ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ! ତଦନ୍ତ କରୁଛି ପୋଲିସ

Published By : Anindita Ratha | October 13, 2024 8:48 AM

ନୂଆଦିଲ୍ଲୀ,୧୩/୧୦:  ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ। ଏନେଇ ପେଟ ଓ ଛାତିରେ ତାଙ୍କର ୨ ରୁ ୩ ରାଉଣ୍ଡ ଗୁଳି ବାଜିଛି। ଗୁଳିମାଡ଼ ପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ ଥିବା ଦାବି କରାଯାଉଛି।

ସୂଚନା ଅନୁସାରେ, ପୋଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଜଣେ ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଲରେନ୍ସ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ କରନୈଲ ସିଂହ ଓ ଧର୍ମରାଜ କଶ୍ୟପ। କରନୈଲ ସିଂହ ହରିୟାଣାର ହୋଇଥିବା ବେଳେ ଧର୍ମରାଜ କଶ୍ୟପ ଉତ୍ତର ପ୍ରଦେଶ ବାସିନ୍ଦା ହୋଇଥିବା ଜଣାପଡିଛି। ତେବେ ଅଭିଯୁକ୍ତମାନେ ଗତ ୨୫ରୁ ୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ତିନି ଜଣ ଅଭିଯୁକ୍ତ ପ୍ରଥମେ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟ ଶୁଟିଂ ସ୍ଥାନକୁ ଆସିଥିଲେ । ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରକୁ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା ମଧ୍ୟ କରିଥିଲେ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଶନିବାର ବାବା ଜିଆଉଦ୍ଦିନ ସିଦ୍ଦିକି ଓରଫ୍ ବାବା ସିଦ୍ଦିକି ନିଜ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସକୁ ଯାଇଥିଲେ। ସେତେବେଳେ ଅଚାନକ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। କାର୍‌ ଭିତରେ ବସିବା ପରେ ହିଁ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇପାରିନି। ଏହା ପଛରେ କାହାର ହାତ ରହିଛି ତାକୁ ନେଇ ତଦନ୍ତ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.