ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

‘ଦିଲ୍ଲୀବାସୀଙ୍କ ଜୀବନ ଏବେ ଆପଣଙ୍କ ହାତରେ’, ପାଣି ପାଇଁ ହରିୟାଣା ସରକାରଙ୍କ ଆଗରେ ହାତ ଯୋଡିଲେ ଆତିଶି

Published By : Prameya | June 17, 2024 6:30 PM

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀରେ ପାଣିର ଘୋର ଅଭାବ। ଏହା ଭିତରେ ଜଳ ମନ୍ତ୍ରୀ ଆତିଶି ସିଂହ ହରିୟାଣା ସରକାରଙ୍କ ନିକଟରେ ହାତ ଯୋଡି ଅନୁରୋଧ କରିଛନ୍ତି। ଆତିଶି ହରିୟାଣା ସରକାରଙ୍କୁ କହିଛନ୍ତି, ଦିଲ୍ଲୀବାସୀଙ୍କ ଜୀବନ ଏବେ ଆପଣଙ୍କ ହାତରେ ରହିଛି। ବଜିରାବାଦ ବ୍ୟାରେଜରୁ ବହୁ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟସ୍‌କୁ ପାଣି ପଠାଯାଇଥାଏ, କିନ୍ତୁ ଏବେ ସେଠାକୁ ଆଉ ପାଣି ଛଡା ଯାଉ ନାହିଁ। ଜଳସ୍ତର ଖୁବ୍ ତଳକୁ ଖସି ଯାଇଛି।

ଆତିଶି କହିଛନ୍ତି, କେବଳ ହରିୟାଣା ସରକାରଙ୍କୁ କହିପାରିବୁ ଯେ, ଦିଲ୍ଲୀବାସୀଙ୍କ ସମସ୍ୟାର ସାମାଧାନ କରନ୍ତୁ। ଏପର୍ଯ୍ୟନ୍ତ ହରିୟାଣା ପଟୁ ଯମୁନା ନଦୀକୁ ପାଣି ଛଡା ଯାଇ ନାହିଁ। ପାଣିର ଘୋର ଅଭାବ ଦେଖିବାକୁ ମିଳିଛି। ମୁନକ କେନାଲରେ ଖୁବ୍ କମ୍ ପରିମାଣରେ ପାଣି ରହିଛି। ବଜିରାବାଦ ବ୍ୟାରେଜ୍‌କୁ ପାଣି ମିଳୁନି। ମୁଁ କେବଳ ହାତ ଯୋଡି ହରିୟାଣା ସରକାରଙ୍କୁ ଅପିଲ କରିପାରିବି ଯ, ଦିଲ୍ଲୀର ଲୋକଙ୍କ ଜୀବନ ଆପଣଙ୍କ ହାତରେ ରହିଛି। 

ଦିଲ୍ଲୀରରେ ଜଳ ସଙ୍କଟ ଭିତରେ ଆତିଶି ସୋମବାର ବଜିରାବାଦ ବ୍ୟାରେଜ୍ ଓ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗ୍ରସ୍ତ କରିଥିଲେ। ଗ୍ରାଉଣ୍ଡ ଜିରୋରେ ପହଁଞ୍ଚି ଆତିଶି ବ୍ୟାରେଜକୁ ପାଣି ଛଡା ଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହ ହରିୟାଣା ସରକାରଙ୍କୁ ଯମୁନା ନଦୀକୁ ପାଣି ଛାଡିବାକୁ ଅପିଲ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.