ପ୍ରମୂଖ ଖବର
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ୟୁକ୍ରେନ୍ ଯୁଦ୍ଧରେ ଜୋ ବାଇଡେନ ଖେଳିଲେ ନୂଆ କାର୍ଡ; ଚିନ୍ତାରେ ଋଷିଆ...

Image courtesy :- military.com

ନୂଆଦିଲ୍ଲୀ: ହଜାର ଦିନ ପରେ ମଧ୍ୟ ଋଷ ୟୁକ୍ରେନ ଯୁଦ୍ଧରେ ଲାଗୁନାହିଁ ବିରାମ । ଦିନକୁ ଦିନ ତୀବ୍ରତର ହୋଇଚାଲିଛି ଯୁଦ୍ଧ । ଆମେରିକା ୟୁକ୍ରେନକୁ ନିଜର ଦୁରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପରେ ଋଷ ୟୁକ୍ରେନ ଉପରେ ଯୁଦ୍ଧକୁ ତୀବ୍ର କରିବା ସହ ନିଜ ପରମାଣୁ ନୀତିରେ ପରିବର୍ତ୍ତନ ଆଣିଥିଲା । ବର୍ତ୍ତମାନ ପୁଣି ବାଇଡେନ ସରକାର ୟୁକ୍ରେନକୁ ନେଇ ଏକ ବଡ ବୟାନ ଦେବା ପରେ ଆଗକୁ କଣ ହେବାକୁ ଯାଉଛି ତାହା ଉପରେ ସାରା ବିଶ୍ବର ନଜର ରହିଛି । 

ଋଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ଖେଳିଛି ନୂଆ କାର୍ଡ । ବିଦାୟୀ ରାଷ୍ଟ୍ରପତି ବାଇଡେନଙ୍କ ଏହି ନିଷ୍ପତି ସାରା ଦୁନିଆକୁ ଆଶ୍ଟର୍ଯ୍ୟ କରିଛି । ମଙ୍ଗଳବାର(୧୮ ନଭେମ୍ବର) ଦିନ ଜୋ ବାଇଡେନ ପ୍ରଶାସନ ୟୁକ୍ରେନକୁ ଆମେରିକା ନିର୍ମିତ ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ୍ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ୟୁକ୍ରେନର ପୂର୍ବ ଦିଗରେ ଯେଉଁଠି ଋଷୀୟ ସୈନିକ ଦେଶ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ସେଠାରେ ଏହି ଲ୍ୟାଣ୍ଡମାଇନ୍ସର ବ୍ୟବହାର କରିବାକୁ ଆମେରିକା ୟୁକ୍ରେନକୁ ଅନୁମତି ପ୍ରଦାନ କରିଛି ବୋଲି ଏକ ରିପୋର୍ଟରୁ ଜଣା ପଡିଛି । 

ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ ଗୁଡିକୁ ଏହିଭଳି ଭାବେ ଡିଜାଇନ କରାଯାଇଛି ଯେ, ଯଦି ଏହି ଲ୍ୟାଣ୍ଡମାଇନ ଉପରେ କାହାର ପାଦ ପଡିଯାଏ କିମ୍ବା ଏହା ଉପରେ କାହାର ସାମାନ୍ୟ ଚାପପଡିଲେ ଏହା ସାଙ୍ଗେସାଙ୍ଗେ ଆକ୍ଟିଭ ହୋଇଯାଇ ତତକ୍ଷଣାତ ବିସ୍ପୋରଣ ଘଟାଇଥାଏ । ଆନ୍ତର୍ଜାତିକ ରେଡ କ୍ରସ୍ କମିଟି ମୁତାବକ ଏହି ଲ୍ୟାଣ୍ଡମାଇନ ବିସ୍ପୋରଣରେ ବ୍ୟକ୍ତିଙ୍କ ତୁରନ୍ତ ମୃତ୍ୟୁ ହୋଇଥାଏ କିମ୍ବା ସେ ଗୁରୁତର ଭାବେ ଆହତ ହୋଇଥାନ୍ତି । ୟୁକ୍ରେନକୁ ପ୍ରଦାନ କରାଯାଇଥିବା ଲ୍ୟଣ୍ଡମାଇନଗୁଡିକ ନନ-ପର୍ସିଷ୍ଟେଣ୍ଟ ବିଭାଗରେ ଯାଉଥିବାରୁ ଏହା ବ୍ୟାଟେରି ଦ୍ବାରା ପରିଚାଳିତ ହୋଇଥାଏ । ବ୍ୟାଟେରିରୁ ଚାର୍ଜ ସରିଗଲେ ଏହା ଆଉ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ ।  କିଛି ଦିନ ବା ସପ୍ତାହ ମଧ୍ୟରେ ଏହାର ବ୍ୟାଟେରିରୁ ଚାର୍ଜ ସରିଯାଉ ଥିବାରୁ ଏହା ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଆଉ କୈଣସି ପ୍ରକାରର ସମସ୍ୟା ସୃଷ୍ଟି କରିପାରିବ ନାହିଁ । ଏହାସହ ଆମେରିକା ୟୁକ୍ରେନକୁ ଅନ୍ୟ ଏକ ପ୍ରକାରର ଲ୍ୟଣ୍ଡମାଇନ ମଧ୍ୟ ପ୍ରଦାନ କରିଛି । ଯାହାର ନାମ ହେଉଛି କ୍ଲେ-ମୋର୍ସ । ଏହା ଏକ ସ୍ବୟଂ କାର୍ଯ୍ୟକ୍ଷମ ମାଇନ୍ସ ନୁହେଁ । ଏହାର ବ୍ୟବହାର ପାଇଁ ଜଣେ ପରିଚାଳକଙ୍କ ଆବଶ୍ୟକତା ରହିଥାଏ। 

ଡୋନାଲ୍ଡ ଟ୍ରମ୍ପ ନିଜ ନିର୍ବାଚନୀ ପ୍ରଚାରରେ କିଭକୁ ମିଳୁଥିବା ସହାୟତାକୁ ବିରୋଧ କରୁଥିବା ବେଳେ ରାଷ୍ଟ୍ରପତି ହେଲେ ଗୋଟିଏ ଦିନରେ ଯୁଦ୍ଧ ବନ୍ଦ କରିଦେବେ ବୋଲି କହିଥିଲେ । ସେପଟେ ଜୋ-ବାଇଡେନ ହ୍ବାଇଟହାଉସ ଛାଡିବା ପୂର୍ବରୁ ୟୁକ୍ରେନକୁ ଦୂରଗାମୀ ବାଲାଷ୍ଟିକ ମିସାଇଲ ପ୍ରଦାନ କରିବା ସହ ଏହି ଲ୍ୟଣ୍ଡମାଇନ ପ୍ରଦାନ କରିବାର ନିଷ୍ପତ୍ତି ଅତ୍ୟନ୍ତ ଚିନ୍ତାର ପ୍ରସଙ୍ଗ ପାଲଟିଛି । ଏବେ ଆମେରିକାରେ କ୍ଷମତା ପରବର୍ତ୍ତନ ହୋଇଥିବା ବେଳେ ଆଗକୁ ଯୁଦ୍ଧକୁ ନେଇ ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ କଣ ପଦକ୍ଷେପ ଗ୍ରହଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.