ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ରାତି ପାହିଲେ ଜନ୍ମାଷ୍ଟମୀ, ଗୁରୁବାର ମହାପ୍ରଭୁଙ୍କର ଗର୍ଭଉଦକ ବନ୍ଦାପନା

Published By : Harapriya Sethi | August 14, 2025 11:53 AM

ପୁରୀ,୧୪/୮ : ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଆଜି ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେବେ। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସିବ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହେବ । ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼(ଜେଉଟ)ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି) ରୋଷରୁ ଆସି ରଖା ହୁଏ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ତିନିଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି। ପାଣି ପଡ଼ି ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ତା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ। 

ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ

ଦେବୋ ନ ଜାନାତି କୁତୋ ମନୁଷ୍ୟଃ?

ରାମଜନ୍ମ ଓ କୃଷ୍ଣ ଜନ୍ମର ପୂର୍ବରାତ୍ରିରେ  ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜେଉଟ ଭୋଗ ଅର୍ପଣ କରାଯାଏ। ଏହି ଭୋଗ ଓଉ କିମ୍ବା ଆମ୍ବ, ସାରୁ, ମଞ୍ଜା ଆଦିରୁ ପ୍ରସ୍ତୁତ ହୁଏ। ଏହି ଭୋଗ ଦେବାର ଉଦ୍ଦେଶ୍ୟ ଗର୍ଭକଷ୍ଟ ନିବାରଣ। ଭୋଗ ସମର୍ପଣ ପରେ ଠାକୁର ମାନଙ୍କର ବନ୍ଦାପନା କରାଯାଏ।  ଏଠାରେ ଭାବିବା କଥା ଜଗନ୍ନାଥ ତ  ନିଜେ ରାମ କୃଷ୍ଣ ହୋଇ ଜନ୍ମ ହୋଇଥାନ୍ତି।ତେବେ କେଉଁ କାରଣରୁ ତାଙ୍କୁ ଗର୍ଭକଷ୍ଟ ନିବାରଣ ଭୋଗ ସମର୍ପଣ କରାଯାଏ ଓ ପରଦିନ ସେହି ରାମ କୃଷ୍ଣ ହୋଇ ଜନ୍ମ ନିଅନ୍ତି ଏବଂଶ୍ରୀମନ୍ଦିରରେ ତାଙ୍କ ଜନ୍ମନୀତି ପାଳନ କରାଯାଏ।ଅର୍ଥାତ ପ୍ରଭୁ ରାତିରେ ନିଜେ ମାଆ ହୁଅନ୍ତି ଓ ସକାଳକୁ ପୁଅ ହୋଇ ଜନ୍ମ ହୋଇ ସାରିଥାନ୍ତି। ତେବେ ଏ ଭୋଗର ରହସ୍ୟ କଣ? ଗୀତାରେ ଏହାର ଉତ୍ତର ଅଛି।

ପିତାମହସ୍ୟ ଜଗତୋ ମାତାଧାତା ପିତାମହଃ"

ଏହାର ଅର୍ଥ ପରମାତ୍ମା ଏ ଜଗତର ପିତା, ମାତା, ଧାତା (ସୃଷ୍ଟିକର୍ତ୍ତା) ଓ ପିତାଙ୍କ ପିତା ପିତାମହ। ଏହିପରି ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ପାଳିତ ହେଉଥିବା ରୀତିନୀତି ଗୁଡିକର ସ୍ବତନ୍ତ୍ର ତାତ୍ପର୍ଯ୍ୟ ରହିଛି।

ଭାଦ୍ରବ କୃଷ୍ଣ ସପ୍ତମୀରେ ଦେବକୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଜଗନ୍ନାଥଙ୍କୁ ପଖାଳ ଅନ୍ନ ନୈବେଦ୍ୟ ।

 କୃଷ୍ଣାୟାମଥ ସପ୍ତମ୍ୟାଂ ସାୟଂପୂଜାବିଧାନତଃ।

ଦେବକୀସାନ୍ତ୍ୱନାର୍ଥାୟ ଜଗଦୀଶଂ ପୁନର୍ଯଜେତ୍।।

ଭାଦ୍ରବ କୃଷ୍ଣ ସପ୍ତମୀରେ ସାୟଂକାଳ ପୂଜାପରେ ଦେବକୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥଙ୍କୁ ପୁଣିଥରେ ପୂଜା କରିବ। 

ନାନାବ୍ୟଞ୍ଜନସଂଯୁକ୍ତଂ ନାନାପୂପସମନ୍ୱିତମ୍।

କ୍ଷାଳିତାନ୍ନଂ ଚ ନୈବେଦ୍ୟଂ ତଦାଦଦ୍ୟାନ୍ମହୀପତେ।।

ହେ ରାଜା! ନାନାବିଧ ବ୍ୟଞ୍ଜନ ଏବଂ ନାନା ପ୍ରକାର ପିଠା ସହ ଧୂଆ ପଖାଳ ନୈବେଦ୍ୟ ଅର୍ପଣ କରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.