ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ସରିଲା ଗ୍ରୀଷ୍ମ ଛୁଟି... ରାଜ୍ୟରେ ଅଧା ଜିଲ୍ଲାରେ ସକାଳୁଆ ଖୋଲିଲା ସ୍କୁଲ୍, ଆଉ ଅଧା ଛୁଟି

ଭୁବନେଶ୍ୱର, ୧୮/୦୬ : ସରିଲା ଗ୍ରୀଷ୍ମ ଛୁଟି। ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧା ଜିଲ୍ଲାରେ ସକାଳୁଆ ଖୋଲିଲା ସ୍କୁଲ। ସେହିପରି ଅଧା ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ନବରଙ୍ଗପୁର, ଗଜପତି, ଦେବଗଡ଼, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ଆଜିଠୁ ସକାଳୁଆ ସ୍କୁଲ ଖୋଲିଛି। ସେହିପରି କେନ୍ଦ୍ରାପଡ଼ା, ବାଲେଶ୍ୱର, ଝାରସୁଗୁଡ଼ା, ବୌଦ୍ଧ ଜିଲ୍ଲାରେ କେବଳ ଆଜି ଗୋଟିଏ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ୧୯ ତାରିଖରୁ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଖରା ଓ ଗୁଳୁଗୁଳିକୁ ଆଖିରେ ରଖି ଗଞ୍ଜାମ, ସମ୍ବଲପୁର, ମୟୂରଭଞ୍ଜ, ଭଦ୍ରକ, ବଲାଙ୍ଗିର, କନ୍ଧମାଳ, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବରଗଡ଼, ନୟାଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହା ୨୦  ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । 

ନେଇ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ଅଧା ଜିଲ୍ଲାରେ ମଙ୍ଗଳବାର ଠାରୁ ସ୍କୁଲ ସକାଳୁଆ ଖୋଲିଛି । ଆଉ ଅଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଯେଉଁଠି ପାଗ ଅନୁକୂଳ ରହିଛିବ ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏ ଖୋଲା ରହିବ ସ୍କୁଲ । ଏହି ନିର୍ଦ୍ଦେଶ  ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି ବିଭାଗର ଏହି ନିର୍ଦ୍ଦେଶ ପରେ ତତ୍ପର ହୋଇଛି ସମସ୍ତ ଜିଲ୍ଲା ପ୍ରଶାସନ ।  

ଆଜିଠୁ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗର କାର୍ଯ୍ୟସୂଚିରେ ଥିଲା । ହେଲେ ଖରା ଓ ଅସହ୍ୟ ଗୁଳୁଗୁଳି ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ, ସରକାରୀ  ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସମସ୍ତ ଜିଲ୍ଲାପାଳ ନିଜ ଜିଲ୍ଲାର ପାଣିପାଗକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ । ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ଖୋଲାଯିବ । ଯେଉଁଠି  ଅସହ୍ୟ ତାତି କିମ୍ବା ଗୁଳୁଗୁଳି ସ୍ଥିତି ଥିବ ସେଠାରେ ଛୁଟି କରାଯିବ । ତେବେ ଏହି ନିଷ୍ପତ୍ତି କେବଳ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । 

ସୂଚନାଯୋଗ୍ୟ, ରାଜ୍ୟରେ ସୋମବାର ୧୩ ସହରରେ ତାପମାତ୍ରା  ୪୦ ଡିଗ୍ରୀ ଉପରେ ରହିଥିଲା । ବୌଦ୍ଧରେ ତାପମାତ୍ରା ୪୩ ଓ ନୟାଗଡ଼ାରେ ୪୨ ଡିଗ୍ରୀ ଛୁଇଁଥିଲା ପାରଦ । ବାରିପଦା, ଭୁବନେଶ୍ୱର, ଭବାନୀପାଟଣା, ସୁନ୍ଦରଗଡ଼, ପାରଳାଖେମୁଣ୍ଡି, ଅନୁଗୁଳରେ ୪୧ ଡିଗ୍ରୀ  ତାପମାତ୍ରା ଛୁଇଁଥିଲା । ଢେଙ୍କାନାଳ, ସୋନପୁର, ନୂଆପଡ଼ା, ଛତ୍ରପୁର, ଖୋର୍ଦ୍ଧା, ଯାଜପୁରରେ ୪୦ ଡିଗ୍ରୀ ଟପିଥିଲା ତାପମାତ୍ରା । ଆଜି ସ୍ଥିତି  ଏପରି ଥିଲା ଘରୁ ବାହାରିବା ମାତ୍ରେ ମୁହଁ ପୋଡ଼ିଯାଉଥିଲା । ଯେଉଁଠି  ଛିଡ଼ା ହେଲେ କିମ୍ବା ବସିଲେ ଗମଗମ ହୋଇ ଝାଳ ବୋହୁଥିଲା । ଅସ୍ତବ୍ୟସ୍ତ ଲାଗୁଥିଲା । ତେବେ ଏପରି ସ୍ଥିତିରେ ପିଲାମାନେ କିପରି  ସ୍କୁଲ ଯିବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ମଧ୍ୟ  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ ଖୋଲିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ  ସଂଘ (ଓଷ୍ଟା) ପକ୍ଷରୁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଦାବି କରାଯାଇଥିଲା । ଏହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.