ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାତି ପାହିଲେ ନିର୍ବାଚନ; ଅଡୁଆରେ ମୁଖ୍ୟମନ୍ତ୍ରୀ ଆତିଶୀ, ଜାଣନ୍ତୁ କଣ ମାମଲା

Published By : Ankita S | February 4, 2025 11:41 AM

ନୂଆଦିଲ୍ଲୀ,୦୪/୦୨: ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଅଡୁଆରେ ପଡିଛନ୍ତି । ତାଙ୍କ ବିରୋଧରେ ବିଏନଏସ ଧାରା ୧୮୮ରେ ମାମଲା ରୁଜ୍ଜୁ ହୋଇଛି । ଆତିଶୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ସରକାରୀ କାମରେ ବାଧା ସୃଷ୍ଟି କରିଥିବା ନେଇ ମାମଲା ରୁଜ୍ଜୁ ହୋଇଛି । ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡା ମାରିବା ଘଟଣାରେ ଆତିଶୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

କଣ ମାମଲା- ଯେଉଁ ଭିଡିଓ ଆଧାରରେ ଦିଲ୍ଲୀ ପୋଲିସ ମାମଲା ରଜ୍ଜୁ କରିଛି ସେଥିରେ ସିଏମ ଆତିଶୀଙ୍କ ସମର୍ଥକ ସାଗର ମେହତା ଜଣେ ପୋଲିସଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆତିଶୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ବିଏନଏସ ଧାରା ୧୮୮ରେ ମାମଲା ରୁଜ୍ଜୁ ହୋଇଛି । ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡିଛି । ଜଣେ ପୋଲିସକର୍ମୀ ଭିଡିଓ କରୁଥିଲେ । ଗାଡିର ଲମ୍ବା ଲାଇନ ଲାଗିଥିଲା । ସେହି ସମୟରେ ଆତିଶୀ ତାଙ୍କ ସମର୍ଥକଙ୍କ ସହ ପହଞ୍ଚିଥିଲେ । ଜଣେ ସମର୍ଥକ ସାଗର ପୋଲିସଙ୍କ ଉପରକୁ ହାତ ଉଠାଇଥିଲେ । ଫଳରେ ଫୋନ୍ ତଳେ ପଡି ଯାଇଥିଲା ।

 କଣ କହିଲେ ଆତୀଶୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆପ୍ ଦଳରୁ କାଲକାଜୀରୁ ପ୍ରାର୍ଥୀ ହୋଇଛନ୍ତି । ମାମଲା ରୁଜ୍ଜୁ ହେବାକୁ ନେଇ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିଛନ୍ତି ଆତିଶୀ । ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିର୍ବାଚନ ଆୟୋଗ ବି ବଡ ଗଜବ! ରମେଶ ବିଧୁଡୀଙ୍କ ପରିବାର ସଦସ୍ୟ ଖୋଲାଖୋଲି ନିର୍ବାଚନ ଆଚରଣ ସଂହିତା ଉଲ୍ଲଘଂନ କରୁଛନ୍ତି । ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ମୁଁ ଅଭିଯୋଗ ପାଇଁ ପୋଲିସକୁ ଡାକିଥିଲି । ଏହାକୁ ନେଇ ମୋ ଉପରେ ମାମଲା ଦାୟର ହୋଇଛି । ରାଜୀବ କୁମାର ଜୀ ଆପଣ ନିର୍ବାଚନ ପ୍ରକ୍ରିୟାର କେତେ ଅପମାନ କରିବେ ।'

ଏହା ବି ପଢନ୍ତୁ...ଦିଲ୍ଲୀ ବିଧାନସଭା ନିର୍ବାଚନ: ବୁଧବାର ୭୦ ଆସନରେ ଭୋଟିଂ, କାହାକୁ ଦିଲ୍ଲୀ ଦରବାରକୁ ପଠାଇବେ ଜନତା

କହି ରଖୁଛି କି, ଆସନ୍ତାକାଲି (ବୁଧବାର) ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭୦ଟି  ଆସନରେ ମତଦାନ ଅନୁଷ୍ଠିତ ହେବ । ଦିଲ୍ଲୀରେ ଏଥରକ ୧.୫୬ କୋଟି ମତଦାତା ୧୩,୭୬୬ଟି ମତଦାନ କେନ୍ଦ୍ରରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୮୩.୭୬  ଲକ୍ଷ  ପୁରୁଷ, ୭୨.୩୬ ଲକ୍ଷ  ମହିଳା  ଭୋଟର ରହିଛନ୍ତି  । ୧୨୫୭ ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି । ଦିବ୍ୟାଙ୍ଗମାନଙ୍କ ଲାଗି  ୭୩୩ଟି ମତଦାନ କେନ୍ଦ୍ର  କରାଯାଇଛି ।  ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ଏଥରେ ଏକ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ଶାସକ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବ । ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.