ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ପଞ୍ଜାବରେ ପାଣିକୁ ନେଇ ଘମାସାନ, ଶୁକ୍ରବାର ଅଲ୍ ପାର୍ଟି ମିଟିଂ ଡକାଇଲେ ମୁଖ୍ୟମନ୍ତ୍ରୀ

Published By : Prameya | May 1, 2025 9:34 PM

ପଞ୍ଜାବଳ ୧/୫ : ପଞ୍ଜାବ- ହରିୟାଣାରେ ପାଣିକୁ ନେଇ ଘମାସାନ । ଏହା ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଜଳ ସଂକଟକୁ ନେଇ ଶୁକ୍ରବାର ଅଲ୍ ପାର୍ଟି ମିଟିଂ ଡାକିଛନ୍ତି । ଯେଉଁଥିରେ ପାଣିକୁ ନେଇ ସବୁ ଦଳ ମଧ୍ୟରେ ଏକତା ରଖାଯିବ । ଏହାସହ ପଞ୍ଜାବର ସିଏମ୍ ଭଗବନ୍ତ ମାନ ସୋମବାର ବିଧାନସଭାରେ ବିଶେଷ ଅଧିବେଶନ ଡକାଇଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ସକାଳ ୧୦ଟାବେଳେ ପଞ୍ଜାବ ଭବନ‌‌ରେ ଅଲ୍ ପାର୍ଟି ମିଟିଂ ହେବ ।

ବୈଠକରେ କେନ୍ଦ୍ର ଦ୍ବାରା ପଞ୍ଜାବର ପାଣି ଛଡ଼ାଇନେବା ଉପରେ ଚର୍ଚ୍ଚା ହେବ । ଏହାସହ ଭାଖଡ଼ା ବ୍ୟାସ ପ୍ରବନ୍ଧନ ବୋର୍ଡ଼(ବିବିଏମବି)ର ଅପବ୍ୟବହାର ଏବଂ ହରିୟାଣାକୁ ବେଆଇନ ପାଣି ଦେବା ଉପରେ ବି ପ୍ରଶ୍ନ ଉଠାଯିବ । ପଞ୍ଜାବ ସରକାର ଜଳ ସଙ୍କଟକୁ ନେଇ ସୋମବାର ବିଧାନସଭାର ବିଶେଷ ଅଧିବେଶନ ଡକାଯିବାର ଘୋଷଣା କରିଛନ୍ତି । ପାଣିର ସମସ୍ୟା ଉପରେ ବିଶେଷ ଅଧିବେଶନରେ ପ୍ରସ୍ତାବ ଅଣାଯିବ । କୁହାଯାଇଛି କି ପଞ୍ଜାବର ହକର ଲଢେଇରେ ସବୁ ଦଳକୁ ଏକଜୁଟ କରିବାକୁ ପ୍ରୟାସରେ ଭଗବନ୍ତ ଲାଗିପଡ଼ିଛନ୍ତି । ଜଣାପଡ଼ିଛି କି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବୁଧବାର ବିଜେପି ଉପରେ ହରିୟାଣା ଏବଂ କେନ୍ଦ୍ରରେ ନିଜ ସରକାରୀ କଳର ଅପବ୍ୟବହାର କରି ପଞ୍ଜାବରୁ ପାଣି ଛଡ଼ାଇବା ନେଇ ଷଡ଼ଯନ୍ତ୍ର କରାଯିବାକୁ ନେଇ ଅଭିଯୋଗ ଲଗାଇଛନ୍ତି । ସେ ସ୍ପଷ୍ଟ ରୂପରେ କହିଛନ୍ତି କି ରାଜ୍ୟ ପାଖରେ କୌଣସି ଅନ୍ୟ ରାଜ୍ୟ ସହ ବାଣ୍ଟିବାକୁ ମୁନ୍ଦାଏ ବି ପାଣି ନାହିଁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.