ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ କୃଷ୍ଣଙ୍କ ଜନ୍ମୋତ୍ସବ ରୂପରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ୧୫ ଅଗଷ୍ଟ ଶୁକ୍ରବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ । ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ କୃଷ୍ଣଙ୍କ ଜନ୍ମ ମଧ୍ୟ ରାତ୍ରୀରେ ଅଷ୍ଟମୀ ତିଥିରେ ହୋଇଥିଲା । ଏହି ଦିନ ହିଁ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ । ଜ୍ୟୋର୍ତିବିଦ୍ଙ୍କ ମତାନୁସାରେ କୃଷ୍ଣ ଜନ୍ମାଷ୍ଟମୀରେ ଚଳିତ ବର୍ଷ ଗ୍ରହଙ୍କ ଜବରଦସ୍ତ ସଂଯୋଗ ହେବାକୁ ଯାଉଛି । ଏହି ଦିନ ଶନି, ରାହୁ ଓ କେତୁ ଓଲଟା ଅବସ୍ଥାରେ ରହିବେ । ବୁଧ ମଧ୍ୟ ସିଧା ଚଳନ କରିବେ ।
ଜନ୍ମାଷ୍ଟମୀରେ ଏହି ୪ ଗ୍ରହଙ୍କ ସ୍ଥିତି ଖୁବ୍ ମହତ୍ତ୍ୱପୂର୍ଣ୍ଣ ହେବା ସହ ଏହା କାରଣରୁ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ବୃଷ- ଏହି ରାଶିଙ୍କୁ ଧନ ପ୍ରାପ୍ତି ହେବାର ସୁଯୋଗ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ । ଅଟକି ଥିବା କାମ ପୂରଣ ହେବ । ଭଗବାନ କୃଷ୍ଣଙ୍କ କୃପାରୁ ଲକ୍ଷ୍ୟ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ ।
ସିଂହ- ଏହି ରାଶିଙ୍କୁ ଅତ୍ୟଧିକ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ଉନ୍ନତି ହେବ । ନୂଆ ନୂଆ ସୁଯୋଗ ହେବ । ବଡ ସଫଳତା ମିଳିବ । ହଠାତ୍ ଧନ ପ୍ରାପ୍ତି ହେବ ।
ତୁଳା- ଏହି ରାଶିଙ୍କୁ ଅତ୍ୟଧିକ ଶୁଭଫଳ ମିଳିବ । ମାମନ-ସମ୍ମାନ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ଧନ ମିଳିବ ।
ମୀନ- ଶୁଭଫଳ ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମାନସିକ ଦୁଃଶ୍ଚିତା ଦୂର ହେବ।