ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଏଲଏଚବି କୋଚ୍ ସହ କରିବ ଚଳାଚଳ

Published By : Suraj Kumar | August 6, 2025 8:46 PM

ଭୁବନେଶ୍ୱର, ୬।୮ : ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ଗୋଟିଏ ରେକ୍କୁ ଆଧୁନିକ ଲିଙ୍କେ ହଫମ୍ୟାନ୍ ବୁଶ୍ (ଏଲଏଚବି) କୋଚ୍ ସହିତ ଚଳାଚଳ କରାଯିବ ପାଇଁ ରୂପାନ୍ତରିତ କରାଯାଇଛି।  ଯାହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା, ନିରାପତ୍ତା ଏବଂ ଆରାମ ପ୍ରଦାନ କରିଥାଏ।

୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ପ୍ରଥମ ରେକ୍ ଏଲଏଚବି କୋଚ୍ ସହିତ ଭୁବନେଶ୍ୱରରୁ ଅଗଷ୍ଟ ୦୮ ରେ ଏବଂ ଜୁନାଗଡ଼ ରୋଡ୍ ଠାରୁ ଅଗଷ୍ଟ ୦୯ ରେ ଚଳାଚଳ କରିବ । ବର୍ତ୍ତମାନ ଏହି ଟ୍ରେନଟି ପାରମ୍ପରିକ ICF କୋଚ୍ ସହିତ ଚଳାଚଳ କରୁଛି ।

ଏଲଏଚବି ରେକ୍ ସହିତ ଅପଗ୍ରେଡ୍ ଟ୍ରେନ୍ କମ୍ପୋଜିସନ୍‌ରେ ଦ୍ୱିତୀୟ ଏସି - ୦୨ ଟି କୋଚ୍, ତୃତୀୟ ଏସି - ୦୪ ଟି କୋଚ୍, ସ୍ଲିପର୍ କ୍ଲାସ - ୦୫ ଟି କୋଚ୍, ଦ୍ୱିତୀୟ ଶ୍ରେଣୀ ସିଟିଂ - ୪ ଟି କୋଚ୍, ଗାର୍ଡ କମ୍ ପାୱାର କାର୍ - ୧ ଏବଂ ୧ ଗାର୍ଡ କମ୍ ଦ୍ୱିତୀୟ ଶ୍ରେଣୀ କୋଚ୍ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ରହିବ।

ଏଲଏଚବି କୋଚ୍ ପ୍ରଚଳନ ଏହି ଗୁରୁତ୍ୱପୂର୍ଣ୍ଣ ରୁଟରେ ଯାତ୍ରୀଙ୍କ ସୁବିଧା ଏବଂ କାର୍ଯ୍ୟକ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯାହା ଓଡ଼ିଶାର ଉପକୂଳବର୍ତ୍ତୀ ଏବଂ ଆଦିବାସୀ ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହରଗୁଡ଼ିକୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହିତ ସଂଯୋଗ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.