ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ପାକିସ୍ତାନକୁ କଡା ଜବାବ ଫେରାଇଲା ଭାରତ; କହିଲା- ଭାରତ ବିରୋଧି ପଦକ୍ଷେପର ପରିଣାମ ଭୟଙ୍କର ହେବ

Published By : Bijay Swain | August 14, 2025 6:31 PM

ନୂଆଦିଲ୍ଲୀ: ଭାରତ ଗୁରୁବାର ପାକିସ୍ତାନର ବରିଷ୍ଠ ନେତୃତ୍ୱଙ୍କ ଦ୍ୱାରା ଦିଆଯାଇଥିବା ଘୃଣାପୂର୍ଣ୍ଣ ମନ୍ତବ୍ୟକୁ କଡା ନିନ୍ଦା କରିଛି। ଏବଂ ଚେତାବନୀ ଦେଇଛି ଯେ ପାକିସ୍ତାନ ଭାରତ ବିରୁଦ୍ଧରେ ଯେକୌଣସି ପଦକ୍ଷେପ ଗ୍ରହଣ କରିବ ତାର ଗମ୍ଭୀର ଏବଂ ଭୟଙ୍କର ପରିଣାମ ଭୋଗିବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଦ୍ୱାରା ଜମ୍ମୁ ଓ କାଶ୍ମୀର ସମ୍ପର୍କିତ ସମ୍ପ୍ରତି ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ "ଅଗ୍ରହଣୀୟ ଏବଂ ଅନୁଚିତ"। 

ଆପଣଙ୍କୁ ଜଣାଇରଖୁ ଯେ, ନିକଟରେ ଶେହବାଜ ଶରୀଫ କହିଛଥିଲେ ଯେ ପାକିସ୍ତାନ ଜମ୍ମୁ ଓ କାଶ୍ମୀରରେ ଭାରତର ଅନ୍ୟାୟକୁ ବିରୋଧ କରିବ ଏବଂ କାଶ୍ମୀରୀ ଜନତାଙ୍କ ପାଇଁ ନ୍ୟାୟ ଦାବି କରିବ। ଏହା ସହିତ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ କାଶ୍ମୀର ସମସ୍ୟାକୁ ଆନ୍ତର୍ଜାତୀୟ ମଞ୍ଚରେ ଉଠାଇବାକୁ ଦାବି କରିଛନ୍ତି। ଏହି ମନ୍ତବ୍ୟଗୁଡ଼ିକ ଭାରତର ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଆସିଛି। ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। 

ସେହିଭଳି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ଆମେରିକାରେ ଥାଇ ବିଭିନ୍ନ ଭାରତ ବିରୋଧି ମନ୍ତବ୍ୟ ଜାରି କରୁଥିଲେ। ଯାହାକୁ ନେଇ ଭାରତରେ ଅଶାନ୍ତି ପରିଲକ୍ଷିତ ହୋଇଥିଲା। ଆମେରିକାର ସାହାସରେ ସେଠାରେ ରହି ଭାରତକୁ ଆଙ୍ଗୁଟି ଦେଖାଇବାକୁ ଚେଷ୍ଟା କରୁଥିବ ମୁନୀରଙ୍କୁ କିନ୍ତୁ ଉପଯୁକ୍ତ ଜବାବ ଫେରାଇଛି ଭାରତ। ଅସୀମ ମୁନିରଙ୍କ କଥାକୁ ଆମେ ଗୁରୁତ୍ତ୍ୱ ଦେଉନାହୁଁ ବୋଲି ଭାରତ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଅପମାନସୂଚକ ଦାବିର ଉପଯୁକ୍ତ ଜବାବ ଦିଆଯାଇଛି।

ଏନେଇ ଜୟସୱାଲ ଜୋର ଦେଇ କହିଛନ୍ତି ଯେ, "ଜମ୍ମୁ ଓ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ସମ୍ପର୍କରେ କୌଣସି ଅନୁଚିତ ମନ୍ତବ୍ୟ ବା ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ।" ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ସମସ୍ୟା, ଯେପରିକି ଅର୍ଥନୈତିକ ଅସ୍ଥିରତା ଏବଂ ଆତଙ୍କବାଦ, ଉପରେ ଧ୍ୟାନ ଦେବା ଉଚିତ। ଭାରତୀୟ ଅଧିକାରୀମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଛି। ଯାହା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କରୁଛି। 

ପାକିସ୍ତାନର ଏହି ମନ୍ତବ୍ୟ ତାର ଆଭ୍ୟନ୍ତରୀଣ ରାଜନୈତିକ ଚାପ ଏବଂ ଆନ୍ତର୍ଜାତୀୟ ସମର୍ଥନ ହାସଲ କରିବା ପାଇଁ ଏକ ପ୍ରୟାସ ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ତେବେ, ଭାରତ ସ୍ପଷ୍ଟ କରିଛି ଯେ ଏଭଳି ମନ୍ତବ୍ୟକୁ ଦେଶ ଗମ୍ଭୀରତାର ସହ ନେଉଛି ଏବଂ ଆବଶ୍ୟକ ହେଲେ ଏହା ବିରୁଦ୍ଧରେ କଠୋର ପଦକ୍ଷେପ ମଧ୍ୟ ନିଆଯିବ। ଏହି ଘଟଣା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଯେଉଁଥିରେ ଶାନ୍ତିପୂର୍ଣ୍ଣ ସମାଧାନର ସମ୍ଭାବନା କ୍ଷୀଣ ହୋଇ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.