ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବୈଠକ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କଲା ପ୍ରଶାସନ

ପୁରୀ ୨୧/୧୦ : ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତିକୁ ଚୁଡାନ୍ତ କରିଛି।ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ବିନା ସୂଚନାରେ ସଦର ମହକୁମା ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତାରେ ଓସୱ୍ବାନ ପ୍ଲାଟଫର୍ମରେ ଆଭାସୀ ମାଧ୍ୟମରେ ସାମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବନ୍ୟା, ବାତ୍ୟା ପୁରୀ ଜିଲ୍ଲାରେ ପ୍ରତି ବର୍ଷ ହେଉ ଥିବାରୁ ସମସ୍ତେ ଏଥିରେ ପ୍ରଭାବିତ ହୋଇଥାନ୍ତି। ତେଣୁ ସମୟ ଆସିଛି ସମସ୍ତ  ଅଭିଜ୍ଞତା, ଅନୁଭବ, ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ବିପର୍ଯ୍ୟୟ ପ୍ରତି ସତର୍କ ରହିବା ସହ ମିଳିତ ମୁକାବିଲା କରିବାକୁ ସେ ମତ ଦେଇଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମାନେ ବିଭିନ୍ନ ବିପର୍ଯ୍ୟୟ ଓ ସେମାନଙ୍କ ବିଭାଗର କାର୍ଯ୍ୟପନ୍ଥା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।ଚଳିତ ମାସ ୧୮ ତାରିଖରେ ଟେବୁଲ ଟପ ଏକ୍ସସରସାଇଜ ଓ ୧୯ ତାରିଖରେ ମକ ଡ୍ରିଲ ଅନୁଷ୍ଠିତ ହେବ। ମକ ଡ୍ରିଲ ହେଉଛି ଏକ ଅଭ୍ୟାସ।ଯାହା ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରେ ବିଭିନ୍ନ ଉଦ୍ଧାର, ସହଯୋଗ,  ଥଇଥାନ ଇତ୍ୟାଦି ର ପ୍ରସ୍ତୁତି ଓ ବ୍ୟବହାର ରେ ଲାଗୁଥିବା ଯନ୍ତ୍ରପାତି ଗୁଡିକ ର ସ୍ଥିତି ଓ ମରାମତି ସମ୍ପର୍କରେ ବ୍ୟବସ୍ଥା ହୋଇଥାଏ।

ପୂର୍ବରୁ ପୂର୍ବାହ୍ନରେ ଟାଉନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ବେହେରା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବ୍ଲକ ମାନଙ୍କ ରେ ହେବାକୁ ଥିବା ମକ ଡ୍ରିଲ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଚଳିତ ମାସ ୧୯ ତାରିଖରେ ପ୍ରତ୍ୟେକ ବ୍ଲକ , ସମସ୍ତ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କ ରେ ହେବାକୁ ଥିବା ମକ ଡ୍ରିଲ ସମ୍ପର୍କରେ ଆଲୋଚନା କରାଯାଇ ଏହି ପ୍ରସ୍ତୁତି କୁ ସଠିକ ଭାବେ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଥିଲା।ଏଥିରେ ବିଭିନ୍ନ ବ୍ଲକ ର ଲୋକ ପ୍ରତିନିଧି,ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳର ସଭାପତି, ସମ୍ପାଦକ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାର ସମସ୍ତ ଏନ ଏ ସି ନିର୍ବାହୀ ଅଧିକାରୀ, ଜରୁରୀ ବିଭାଗର ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ପଞ୍ଚାନନ ପରିଜା, ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୭୯ ଟି ବହୁମୁଖୀ ଆଶ୍ରୟ ସ୍ଥଳରେ ଏହି ମକଡ୍ରିଲ  ଆୟୋଜନ କରାଯିବ ବୋଲି ଡିପିଓ ଶ୍ରୀ ଦାଶ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.