ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ସହ ମେଣ୍ଟ କରିବନି କଂଗ୍ରେସ

Published By : Tapas Panda | November 29, 2024 5:47 PM

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ସହ ମେଣ୍ଟ ନକରି ଏକାକୀ ଲଢ଼ିବ କଂଗ୍ରେସ । ଶୁକ୍ରବାର ଏନେଇ ଦଳ ପକ୍ଷରୁ ଘୋଷଣା ହୋଇଛି । ସମସ୍ତ ୭୦ ବିଧାନସଭା ଆସନରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ଦିଲ୍ଲୀ ଗଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ କହିଛନ୍ତି । ଏହି ନିର୍ବାଚନାରେ କଂଗ୍ରେସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସଂପର୍କରେ ବିଧାୟକ ଦଳ ବୈଠକରେ ସ୍ଥିର ହେବ ।

 ଏହା ପୂର୍ବରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ‘ଧର୍ମ ଯୁଦ୍ଧ’ର ଆଖ୍ୟା ଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ଏକ ଧର୍ମ ଯୁଦ୍ଧ ଭଳି । କୌରବଙ୍କ ଭଳି ସେମାନଙ୍କ ପାଖରେ ଟଙ୍କା ଏବଂ କ୍ଷମତା ରହିଛି । ହେଲେ ପାଣ୍ଡବଙ୍କ ଭଳି ଆମ ପାଖରେ ଇଶ୍ବର ଏବଂ ଲୋକମାନେ ରହିଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଥିଲେ । ଏସବୁ ଭିତରେ ଗୁରୁବାର ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୪୩ଟି କମିଟି ଗଠନ କରିଛି । 

 ବୀରେନ୍ଦ୍ର ସଚଦେବଙ୍କ ନିର୍ଦ୍ଦେଶ କ୍ରମେ କମିଟି ମୁଖ୍ୟଙ୍କ ନାଁ ଘୋଷଣା ହୋଇଛି । ନିର୍ବାଚନ ସଂପର୍କିତ କାର୍ଯ୍ୟ ଲାଗି ଏହି ସବୁ କମିଟି ଗଠନ କରାଯାଇଛି ।  ସୂଚନାଯୋଗ୍ୟ, ଦିଲ୍ଲୀରେ ୭୦ ବିଧାନସଭା ଆସନ ଲାଗି ନିର୍ବାଚନ ଫେବୃଆରୀ ୨୦୨୫ ପୂର୍ବରୁ ହେବ । ଗତ ନିର୍ବାଚନ ଫେବୃଆରୀ ୨୦୨୦ରେ ଅନୁଷ୍ଠିତ ହୋଇଥିଲା ଏବଂ ନିର୍ବାଚନରେ ବିଜୟୀ ହୋଇ କେଜ୍ରିଓ୍ବାଲଙ୍କ ଦଳ ଆପ୍‌ ସରକାର ଗଢ଼ିଥିଲା । ଏହା ସହ କେଜ୍ରିଓ୍ବାଲ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲା । ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବାକୁ ଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.