ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ପହଲଗାମ ଆତଙ୍କୀଙ୍କୁ ଶାହଙ୍କ ଚେତାବନୀ, କହିଲେ 'ଖୋଜି ଖୋଜି ମାରିବୁ…ଏହା ମୋଦୀଙ୍କ ଭାରତ'…

Published By : Prameya | May 1, 2025 7:01 PM

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ଭୟରେ କମ୍ପୁଛି ପାକିସ୍ତାନ। ଏହି ସମୟରେ,ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଆଜି (ଗୁରୁବାର) ସମ୍ବୋଧିତ କରିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ମାଲିକ ମାନଙ୍କୁ ଚେତାବନୀ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଯଦି କେହି କାପୁରୁଷ ଆକ୍ରମଣ କରେ ଏବଂ ଭାବେ ଯେ ଏହା ତାଙ୍କର ବିଜୟ, ତେବେ ସେମାନେ ବୁଝିବା ଉଚିତ ଯେ, ଆମେ ଖୋଜି ଖୋଜି ପ୍ରତିଶୋଧ ନେବୁ । ଏହା ହେଉଛି ନରେନ୍ଦ୍ର ମୋଦିଙ୍କ ଭାରତ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି କି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ, ତାହା ପୂର୍ବୋତର ହେଉ କି ବାମପନ୍ଥୀ ଉଗ୍ରବାଦର କ୍ଷେତ୍ର ହେଉ କିମ୍ବା କାଶ୍ମୀରରେ ଆତଙ୍କବାଦର ଛାଇ ହେଉ, ଆମେ ସବୁକିଛିର କଡ଼ା ଜବାବ ଦେଇଛୁ। ଯଦି କେହି ଭାବୁଛନ୍ତି ଯେ କାପୁରୁଷ ଆକ୍ରମଣ କରି ସେ ଏକ ବଡ଼ ବିଜୟ ହାସଲ କରିଛନ୍ତି, ତେବେ ବୁଝନ୍ତୁ ଯେ ଏହା ନରେନ୍ଦ୍ର ମୋଦି ସରକାର, କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ଏହି ଦେଶର ପ୍ରତ୍ୟେକ ଇଞ୍ଚରୁ ଆତଙ୍କବାଦକୁ ମୂଳପୋଛ କରିବା ଆମର ସଂକଳ୍ପ ଏବଂ ଏହା ପ୍ରମାଣିତ ହେବ।"

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ ଶେଷ ନହେବା ପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ ଏବଂ ଯେଉଁମାନେ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ।"ଆଜି ମୁଁ ଜନ ସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ୯୦ ଦଶକରୁ କାଶ୍ମୀରରେ ଆତଙ୍କବାଦ ଚଳାଇ ଆସୁଥିବା ଲୋକଙ୍କ ବିରୁଦ୍ଧରେ ଆମେ ଶୂନ୍ୟ ସହନଶୀଳତାର ନୀତିରେ ଆମର ଲଢ଼େଇ ଦୃଢ଼ ଭାବରେ ଲଢ଼ୁଛୁ। ଆଜି ସେମାନେ ଏହା ଭାବିବା ଉଚିତ୍ ନୁହେଁ ଯେ ସେମାନେ ଆମ ନାଗରିକଙ୍କ ଜୀବନ ନେଇ ଏହି ଲଢ଼େଇ ଜିତିଛନ୍ତି। ମୁଁ ଆତଙ୍କବାଦ ପ୍ରସାର କରୁଥିବା ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଏହି ଲଢ଼େଇ ଶେଷ ନୁହେଁ, ଏହା ଏକ ଆରମ୍ଭ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉଚିତ ଜବାବ ଦିଆଯିବ।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.