ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ଖବର ଡରାଇ ଦେଇଥିଲା, ଫୋନ୍‌ କଲା ପରେ ଜଣାପଡ଼ିଲା…ଏମିତି କାହିଁକି କହିଲେ ଅଜିତ ପାଓ୍ବାର ?

Image Courtesy: indianexpress

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଶାଳ ବିଜୟ ପରେ ଦେବେନ୍ଦ୍ର ଫଡ଼ନାଭିସ୍‌, ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି, ଜନତା ଫଇସଲା କରିଦେଇଛନ୍ତି ପ୍ରକୃତ ଏନସିପି କିଏ । ଆମ ପାଖରୁ ଆରମ୍ଭ ହୋଇଥିବା ଲାଡଲୀ ବହେନା ହିଁ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇଛି । ସେ କହିଛନ୍ତି,   ମୋ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର କୌଣସି ମେଣ୍ଟକୁ ୨୦୦ରୁ ଅଧିକ ଆସନ ମିଳିଛି । ଏଥର ନିର୍ବାଚନରେ ବିରୋଧୀ ଦଳ ଶୂନ ହୋଇଯାଇଛନ୍ତି । ଆମେ ଲୋକସଭା ନିର୍ବାଚନରେ ହୋଇଥିବା ଭୁଲକୁ ସୁଧାରିଛୁ । କିନ୍ତୁ ଲୋକସଭା ନିର୍ବାଚନରେ ଖୁସି ହେଉଥିବା ଲୋକେ ଏବେ ପ୍ରଶ୍ନ ଉଠାଉଛନ୍ତି ବୋଲି ଅଜିତ ପାଓ୍ବାର କହିଛନ୍ତି । 

ସେପଟେ ଆଜି ପ୍ରାରମ୍ଭିକ ଗଣତି ସମୟରେ ସେ ପଛରେ ପଡ଼ିଥିବା ନେଇ ଖବର ପ୍ରସାରଣ ହୋଇଥିଲା ବୋଲି କହିଛନ୍ତି । ଏହି ଖବର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଜିତ ପାଓ୍ବାର କହିଛନ୍ତି, ସକାଳେ ନ୍ୟୁଜ ଆସିଲା ଯେ ମୁଁ ପଛରେ ରହିଯାଇଛି । କିନ୍ତୁ ମୁଁ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ଏମିତି ଖବର ଚାଲିଲା ଯେ, ମୁଁ ଚିନ୍ତାରେ ପଡ଼ିଯାଇଥିଲି। ଫୋନ୍‌ କଲା ପରେ ଜଣାପଡ଼ିଲା ଯେ, ବାଲାଟ ପେପର ଭୋଟ୍‌ରେ ବି ମୁଁ ଆଗରେ ରହିଛି । ଏମିତି କରିବା କଥା ନୁହେଁ କାରଣ ଲୋକେ ମିଡିଆ ଉପରେ ବିଶ୍ବାସ କରୁଛନ୍ତି ବୋଲି ଏନସିପି ମୁଖ୍ୟ କହିଛନ୍ତି ।

ଆମେ ପୂର୍ବରୁ କହିଥିଲୁ ଲୋକଙ୍କ ପାକକୁ ଯିବୁ । ଆଉ ଆଜି ଜନାଦେଶ ଆସିସାରିଛି ବୋଲି ଅଜିତ ପାଓ୍ବାର କହିଛନ୍ତି । ସେ ଆହୁରି କହିଛନ୍ତି, ଜନତା ଜଣାଇଦେଲେ ଯେ ଘରେ ବସି ଫେସବୁକରେ ସରକାର ଚଳାଇ ହେବନି । କାର୍ଯକର୍ତ୍ତା ନିଜ ଘରେ ନୁହେଁ ବରଂ ଲୋକଙ୍କ ଦ୍ବାର ମୁହଁରେ ଭଲ ଲାଗନ୍ତି । ୨୦୧୯ରେ ଯେଉଁ ସରକାର ଗଠନ ହୋଇଥିଲା ତାକୁ ଲୋକେ ପସନ୍ଦ କଲେ ନାହିଁ । ୨୦୨୪ରେ ଲୋକେ ସ୍ପଷ୍ଟ କରିଦେଲେ ଶିବସେନା କାହାର ଓ ଏନସିପି କାହାର ।

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.