ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀର ଖୋଳତାଡ଼, ଜିତନ୍‌ର ସମ୍ପତ୍ତି ଦେଖି କ୍ରାଇମ୍‌ବ୍ରାଞ୍ଚ୍‌ ତୋବା

Published By : Manoj | August 5, 2025 2:22 PM

କଟକ,୦୫/୦୮: ଓଟିଇଟି ପ୍ରଶ୍ନ ଲିକ୍‌  ଘଟଣାରେ ଗିରଫ ହୋଇଥିବା ଜିତନ ମହାରଣା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଠିକାରେ ଡାଟା ଏଣ୍ଟ୍ରି ଅପରେଟର୍‌ ଭାବେ ନିୟୋଜିତ  ଥିଲା । ଦୈନିକ ମଜୁରି ହିସାବରେ ଜିତନ୍‌ ମାସକୁ  ପ୍ରାୟ ୧୫ ହଜାର ଟଙ୍କା ଦରମା ପାଉଥିଲା । ତେବେ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନ ଚୋରି କରି ବିକି ଧରାପଡ଼ିବା ପରେ ଏବେ ଚର୍ଚ୍ଚାରେ ରହିଛି  ଜିତନ । ଜିତନର ଘର ବାଲେଶ୍ୱର ଅଞ୍ଚଳରେ । ମାତ୍ର ସେ କଟକ ସହରରେ ଦୀର୍ଘ ଦିନ ହେଲା ରହିଆସୁଥିଲା । ସଦର ଥାନା ଗୋପାଳପୁର ଅଞ୍ଚଳରେ ଜାଗା କିଣି ଘର କରି ରହୁଥିବା ଜିତନକୁ ତା ଘରୁ ଗିରଫ କରିବା ସମୟରେ ତା ଘରଦ୍ୱାର, ଆଡାଚୌଡ଼ା ଦେଖି ତଦନ୍ତକାରୀ କ୍ରାଇମବ୍ରାଞ୍ଚ୍‌ ଟିମ୍‌  ଆଶ୍ଚର୍ଯ୍ୟ ହୋଇଯାଇଛି ।  

ଅଭିଯୁକ୍ତର ଘରଦ୍ୱାର ଖାନତଲାସ ସମୟରେ ପ୍ରଚୁର ଧନସମ୍ପତ୍ତିର ସନ୍ଧାନ ବି ମିଳିଛି । ଜଣେ  ଠିକା କର୍ମଚାରୀ ଏତେ ସ୍ପଳ୍ପ ଦରମାରେ କିପରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିପାରିଛି ତାହା ତଦନ୍ତକାରୀ ଅଧିକାରୀ ଦେଖି ତୋବା ହୋଇଯାଇଥିଲେ । ଘର ଓ ଜାଗାବାଡ଼ି, ସୁନାଗହଣା  ଆଦି ପ୍ରଚୁର ସମ୍ପତ୍ତି ସେ ଠୁଳ କରିଥିବା ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି । ଜିତନ୍‌ର ବାପା ବୋର୍ଡ  କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ  ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତେଣୁ ବେତନ ଅନୁସାରେ ଘରବାଡ଼ିର ମୂଲ୍ୟ ଓ ଅନ୍ୟାନ୍ୟ ଆସବାବପତ୍ର, ସୁନାଗହଣା, ବ୍ୟାଙ୍କରେ ଥିବା  ଜମା ରାଶିକୁ ଅନୁଧ୍ୟାନ କଲେ ତାହା ଜିତନର  ରୋଜଗାର ପନ୍ଥା ବାଦ୍‌ ଅନ୍ୟ ଆୟବହିର୍ଭୂତ ବେଆଇନ ସୂତ୍ରରୁ ହୋଇଥିବା ଜଣାପଡ଼ୁଛି ।  

ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ସେ କେବଳ ଜଣେ  ଶିକ୍ଷକଙ୍କୁ ବିକି ତାର ପ୍ରତିବଦଳରେ ପତ୍ନୀଙ୍କ  ଆକାଉଣ୍ଟ୍‌କୁ ଫୋନ୍‌ ମାଧ୍ୟମରେ ଅଢ଼େଇ  ଲକ୍ଷ ଟଙ୍କା ନେଇଥିବା ଧରାପଡ଼ିଛି । ତେବେ ଏ  ଘଟଣାରେ ଆହୁରି ମୋଟା ଅଙ୍କର ଟଙ୍କା ଦେଣନେଣ  ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ଅନୁମାନ କରୁଛି। ମାତ୍ର  ନଗଦ ନେଣଦେଣ କାରବାରର ପ୍ରମାଣକୁ ଖୋଜି  ବାହାର କରିବା ଜଟିଳ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି  ବିନୟତୋଷ ମିଶ୍ର କହିଛନ୍ତି । ପ୍ରଶ୍ନ ବିକ୍ରି କରି  ଜିତନ ଏଥର ଧରାପଡ଼ିଥିଲେ ହେଁ ପ୍ରଶ୍ନ ବିକ୍ରି  କରି କୋଟିପତି ହେବାର ନିଶା ତାକୁ ଘାରିଥିଲା  ଏବଂ ପୂର୍ବ ପରୀକ୍ଷାଗୁଡ଼ିକରେ ସେ ପ୍ରଶ୍ନ ନିୟମିତ  ବିକ୍ରି କରିଆସୁଥିଲା ବୋଲି ତଦନ୍ତ ବେଳେ ସୁରାକ୍‌  ମିଳିଛି । କାରଣ ପୂର୍ବରୁ ବୋର୍ଡ ଦ୍ୱାରା ପରିଚାଳିତ  ଅନେକ ପରୀକ୍ଷାରେ ପ୍ରଶ୍ନ ଭାଇରାଲ୍‌ ହେଉଥିବା  ନେଇ ଅଭିଯୋଗ ରହିଛି ।  

ଅତୀତରେ ବୋର୍ଡ ଏ ଦିଗରେ କଠୋର ପଦକ୍ଷେପ ନେଇନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ସାମ୍ବାଦିକ ସମ୍ମିଳନୀରେ  କହିଥିଲେ । ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାରେ ଜିତନ ସହ ଉପସଭାପତି ନିହାର ମହାନ୍ତିଙ୍କର ଲିଙ୍କ୍‌ ରହିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଖୋଜି ବାହାର କରିଥିବାରୁ ପୂର୍ବ ପ୍ରଶ୍ନ ପ୍ରଘଟ ଘଟଣାରେ ଅଭିଯୁକ୍ତ ଦୁହିଙ୍କ ସଂପୃକ୍ତି ଏଡ଼ାଇ ଦିଆଯାଇନପାରେ ବୋଲି ଜଣେ ଅଧିକାରୀ କହିଛନ୍ତି । ତେଣୁ ବିଭିନ୍ନ  ପରୀକ୍ଷାରେ ଜିତନ୍‌ କୌଶଳରେ ପ୍ରଶ୍ନ ବିକ୍ରି  କରି ମୁନାଫା କମାଇଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ଏନେଇ ଖୋଳତାଡ଼ ବି ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.