ପ୍ରାର୍ଥନା ପାଠ କରିବା ପରେ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏବଂ ଧୂପ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାର ସହ ତାଙ୍କ ପୂଜାର୍ଚ୍ଚନା କରନ୍ତୁ । ଏହା ସହିତ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ସଫଳତା ମିଳିଥାଏ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ବିବାହର ସମ୍ଭାବନା ସୃଷ୍ଟି କରିବା ପାଇଁ ଆପଣାନ୍ତୁ ଏହି ଉପାୟ-

ଯଦି ବିବାହରେ କୌଣସି ବାଧା ଆସୁଥାଏ, ତେବେ ଗୁରୁବାର ଦିନ ଉପବାସ କରନ୍ତୁ ଏବଂ କଦଳୀ ଗଛ ପୂଜା କରନ୍ତୁ। ଏହି ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ହଳଦିଆ ରଙ୍ଗର ଫଳ, ଫୁଲ ଏବଂ ବସ୍ତ୍ର ଇତ୍ୟାଦି ହଳଦିଆ ବସ୍ତୁ ଦାନ କରନ୍ତୁ। ଏହା ସହିତ ସକାଳେ ଘରର ମୁଖ୍ୟ ଫାଟକ ପାଖରେ ଚଣା ଡାଲି ଏବଂ କିଛି ଗୁଡ଼ ରଖନ୍ତୁ । ଏପରି କରିବା ଦ୍ୱାରା ଖୁବ୍‌ ଶୀଘ୍ର ବିବାହର ଯୋଗ ଫିଟିବ ଏବଂ ଭାଗ୍ୟରେ ବୃହସ୍ପତିଙ୍କ ସ୍ଥିତି ଦୃଢ଼ ହେବ ।

ଚାକିରି ଏବଂ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବ ଏହି ଉପାୟ-

ଯଦି ଆପଣ ଚାକିରି ଖୋଜିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିମ୍ବା ଆପଣଙ୍କ ବ୍ୟବସାୟ ସଫଳ ହେଉନାହିଁ, ତେବେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଚଣା ଡାଲି ସହ କିଛି କେସର ଅର୍ପଣ କରନ୍ତୁ। ଏହା ସହିତ ଘରୁ ବାହାରକୁ ଯିବା ସମୟରେ, ଆପଣଙ୍କ ମଥାରେ କେସର ଏବଂ ଚନ୍ଦନର ତିଳକ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ଆପଣଙ୍କର ସମସ୍ତ କାମରେ ସଫଳତା ପାଇବେ । ଚାକିରି ଏବଂ ବ୍ୟବସାୟ ସହିତ ଜଡିତ ସମସ୍ୟାର ମଧ୍ୟ ସମାଧାନ ହେବ ।

ଅର୍ଥ ସମ୍ବନ୍ଧୀୟ ସମସ୍ୟାର ଦୂର କରିବ ଏହି ଉପାୟ-

ଯଦି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଗୁରୁବାର ଦିନ କୌଣସି ପ୍ରକାରର କାରବାର କରିବାରୁ ଦୂରେଇ ରୁହନ୍ତୁ । ଏହି ଦିନ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ଋଣ ନିଅନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହି ଦିନ ଶିକ୍ଷା ସହିତ ଜଡିତ ଜିନିଷ ଯଥା କଲମ, ପୁସ୍ତକ, ଧାର୍ମିକ ପୁସ୍ତକ ଇତ୍ୟାଦି ଦାନ କରନ୍ତୁ । ଏହା କରିବା ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ ଏବଂ ଆପଣ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳତା ପାଇପାରିବେ। ଆପଣଙ୍କ ଜୀବନରୁ ଅର୍ଥର ଅଭାବ ଦୂର ହେବ ଏବଂ ଆପଣଙ୍କର ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.