ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାର୍ଯ୍ୟ ନିର୍ଘଣ୍ଟକୁ ନେଇ ବଢୁଛି ବିତର୍କ; ସପ୍ତାହକୁ ୧୦୦ଘଣ୍ଟା କାମ କରି ବାଥରୁମରେ କାନ୍ଦୁଥିଲି କହିଲେ ରାଧିକା ଗୁପ୍ତା

Published By : Ankita S | January 12, 2025 9:04 AM

ନୂଆଦିଲ୍ଲୀ,୧୨/୦୧: ସପ୍ତାହକୁ ୧୦୦ ଘଣ୍ଟା କାମ କରି ଅଫିସ୍ ଗାଧୁଆଘରେ କାନ୍ଦୁଥିଲି । କାର୍ଯ୍ୟ ଚାପ ଯୋଗୁଁ ସବୁବେଳେ ଦୁଃଖୀ ରହୁଥିଲି । ୨ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି । ଦେଶରେ କାର୍ଯ୍ୟ ନିର୍ଘଣ୍ଟକୁ ନେଇ ବିତର୍କ ବଢୁଛି । ସପ୍ତାହକୁ ୯୦ ଘଣ୍ଟା କାମ କରିବା ମନ୍ତବ୍ୟକୁ ନେଇ କିଛି ଏମିତି କହିଛନ୍ତି ମ୍ୟୁଚୁଆଲ ଫଣ୍ଡ କମ୍ପାନୀର ଭାରତର ପ୍ରଥମ ମହିଳା ସିଇଓ ତଥା ଏମଡି ରାଧିକା ଗୁପ୍ତା । ସେ ସପ୍ତାହକୁ ୧୦୦ ଘଣ୍ଟା କାମ କରିବାର ଅଭିଜ୍ଞତା ବାଣ୍ଟିଛନ୍ତି ।

ବିଶ୍ବରେ ଅନେକ ଦେଶ କର୍ମଚାରୀଙ୍କ ଉପରୁ ଚାପ ହ୍ରାସ ପାଇଁ କାର୍ଯ୍ୟ ସମୟ କମ କରିବାରେ ଲାଗିଛନ୍ତି । ଏହାରି ଭିତରେ ଭାରତରେ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟ ବୃଦ୍ଧି କରିବାକୁ ବିଶିଷ୍ଟ ଶିଳ୍ପପତିମାନେ ଦାବି କରୁଛନ୍ତି । ଏହାକୁ ନେଇ ବିତର୍କ ବଢିବାରେ ଲାଗିଛି । ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ଏସଏନ ସୁବ୍ରମଣ୍ୟମଙ୍କ ସପ୍ତାହକୁ ୯୦ ଘଣ୍ଟା କାମ କରିବା ମନ୍ତବ୍ୟକୁ ସମାଲୋଚନା କରାଯାଇଛି । ଏହାରି ଭିତରେ ଗତକାଲି (ଶନିବାର) ପରିମାଣ ନୁହେଁ ମାନ ଜରୁରୀ ବୋଲି କହିଥିଲେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା । ବିକଶିତ 'ଭାରତ ୟଙ୍ଗ ଲିଡର୍ସ ଡାଏଲଗ ୨୦୨୫'କୁ ସମ୍ବୋଧନ କରି ମହିନ୍ଦ୍ରା କହିଥିଲେ, ପରିବାର ସହ ସମୟ ବିତାଇବା ଜରୁରୀ । ଅଧିକ ଘଣ୍ଟା କାମ କରିବା ପରିବର୍ତ୍ତେ ଯେତିକି ସମୟ କାମ କରୁଛ ଭଲ କାମ କର । କ୍ବାଣ୍ଟିଟି ନୁହେଁ କ୍ବାଲିଟି କାମ ଉପରେ ଫୋକସ କରିବା ଦରକାର ।

ସେହିପରି ସପ୍ତାହକୁ ୯୦ ଘଣ୍ଟା କାମ କରିବା ବିତର୍କ ଉପରେ ମ୍ୟୁଚୁଆଲ ଫଣ୍ଡ କମ୍ପାନୀର ପ୍ରଥମ ମହିଳା ସିଇଓ ତଥା ଏମଡି ରାଧିକା ଗୁପ୍ତା କହିଛନ୍ତି, ପ୍ରଥମ ଚାରିକିରେ ସପ୍ତାହକୁ ୧୦୦ ଘଣ୍ଟା କାମ କରୁଥିଲି । ୪ ମାସ ଯାଏ ସପ୍ତାହରୁ ୧୦୦ ଘଣ୍ଟା କାମ କରୁଥିଲି । ସପ୍ତାହକୁ ଦିନେ ଛୁଟି ନେଇ ପ୍ରତି ଦିନ ୧୮ ଘଣ୍ଟା କାମ କରୁଥିଲି । ସେତେବେଳେ ରବିବାର ପରିବର୍ତ୍ତେ ସୋମବାର ଛୁଟି ମିଳୁଥିଲା । କାରଣ ରବିବାର କ୍ଲାଇଣ୍ଟଙ୍କ ସହ ସାଇଟକୁ ଯିବାକୁ ପଡୁଥିଲା । ସେତେବେଳେ ରାଧିକା ୯୦ ପ୍ରତିଶତ ଦୁଃଖୀ ରହୁଥିଲି । ଅଫିସ ବାଥରୁମରେ କାନ୍ଦୁଥିଲି । ଦେହ ଖରାପ ହୋଇଯାଇଥିଲା । ୨ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି । ୧୦୦ ଘଣ୍ଟା କାମ କରିବା ସତ୍ତ୍ବେ ଏହାର ପରିଣାମ ଭଲ ନଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.