ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏହି ଦିନ ପଡ଼ୁଛି ବର୍ଷର ପ୍ରଥମ ଶନି ଅମାବାସ୍ୟା, ଜାଣନ୍ତୁ ପିତୃ ପୁରୁଷଙ୍କ ପାଇଁ କରିବେ କେଉଁ ଉପାୟ...

Published By : Harapriya Sethi | February 8, 2025 2:48 PM

ନୂଆଦିଲ୍ଲୀ,୦୮/୦୨: ଶନି ହେଉଛନ୍ତି ନ୍ୟାୟର ଦେବତା । ଧରାପୃଷ୍ଠରେ ସମସ୍ତେ ଶନି ଦେବଙ୍କୁ ଶ୍ରଦ୍ଧାର ସହ କରିଥାନ୍ତି ପୂଜା । ଅନେକ ଲୋକ ଶନିବାର ଦିନ ଶନିଦେବଙ୍କ ମନ୍ଦିର ଯାଇ ସମସ୍ତ ନିୟମ ସହ ପୂଜାର୍ଚ୍ଚନା କରିଥାନ୍ତି । ଚଳିତ ବର୍ଷର ପ୍ରଥମ ଶନି ଅମାବାସ୍ୟା ମାର୍ଚ୍ଚ ୨୯ ତାରିଖରେ ପଡୁଛି । ଚୈତ୍ରମାସର ଏହି ଅମାବାସ୍ୟା ଶନିବାରରେ ହିଁ ପଡ଼ୁଛି । ସେଥିପାଇଁ ଏହାକୁ ଶନି ଅମାବାସ୍ୟା ବୋଲି କୁହାଯାଏ । ଚୈତ୍ର ଅମାବାଶ୍ୟାକୁ ଦର୍ଶ ଅମାବାଶ୍ୟା ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନ ଶନିଦେବଙ୍କ ଉପାୟ କରିବା ନିତ୍ୟାନ୍ତ ଆବଶ୍ୟକ । ଏହା ଛଡ଼ା ପିତୃ ପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ଅନେକ ଉପାୟ କରିବା ଉଚିତ୍‌ । 

ଆପଣଙ୍କୁ କହି ରଖୁଛୁ ଯେ, ଚୈତ୍ର ଅମାବାସ୍ୟା ପରେ ନବରାତ୍ରି ଆରମ୍ଭ ହୋଇଯାଇଥାଏ । ଚଳିତ ବର୍ଷ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ଏବଂ ଶନିଙ୍କର ରାଶି ପରିବର୍ତ୍ତନ ହେଉଥିବାରୁ ଏହି ଅମାବାସ୍ୟାଟି ବହୁତ ଖାସ୍‌ । ଏହି ଦିନ ବ୍ରହ୍ମ ଯୋଗ ସହ ଉତ୍ତରା ଭାଦ୍ରପଦ ନକ୍ଷତ୍ରର ସଂଯୋଗ ହେଉଛି । ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ ଅମାବାଶ୍ୟା ତିଥି ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖ ୭ଟା ୩୦ ରେ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ସନ୍ଧ୍ୟା ୪ଟା ୩୦ ପର୍ଯ୍ୟନ୍ତ ରହିବ ।

ଶନି ଅମାବାଶ୍ୟାର ଉପାୟ-

ଶନି ଅମାବାଶ୍ୟାରେ ପିତୃ ପୁରୁଷଙ୍କ ନାମରେ ଶସ୍ୟ ଜାତୀୟ ଖାଦ୍ୟ ସହ ବସ୍ତ୍ର ଦାନ କରିବା ଉଚିତ୍‌ । ଏହି ଦିନ ସକାଳେ ପିତୃ ପୁରୁଷଙ୍କୁ କଳା ରାଶି ତେଲ ମିଶ୍ରିତ ଜଳ ତର୍ପଣ କରନ୍ତୁ । ଏହା ପରେ ଅସ୍ୱତଥ୍‌ ଗଛରେ ମିଠା ଜଳ ଅର୍ପଣ କରନ୍ତୁ ଏବଂ ସଂନ୍ଧ୍ୟା ସମୟରେ ଅସ୍ୱତଥ୍‌ ଗଛ ପାଖରେ ଦୀପ ଜାଳନ୍ତୁ । ଅମାବାଶ୍ୟାରେ ପିତୃ ପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଏହି ଦିନ ପିତୃ ପୁରୁଷଙ୍କ ନାମରେ ପିଣ୍ଡଦାନ ମଧ୍ୟ କରାଯାଏ । ଏହା ସହ ପବିତ୍ର ନଦୀରେ ପିତୃ ପୁରୁଷଙ୍କ ନାମ ନେଇ ସ୍ନାନ କରି ଦାନ ଇତ୍ୟାଦି କରିବା ଦ୍ୱାରା ମଧ୍ୟ ତାଙ୍କ ଆଶୀର୍ବାଦ ମିଳିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.