ଅଦ୍ୟ ତା.୧୨.୦୧.୨୦୨୫ରିଖ, ଧନୁ ୨୮ ଦିନ, ପୌଷମାସ ଶୁକ୍ଳପକ୍ଷ, ତ୍ରୟୋଦଶୀ, ରବିବାର, ତ୍ରୟୋଦଶୀ: ସକାଳ ୬ଟା ୩୪ମିନିଟ୍, ମୃଗଶିରା : ଦିବା୧୧ଟା ୨୪ମିନିଟ୍, ମିଥୁନଚନ୍ଦ୍ର : ୬୦ ଦଣ୍ଡ, ଅହୋରାତ୍ର। ସୂର୍ଯ୍ୟୋଦୟ : ୬ଟା ୨୫ ମିନିଟ୍୧୫ସେକେଣ୍ଡ, ସୂର୍ଯ୍ୟାସ୍ତ : ୫ଟା ୨୪ମିନିଟ୍ ୦୫ସେକେଣ୍ଡ, ଯୋଗିନୀ ଦକ୍ଷିଣେ, ସକାଳ ୬ଟା ୩୪ ମିନିଟ୍ ଗତେ ପଶ୍ଚିମେ। ମୃତେ ଏକ ପାଦ ପୁଷ୍କରଦୋଷ। ବିରି ଦ୍ରବ୍ୟ ଖାଇବା ମନା, ଖାଇଲେ ଦେହରେ ରୋଗ। ଅମୃତବେଳା : ଦିବା ୧୨ଟା ୧୭ ମିନିଟ୍ ଗତେ, ଅପରାହ୍ଣ ୨ଟା ୩୦ ମିନିଟ୍ ମଧ୍ୟେ, ୩ଟା ୫୭ ମିନିଟ୍ ଗତେ, ୪ଟା ୪୧ ମିନିଟ୍ ମଧ୍ୟେ।
ଆଜିରରାଶିଫଳ
ମେଷ : ତୃତୀୟ ଚନ୍ଦ୍ରଯୋଗୁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ନୂତନ ବ୍ୟବସାୟ କିମ୍ବା ନୂତନ କର୍ମାରମ୍ଭର ଯୋଜନା କରିବେ ଏବଂ ସେଥିରେ ସଫଳତା ପାଇବା ପାଇଁ ନିଜକୁ ପ୍ରସ୍ତୁତ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ପାଇବେ। ଯେଉଁ ମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୩, ଆରାଧନା : ମା’ ଚଣ୍ଡୀ ।
ବୃଷ : ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଧନ ପ୍ରତି ଏବଂ ଆୟ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟ ଯେତେ ଅଧିକ ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ ନାହିଁ। ଧନ, ସମ୍ପଦ ବୃଦ୍ଧିପାଇବ ଏବଂ ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା : ୨, ଆରାଧନା : ମା’ କମଳା।
ମିଥୁନ : ଶ୍ରୀ ଚନ୍ଦ୍ର, ରବିବାର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ। ମନରେପ୍ରସନ୍ନତା, ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ସବୁଜ, ସଂଖ୍ୟା : ୪, ଆରାଧନା : ଭଗବାନ ବିଷ୍ଣୁ।
କର୍କଟ : ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧିପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠହୋଇ ଋଣ କରିବାକୁ ପଡ଼ିପାରେ। ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ସତର୍କହେବେ। ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ଶିବ।
ସିଂହ : ଏକାଦଶ ଚନ୍ଦ୍ର, ରବିବାର ଏବଂ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଏବଂ ହୃତ ଧନ ଫେରିପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ଶୀର୍ଷରେ ରହିବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୬, ଆରାଧନା : ପ୍ରଭୁ ଗଜାନନ।
କନ୍ୟା : ଘାତଚନ୍ଦ୍ର ଯୋଗୁଁ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଓ ସମସ୍ତ କର୍ମ ବିବାଦୀୟ ହେବ। ମନରେ ବିରକ୍ତିଭାବ ଏବଂ ଚିଡ଼ିଚିଡ଼ା ପଣ ପ୍ରକାଶ ପାଇବ ଓ ଶାରୀରିକ ପୀଡ଼ା ଭୋଗିବେ। ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ। ଯେଉଁମାନଙ୍କର ହସ୍ତାକନ୍ୟା, ସେମାନେ ସତର୍କ ହେବେ। ଶୁଭରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା : ମା’ ଛିନ୍ନମସ୍ତା ।
ତୁଳା : ନବମ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ସୁଫଳ ପାଇବେ। ଶୁଭରଙ୍ଗ :ନୀଳ, ସଂଖ୍ୟା : ୬, ଆରାଧନା : ମା’ ଗାୟତ୍ରୀ ।
ବିଛା : ଅଷ୍ଟମ ଚନ୍ଦ୍ର ଯୋଗୁଁ ବାଦ, ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନ ବାହନ ଆରୋହଣ କାଳରେ ସତର୍କ ହେବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ମନ ଅସ୍ଥିର ଓ ବିଷାଦ ଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ। ଯେଉଁମାନଙ୍କର ଜ୍ୟେଷ୍ଠାବିଛା, ସେମାନେ ସତର୍କ ହେବେ। ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।
ଧନୁ : ସପ୍ତମ ଚନ୍ଦ୍ର, ରବିବାର ଯୋଗୁ ଆମୋଦ ପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ। ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କ ସହ ଯୋଗପ୍ରାପ୍ତ କରିବେ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ପ୍ରଭୁ ଶ୍ରୀ ଜଗନ୍ନାଥ।
ମକର : ଷଷ୍ଠ ଚନ୍ଦ୍ର ଯୋଗୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ମନରେ ପ୍ରସନ୍ନତା, ପରିବାରରେ ସୁଖ, ଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠାମକର, ସେମାନେ ସୁଫଳ ପାଇବେ। ଶୁଭରଙ୍ଗ :ବାଇଗଣୀ, ସଂଖ୍ୟା : ୩, ଆରାଧନା : ମା’ ଦୁର୍ଗା।
କୁମ୍ଭ : ପଞ୍ଚମ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ। ସନ୍ତାନ ମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ। ପିତାମାତାଙ୍କ କୃପା ଏବଂ ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ। ଶୁଭରଙ୍ଗ :କଳା, ସଂଖ୍ୟା : ୬, ଆରାଧନା : ମା’ କାଳୀ।
ମୀନ : ଚତୁର୍ଥ ଚନ୍ଦ୍ରଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ। ମନରେ ଅସ୍ଥିରତା, ପରିବାରରେ ମିତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ସୃଷ୍ଟିହେବ। ଯେଉଁ ମାନଙ୍କର ରେବତୀ ମୀନ, ସେମାନେ ସତର୍କ ହେବେ। ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୯, ଆରାଧନା : ମା’ ତାରା ।
ଜ୍ୟୋତିର୍ବିଦ୍: କୈଳାସ ଦାଶ, ଯୋଗାଯୋଗ: ୯୪୩୭୧୩୩୪୭୩