ନୂଆପଡ଼ା,୩୦/୦୮: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ବନ ବିଭାଗ ଉଦ୍ଧାର କରିଛି । ବର୍ତ୍ତମାନ କୁଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାକୁ ଯତ୍ନ ନେଉଛନ୍ତି ।
ସୂଚନା ମୁତାବକ,ଶନିବାର ସକାଳୁ ଭରୁଆମୁଣ୍ଡା ଗାଁର ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇଥିଲେ । ମଧ୍ୟାହ୍ନରେ ରୂପଧର ଫେରିଲା ବେଳେ ଏକ ଜଙ୍ଗଲୀ କୁଟୁରା ଛେଳି ସହ ମିଶି ଘରକୁ ଚାଲି ଆସିଥିଲା । ଏନେଇ କୋମନା ବନ ବିଭାଗ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧରଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରିଥିଲେ । ଏବେ ବନ ବିଭାଗ କୁଟୁରାର ଆବଶ୍ୟକୀୟ ଡାକ୍ତରୀ ଚିକିତ୍ସା କରି ଯତ୍ନ ନେଉଛି । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର କହିଛନ୍ତି । ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାକୁ ଯତ୍ନ ନେଉଛନ୍ତି । ୱାଇଲ୍ଡ ଲାଇଫ ୱାଡେନ୍ ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରାର ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ ।