ପ୍ରମୂଖ ଖବର
  • ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍‌କୁ ନେଇ ହେବ ଆଲୋଚନା
  • ||
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ

ପଟ୍ଟାମୁଣ୍ଡାଇ,୦୧/୧୧: ନଭେମ୍ବର ୧ ତାରିଖରୁ ଆରମ୍ଭ କରି ସାତ ମାସ ପର୍ଯ୍ୟନ୍ତ ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଧରା ଉପରେ ନିୟମକୁ କଡାକଡି କଟକଣା କରାଯାଇଛି । ଧାମରା ଠାରୁ ଦେବୀ ମୁହାଣ ଯାଏ ସମୁଦ୍ର କୂଳରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ମାଛ ମାରିବାକୁ ବାରଣ କରିଛି ରାଜନଗର ବନ ବିଭାଗ ।

ନଭେମ୍ବର ୧ତାରିଖ ଠାରୁ ମେ ୩୧ ତାରିଖ ଯାଏ ଗହୀର ମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଦେଶ ବିଦେଶରୁ ଅଲିଭ ରିଡଲେ କଇଁଛ ବଂଶ ବିସ୍ତାର ପାଇଁ ଆସିଥାନ୍ତି । କଇଁଛମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଳକୁ ଫେରି ଯାଆନ୍ତି । ଟ୍ରଲର ଚଳାଚଳ ଯୋଗୁଁ କଇଁଛ ମରୁଥିବାରୁ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି । ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବା ସହ ସମୁଦ୍ର ଭିତରେ ଥିବା ସୀମାକୁ ଟପି ନିଷିଦ୍ଧାଞ୍ଚଳ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବନ ବିଭାଗ ନିବେଦନ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.