ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଚିନ୍ତା ବଢ଼ାଇଲା ଏଫଏମସିଜି କମ୍ପାନୀ, ଦାମ୍‌ରେ ୨-୧୭% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୮/୬:ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ ହୋଇଛି ମହଙ୍ଗା ମାଡ । ଘରେ ଘରେ ବ୍ୟବହାର ହେଉଥିବା ନିତିଦିନିଆ  ତେଲ, ସାବୁନ୍ ଆଦିର ଦାମ୍ ବୃଦ୍ଧି ପାଇଛି। ବିଭିନ୍ନ କମ୍ପାନିର ସାବୁନ୍ ଦାମ୍‌ ଗତ କିଛିଦିନ ଭିତରେ ୨-୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ବଡି ୱାସ୍‌ ଦାମ୍ ୨-୯ ପ୍ରତିଶତ,  ତେଲ ୮-୧୧ ପ୍ରତିଶତ ଏବଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଦାମ୍‌ ୩-୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । 

ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ନିତିଦିନିଆ ବ୍ୟବହାର କରାଯାଉଥିବା ସାବୁନ,ତେଲ ଆଦିର ଦାମ୍ ଏଭଳି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୨୨ ଏବଂ ୨୦୨୩ର ପ୍ରଥମ କିଛି ମାସରେ ଦାମ୍ ଅଧିକ ଥିଲା। ତା’ପରେ କିନ୍ତୁ ଦର ହ୍ରାସ ପାଇଥିଲା। ସେହିପରି  ୨୦୨୩-୨୪ ଆର୍ଥିକ ବର୍ଷରେ ତେଲ ଓ ସାବୁନ୍ ଭଳି ଜିନିଷ ବିକ୍ରି କରୁଥିବା କମ୍ପାନିଗୁଡ଼ିକ ଦରବୃଦ୍ଧି କରିନଥିଲେ। ଏବେ ସେମାନେ ପୁଣି ଥରେ ଦାମ୍ ବଢ଼ାଇବା ଧାରା ଆରମ୍ଭ କରିଛନ୍ତି। ସେମାନେ କଞ୍ଚାମାଲ୍‌ ଭାବେ ବ୍ୟବହାର କରୁଥିବା ଅଶୋଧିତ ଓ ପାମ୍ ଅଏଲ୍‌ ଦାମ୍ କମାଇଥିବା ବେଳେ ଦୁଗ୍ଧ, ଚିନି, କଫି, ଶୁଖିଲା ନଡ଼ିଆ ଓ ବାର୍ଲି ଦାମ୍ ବୃଦ୍ଧି କରିଛନ୍ତି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ପକ୍ଷରୁ କୁହାଯାଇଛି ଯେ, ଉତ୍ପାଦନରେ ବ୍ୟବହାର ହେଉଥିବା କେତେକ ଜିନିଷ ମହଙ୍ଗା ହୋଇଥିବାରୁ କମ୍ପାନିଗୁଡ଼ିକ ଚୂଡ଼ାନ୍ତ ଉତ୍ପାଦର ଦାମ୍ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ନୁଭାମା ଇନ୍‌ଷ୍ଟିଚ୍ୟୁସନାଲ୍ ଇକ୍ବିଟିଜ୍ ପକ୍ଷରୁ କୁହାଯାଇଛି ଯେ ୨୦୨୩-୨୪ରେ ଦାମ୍ ବଢ଼ିନଥିଲା। ତେଣୁ ଚଳିତ ବର୍ଷ ଦରବୃଦ୍ଧି କରାଯାଇଛି। 

ମାରିକୋ କେଶ ତେଲର ଦାମ୍ ଗତ ଏପ୍ରିଲ୍‌ରେ ୬ ପ୍ରତିଶତ ବଢ଼ାଇଥିଲା। ଶୁଖିଲା ନଡ଼ିଆ ଦାମ୍ ବଢ଼ିଲେ ଏହା ଆଉ ଥରେ ଦାମ୍ ବଢ଼ିବାର ଆଶଙ୍କା ରହିଛି। ସ୍ନାକ୍ସ ବିକ୍ରେତା ବିକାଜୀ ମଧ୍ୟ ବିଭିନ୍ନ ସାମଗ୍ରୀ ଦାମ୍‌ରେ ୨-୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିଚାର କରୁଛି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍‌ ମଧ୍ୟ ଦାମ୍ ବଢ଼ାଇବା ଆରମ୍ଭ କରିଛି। ହିନ୍ଦୁସ୍ତାନ ୟୁନିଲିଭର ଦରବୃଦ୍ଧିକୁ ନେଇ କୌଣସି ନିଷ୍ପତ୍ତି ନେଇନଥିବା ବେଳେ ଡାବର୍‌ ଇଣ୍ଡିଆ ଓ ଇମାମି ଦାମ୍‌ରେ ଅଳ୍ପ ବୃଦ୍ଧି କରିବେ ବୋଲି କହିଛନ୍ତି। ସେହିପରି ଡିଟର୍‌ଜେଣ୍ଟ ବ୍ରାଣ୍ଡ୍‌ ଏଚ୍‌ୟୁଏଲ୍‌,ପିଆଣ୍ଡଜି ଓ ଜ୍ୟୋତି ଲ୍ୟାବ୍‌ସ ମଧ୍ୟ କେତେକ ପ୍ୟାକ୍ ମୂଲ୍ୟରେ ୧-୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.