ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Watch Video: ରାଜ୍ୟରେ ଜାରି ହିଂସା ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂହ

Published By : Tapas Panda | February 9, 2025 6:39 PM

ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ଏ. ଶରଦ ଥିବା ବେଳେ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ ଆସନ୍ତାକାଲି (ଫେବ୍ରୁଆରୀ ୧୦) ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା । ବିରୋଧୀମାନେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତି କରୁଥିଲେ । 

ବିରେନ ସିଂହଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିରେନ ସିଂହଙ୍କୁ ଦୁଇ ବର୍ଷ ପୂର୍ବରୁ ବରଖାସ୍ତ କରିବାର ଥିଲା ବୋଲି କଂଗ୍ରେସ କହିଛି । କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, ‘ଦେଶ ତାଙ୍କୁ କେବେ କ୍ଷମା କରିବ ନାହିଁ । ମଣିପୁର ବିଧାୟକଙ୍କ ଅନ୍ତର ଆତ୍ମା ଜୀଁ ଉଠିଛି । ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ।’ 




ସେପଟେ ଆଜି ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି ବିରେନ ସିଂହ । କିଛି ସମୟ ପରେ ମଣିପୁରରେ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି । ପାର୍ଟିର ହାଇକମାଣ୍ଡଙ୍କ ସହ ଆଲୋଚନା ହେବା ପରେ ନୂଆ ନେତା ଚୟନ ହେବେ ।  ଏହା ପୂର୍ବରୁ ମଣିପୁରରେ ଜାରି ରହିଥିବା ହିଂସାକୁ ନେଇ ରାଜ୍ୟବାସୀଙ୍କୁ କ୍ଷମା ମାଗିଥିଲେ ଏନ. ବିରେନ ସିଂହ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.