ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ନୂଆ ଗଭର୍ଣ୍ଣର; ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ

Published By : Soubhagya Ranjan | December 9, 2024 5:46 PM

ନୂଆଦିଲ୍ଲୀ,୦୯/୧୨: ଆରବିଆଇର ନୂଆ ଗଭର୍ଣ୍ଣର ହେବେ ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା। ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ରହିବ। ସେ ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ।  ତେବେ ସେ ଏହି ଡିସେମ୍ବର ୧୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ ତାରିଖରେ ଶେଷ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମସିହାରେ ଆର୍ଥିକ ସେବା ବିଭାଗ (ଡିଏଫଏସ୍) ସଚିବ ସଞ୍ଜୟ ମାଲ୍‌ହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିର୍ଦ୍ଦେଶକ ଭାବରେ ନାମାଙ୍କିତ କରିଥିଲେ।

ସଞ୍ଚୟ ମାଲହୋତ୍ରା ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ନଭେମ୍ବର ୨୦୨୦ ରେ ଆର୍‌ଇସି ର ଚେୟାରମ୍ୟାନ୍ ଏବଂ ଏମ୍‌ଡି ହୋଇଥିଲେ। ଏହାପୂର୍ବରୁ ସେ ଶକ୍ତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ। ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁରରୁ ତାଙ୍କ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ସେଠାରେ ସେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର୍ସ ସମାପ୍ତ କରିଥିଲେ। ଗତ ୩୦ ବର୍ଷ ଧରି ମାଲହୋତ୍ରା ଶକ୍ତି, ଅର୍ଥ, ଟିକସ, ଆଇଟି ଏବଂ ମାଇନ୍ସ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। 

ରିଜର୍ଭ ବ୍ୟାଙ୍କର କାର୍ଯ୍ୟକାରିତାକୁ କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ଦେଖାରଖା କରିଥାଏ ଏବଂ ଏଥିରେ ସଞ୍ଜୟ ମାଲହୋତ୍ରାଙ୍କ ଅଭିଜ୍ଞତା ଅଛି। ତେଣୁ କୁହାଯାଉଛି ଯେ ସରକାର ତାଙ୍କୁ ଗଭର୍ଣ୍ଣର ପଦରେ ନିଯୁକ୍ତ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିନିୟମ ଅନୁଯାୟୀ ଏହି ବୋର୍ଡ ସରକାର ଗଠନ କରିଥାଆନ୍ତି। ୪ ବର୍ଷ ପାଇଁ ସରକାର ନିର୍ଦ୍ଦେଶକ ନିଯୁକ୍ତ କିମ୍ବା ମନୋନୀତ କରନ୍ତି। ବୋର୍ଡର ଦୁଇଟି ଭାଗ ଅଛି, ପ୍ରଥମଟି ହେଉଛି ଅଫିସିଆଲ ଡାଇରେକ୍ଟର, ଯେଉଁଥିରେ ଫୁଲ ଟାଇମ୍‌ ଗଭର୍ଣ୍ଣର ଏବଂ ସର୍ବାଧିକ ୪ ଜଣ ଡେପୁଟି ଡାଇରେକ୍ଟର ରହିଛନ୍ତି। ଅନ୍ୟପକ୍ଷରେ ନନ୍‌ ଅଫିସିଆଲ ଡାଇରେକ୍ଟରରେ ୨ଜଣ ସରକାରୀ ଅଧିକାରୀଙ୍କ ସମେତ ମୋଟ ୧୦ ଜଣ ଡାଇରେକ୍ଟରଙ୍କୁ ମନୋନିତ କରାଯାଇଥାଏ। ଅନ୍ୟଥିରେ ୪ଜଣ ଡାଇରେକ୍ଟରଙ୍କୁ ୪ଟି ବୋର୍ଡରେ ସାମିଲ କରାଯାଇଥାଏ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.