ପ୍ରମୂଖ ଖବର
  • ନଭେମ୍ଵର ଓ ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ, ରାଜ୍ୟ କଂଗ୍ରେସର ହେବ ବିଶାଳ କାର୍ଯ୍ୟକ୍ରମ
  • ||
  • କନ୍ଧମାଳ : ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ୫ ଦିନ ହେଲା ଥିଲେ ନିଖୋଜ
  • ||
  • ନବରଙ୍ଗପୁର : ସାମ୍ବାଦିକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ, ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ
  • ||
  • ନିଶାମୁକ୍ତ ହେବ ରାଜଧାନୀ: ନିଶା ବେପାରୀଙ୍କୁ ମିଳିବନି ନିସ୍ତାର, ଏସ୍‌ଟିଏଫ ଆରମ୍ଭ କରିବ ‘ଅପରେସନ ପ୍ରହାର’
  • ||
  • ବନ୍ୟାରେ ଭାସି ଯାଇଥିଲେ ଯୁବକ, ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • ପୁରୁଷୋତ୍ତମ ଏକ୍ସପ୍ରେସ ଶୌଚାଳୟରୁ ଯୁବକଙ୍କ ମୃତଦେହ ଠାବ, ତଦନ୍ତ ଆରମ୍ଭ କଲା ଜିଆର୍‌ପି
  • ||
  • ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ
  • ||
  • ଟାରିଫ୍‌କୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା; ଶୁଳ୍କକୁ ବେଆଇନ କହିଲେ ୟୁଏସ୍ କୋର୍ଟ
  • ||
  • ୩୧ରୁ ବଢ଼ିବ ବର୍ଷା, ସେପ୍ଟେମ୍ବର ୩ ଯାଏ ଦେଖାଇବ ପ୍ରକୋପ: ଆଜି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ
  • ||

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଜାତୀୟ ସମ୍ମିଳନୀ, ଉଦ୍‌ଘାଟନ୍ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା

Published By : Manoj | August 29, 2025 11:04 AM

ଭୁବନେଶ୍ୱର,୨୯/୦୮: ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଜାତୀୟ ସମ୍ମିଳନୀ । ଲୋକସେବା ଭବନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍। ଦୁଇଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ୍ କଲେ ବାଚସ୍ପତି ଓମ୍ ବିର୍ଲା । ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ ସମ୍ମିଳନୀରେ ଉପସ୍ଥିତ। ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ବିଧାନସଭା ସଦସ୍ୟ ଓ ସାଂସଦମାନେ ମଧ୍ୟ  ଯୋଗ ଦେଇଛନ୍ତି। 

ଶୁକ୍ରବାର ଦୁଇଦିନିଆ ସମ୍ମିଳନୀ ଲୋକସେବା ଭବନ  କନଭେନସନ ସେଣ୍ଟରେ ଅନୁଷ୍ଠିତ ହେଉଛି।   ଦେଶର ଅନୁସୂଚିତ ଜାତି ଓ  ଜନଜାତିଙ୍କ ବିକାଶ ସଂପର୍କରେ ମାନସ  ମନ୍ଥନ କରିବେ ସାଂସଦ ଏବଂ ବିଧାୟକ । ସଂସଦ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର  ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଏହି  ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଭାବର  ଆଦାନ ପ୍ରଦାନ ସହ ଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ଆଲୋଚନା କରିବା ସହ  କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ ।

ଅନୁସୂଚିତ ଜାତି ଏବଂ ଜନଜାତିଙ୍କ  କଲ୍ୟାଣ, ବିକାଶ ଏବଂ ସଶକ୍ତୀକରଣର   ସଂସଦୀୟ ଓ ବିଧାନସଭା  କମିଟିର ଭୂମିକା' ଶୀର୍ଷକ  ଆଲୋଚନା ହେବ । ସାମ୍ବିଧାନିକ ସୁରକ୍ଷାକୁ  ସୁଦୃଢ଼ କରିବା, ସାମାଜିକ-ଆର୍ଥିକ  ବିକାଶକୁ ବୃଦ୍ଧି କରିବା,  ଅନୁସୂଚିତ ଜାତି ଏବଂ  ଜନଜାତିକୁ ସଶକ୍ତ କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରହଣ କରିଥିବା କାର୍ଯ୍ୟକ୍ରମ  ବିଷୟରେ ଆଲୋଚନା ହେବ । ୨୦୪୭ ସୁଦ୍ଧା  ଏକ ବିକଶିତ ଭାରତର ଲକ୍ଷ୍ୟ ସାକାର କରିବାର  ଦୃଷ୍ଟିକୋଣ ସହ ସଂସଦୀୟ ଏବଂ ରାଜ୍ୟ  ବିଧାନସଭା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ  ଚର୍ଚ୍ଚା ହେବ । 

ଦୀର୍ଘ ବର୍ଷର  ବ୍ୟବଧାନ ପରେ ଓଡ଼ିଶାରେ ଏହି ଧରଣର  ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଅନୁଷ୍ଠିତ  ହେଉଛି । ଓଡ଼ିଶାର ଅନୁସୂଚିତ ଜାତି ଓ  ଜନଜାତି ସଂପ୍ରଦାୟଙ୍କ ଚାଲିଚଳଣି, ପୋଷାକ  ପରିଧାନ, କାର୍ଯ୍ୟକୁଶଳତା, କାରିଗରୀ ବିଦ୍ୟା,  ହସ୍ତଶିଳ୍ପ ସଂପର୍କରେ ଅବଗତ କରାଇବା ପାଇଁ  ଏକ ଦୁଇଦିନିଆ ପ୍ରଦର୍ଶନୀର ମଧ୍ୟ ଆୟୋଜନ  କରାଯାଉଛି । ରାଜ୍ୟର ଐତିହ୍ୟ, ସଂସ୍କୃତି,  ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହ  ପ୍ରତିନିଧିମାନଙ୍କୁ ପରିଚିତ କରାଇବାକୁ ବ୍ୟବସ୍ଥା  କରାଯାଇଛି । ଅତିଥି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା  ସହ କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲି  ଦେଖିବେ । ଏହି ସମ୍ମିଳନୀରେ ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ସଂସଦୀୟ ପରମ୍ପରା, କଲ୍ୟାଣମୂଳକ  କାର୍ଯ୍ୟ ସଂପର୍କିତ ଭାବର ଆଦାନପ୍ରଦାନ ହେବ । ୩୦ ତାରିଖ ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.