ପ୍ରମୂଖ ଖବର
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କଲା ଘଷିପୁରା ପୋଲିସ: ୬ ବାଇକ୍‌ ଜବତ, ୩ ଗିରଫ

ଆନନ୍ଦପୁର,୧୮/୧୧: ଘଷିପୁରା ପୋଲିସର ବଡ଼ ସଫଳତା । ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ କରିଲା କାବୁ । ୬ଟି ଚୋରା ବାଇକ୍‌ ସହ ୩ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ସାମିଲ ରହିଛନ୍ତି । ଗିରଫ ହୋଇଥିବା ଯୁବକ ଗୁହାଳିଆ ଗାଁର ଲିଟୁ ଜେନା, ଜୀବନ ଜେନା ଏବଂ ନାବାଳକ ରାଜା ଜେନା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନ ମୁତାବକ, ଘଷିପୁରା ଅଞ୍ଚଳର ବିଭିନ୍ନ ଜନଗହଳି ପୂର୍ଣ୍ଣ ହାଟ ବଜାରରୁ ବାରମ୍ବାର ବାଇକ୍‌ ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ବରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଘଷିପୁରା ପୋଲିସ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପରେ ଏକ ବିଶେଷ ସୂତ୍ରରୂ ଖବର ପାଇ ଘସିପୁରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ୍‌ ବାଇଲୋ ପଞ୍ଚାୟତ ଗୁହାଳିଆ ଗାଁର କାଜୁ ଜଙ୍ଗଲରେ ଅଚାନକ ଚଢ଼ାଉ କରିଥିଲା । ଏହି ଚଢାଉରେ ନମ୍ବର ବଦଳି ଥିବା ୬ ଟି ଚୋରା ବାଇକକୁ ଜବତ କରିବା ସହ ଚୋରିରେ ସଂପୃକ୍ତ ଥିବା ୨ ଜଣ ଯୁବକ ଏବଂ ଜଣେ ନାବାଳକଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଜେରା କରିବା ପରେ ଏକ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ଆନନ୍ଦପୂର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ପୋଲିସ । ଏହା ସହ ନାବାଳକ ରାଜାକୁ ଜୁଭେନାଇଲ ହାଜତକୁ ପଠା ଯାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.