ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୮ ମାସରେ ୨୭ ହଜାର କୋଟି ଋଣ କରିଛନ୍ତି ହିମାଚଳର କଂଗ୍ରେସ ସରକାର: ଅନୁରାଗ ଠାକୁର

Published By : Tapas Panda | October 7, 2024 5:49 PM

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ୧୮ ମାସରେ ୨୭ ହଜାର କୋଟି ଋଣ କରିଛନ୍ତି । ଏନେଇ ସୋମବାର କହିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର । ସୁଖବିନ୍ଦର ସିଂହ ସୁଖୁଙ୍କ ବିଧାନସଭା ମଣ୍ଡଳୀ ସମେତ ନିଜର ସଂସଦୀୟ କ୍ଷେତ୍ରରେ ଅନୁରାଗ ଠାକୁର ଏଭଳି ଦାବି କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଅନୁରାଗ ଠାକୁର କହିଛନ୍ତି ଯେ, ‘ମାତ୍ର ୧୮ ମାସର କାର୍ଯ୍ୟକାଳରେ ରାଜ୍ୟ ସରକାର ୨୭ ହଜାର କୋଟିରୁ ଅଧିକ ଋଣ କରିଛନ୍ତି । କିନ୍ତୁ ରାଜ୍ୟର ଉନ୍ନତି ଲାଗି ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । କଂଗ୍ରେସ ସରକାର କିଛି ଦେଇ ନାହିଁ ବରଂ ଲୋକଙ୍କ ପାଖରୁ ଲଗାତାର ଅର୍ଥ ଆଦାୟ କରୁଛି ।’ 

ସେ ଆହୁରି ଅଭିଯୋଗ କରିଛନ୍ତି, ସାରା ରାଜ୍ୟରେ ରାସ୍ତା ଖରାପ ହୋଇପଡ଼ିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ସବୁ କ୍ଷେତ୍ରରେ ଆର୍ଥିକ ବୋଝ ଲଦି ହୋଇଯାଇଛି । ବିଜୁଳୀ, ରାସ୍ତା, ପାଣି, ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଋଣ ଭାର ବଢ଼ି ବଢ଼ି ଚାଲିଛି । ବିଜେପି ସରକାର ସମୟରେ ବିଜୁଳୀ ବିଲ୍‌ ଉପରେ ସବସିଡି ମିଳୁଥିବା ବେଳେ ଏହାକୁ ସମାପ୍ତ କରିଦେଇଛନ୍ତି କଂଗ୍ରେସ ସରକାର । ଏପରିକି ଗ୍ରାମୀଣ ଅଞ୍ଚଳରେ ଲୋକେ ପାଣି ବିଲ୍‌ ଦେଇ ନୟାନ୍ତ ହୋଇପଡ଼ିଲେଣି ବୋଲି ଅନୁରାଗ ଠାକୁର କହିଛନ୍ତି ।

 ଅନ୍ୟପଟେ, ରାଜ୍ୟରେ ୧୬ ଲକ୍ଷ ୫୦ ହଜାର ଲୋକ ବିଜେପିର ସଦସ୍ୟତା ଗ୍ରହଣ କରିଥିବା ବେଳେ ଏହି ଧାରା ଜାରି ରହିଛି । ବିଜେପି ପାଇଁ ତାର କାର୍ଯ୍ୟକର୍ତ୍ତା ହିଁ ସବୁକିଛି ବୋଲି ଅନୁରାଗ ଠାକୁର ଦାବି କରିଛନ୍ତି ।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.