ଭୁବନେଶ୍ବର, ୨୧/୧୧ : ଭଙ୍ଗା ଯିବନି ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ । ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଭଙ୍ଗା ଯିବନି ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ । ଅନ୍ତରୀଣ ସୁରକ୍ଷା ପାଇଛନ୍ତି କର୍ତ୍ତୃପକ୍ଷ । ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଲେ କର୍ତ୍ତୃପକ୍ଷ। ଆସନ୍ତାକାଲି ସକାଳ ସମୟରେ ମାଇକ ଯୋଗେ ଭଙ୍ଗାଯିବ ବୋଲି କୁହାଯାଇଥିଲା । ମାତ୍ର ଏବେ ଆଶ୍ରମକୁ ଆଶ୍ବସ୍ତି ମିଳିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଆସନ୍ତାକାଲି ଆଶ୍ରମ ଭଙ୍ଗାଯିବ ବୋଲି ମାଇକରେ ଡକାଯାଇଥିଲା । ଏଭଳିକି ଆଶ୍ରମ ଭିତରେ ଥିବା ସାମଗ୍ରୀ କାଢି ନେବାକୁ ମଧ୍ୟ ଏଥିରେ କୁହାଯାଇଥିଲା । ୧୪୦ଡିସିମିଲ ସରକାରୀ ଜମି ଅଛି ଜବରଦଖଲ । ଘାଟିକିଆ ମୌଜାରେ ରହିଛି ୨ ଟି ପ୍ଲଟ ।