ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ଜାମା ମସଜିଦ ସର୍ଭେ ବେଳେ ହଙ୍ଗାମା; ପୋଲିସ ଉପରକୁ ପଥରମାଡ, ଗାଡି ଜାଳିଦେଲେ

ଲକ୍ଷ୍ନୌ,୨୪/୧୧: ଜାମା ମସଜିଦ ସର୍ଭେ ବେଲେ ହଙ୍ଗାମା ପରିସ୍ଥିତି ଉପୁଜିଲା । ପୋଲିସ ଓ ସର୍ଭେ ଟିମ୍ ଉପରକୁ ପଥମ ମାଡ କଲେ ସ୍ଥାନୀୟ ଲୋକ । ପୋଲିସ ବାଧ୍ୟ ହୋଇ ଲୁହା ବୁହା ଗ୍ୟାସ ସ୍ପ୍ରେ କଲା । ଉତ୍ତରପ୍ରଦେଶ ସମ୍ଭଲରେ ଥିବା ଜାମା ମସଜିଦ୍ ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ସର୍ଭେ ଟିମ ସହ ପୋଲିସ ଉପରକୁ ପଥରମାଡ କରିଥିଲେ ସ୍ଥାନୀୟ ଲୋକ ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ସର୍ଭେ ପାଇଁ ଆଜି ଟିମ୍ ପହଞ୍ଚିଥିଲା । ଡିଏମ-ଏସପିଙ୍କ ସମେତ ଏସଡିଏମ ଘଟଣାସ୍ଥଳରେ ଥିଲେ । ସର୍ଭେ କାମ ଆରମ୍ଭ ହେବା କ୍ଷଣି ଏହିକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ଉପରକୁ ପଥମମାଡ କରିଥିଲେ । ପୋଲିସ-ଜନତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମସଜିଦ ବାହାରେ ଭିଡ ଜମି ଯାଇଥିଲା । ସର୍ଭେକୁ ବିରୋଧ ହୋଇଥିଲା। ପୋଲିସକୁ ଆକ୍ରମଣ କରିଥିଲେ । ଗାଡି ଜାଳି ଦେଇଥିଲେ । ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ବାଧ୍ୟ ହୋଇ ଲୁହା ବୁହା ଗ୍ୟାସ ସ୍ପ୍ରେ କରିଥିଲା  । ହଙ୍ଗାମାରେ କିଛି ପୋଲିସ ଆହତ ହୋଇଛନ୍ତି ।

ହଙ୍ଗାମା ଭିତରେ ବି ହେଲା ସର୍ଭେ- ସମ୍ଭଲରେ ଥିବା ଜାମା ମସଜିଦ୍ ନିକଟରେ ସର୍ଭେ ଟିମ୍ ପହଞ୍ଚିବା ପରେ ସ୍ଥାନୀୟ ଲୋକ ହୋ ହାଲ୍ଲା କରିଥିଲେ । ପୋଲିସ ଉପରକୁ ପଥମ ମାଡ କରିଥିଲେ । ଏହା ପରେ ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ସ୍ପ୍ରେ କରିଥିଲା । ହଙ୍ଗାମା ଭିତରେ ବି ସର୍ଭେ କାମ ହୋଇଥିଲା । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସର୍ଭେ ହୋଇଥିଲା । ଭିଡଓଗ୍ରାଫି କରିଥିଲା ଟିମ୍ । ଅନ୍ୟ ଏକ ରାସ୍ତାରେ ସର୍ଭେ ଟିମକୁ ବାହାରକୁ ଆଣାଯାଇଥିଲା ।

ହଙ୍ଗାମା ଭିତରେ ବି ହେଲା ସର୍ଭେ- ସମ୍ଭଲରେ ଥିବା ଜାମା ମସଜିଦ୍ ନିକଟରେ ସର୍ଭେ ଟିମ୍ ପହଞ୍ଚିବା ପରେ ସ୍ଥାନୀୟ ଲୋକ ହୋ ହାଲ୍ଲା କରିଥିଲେ । ପୋଲିସ ଉପରକୁ ପଥମ ମାଡ କରିଥିଲେ । ଏହା ପରେ ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ସ୍ପ୍ରେ କରିଥିଲା । ହଙ୍ଗାମା ଭିତରେ ବି ସର୍ଭେ କାମ ହୋଇଥିଲା । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସର୍ଭେ ହୋଇଥିଲା । ଭିଡଓଗ୍ରାଫି କରିଥିଲା ଟିମ୍ । ଅନ୍ୟ ଏକ ରାସ୍ତାରେ ସର୍ଭେ ଟିମକୁ ବାହାରକୁ ଆଣାଯାଇଥିଲା ।

ପ୍ରକାଶ ଥାଉ କି, ନଭେମ୍ବର ୧୯ ତାରିଖରେ ହିନ୍ଦୁ ପକ୍ଷରୁ ସିଭିଲ ସିନିୟର ଡିଭିଜନ ଚନ୍ଦୌସି କୋର୍ଟରେ ଏକ ଆବେଦନ କରିଥିଲେ । ସମ୍ଭଲର ଶାହି ମସଜିଦ ହେଉଛି ଶ୍ରୀ ହରିହର ମନ୍ଦିର । ୧୫୨୯ରେ ବାବାରଙ୍କ ଶାସନ କାଳରେ ଏହାକୁ ମସଜିଦ ଆକାର ଦିଆଯାଇଥିଲା। ଏହାପରେ ମସଜିଦର ସର୍ଭେ କରି ନଭେମ୍ବର ୨୯ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଦ୍ବିତୀୟ ଦିନ ସର୍ଭେ ସମୟରେ ହଙ୍ଗାମା ହୋଇଥିଲା।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.