ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଚମତ୍କାର ଘଟିଲା : ଅଳ୍ପକେ ବଞ୍ଚିଲା କୁନି ଶିଶୁର ଜୀବନ , ଦ୍ୱିତୀୟ ମହଲାରୁ ଧିରେ ଧିରେ ତଳକୁ ଖସି ଯାଉଥିଲା !

ଚେନ୍ନାଇ : ତାମିଲନାଡୁର ଚେନ୍ନାଇରେ ଏକ ହୃଦୟଥରା ଘଟଣା ଘଟିଛି। ଯେଉଁଠି ଏକ ଆପାର୍ଟମେଣ୍ଟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି, ଦ୍ୱିତୀୟ ମହଲାରୁ ଏକ ଛୋଟ ଶିଶୁ ତଳକୁ ଖସି ପଡ଼ୁଛି, କିନ୍ତୁ ସେତେବେଳେ ଚମତ୍କାର ଘଟିଛି ଏବଂ ତାର ଜୀବନ ବଞ୍ଚିଯାଇଛି। ଯିଏ ଏହି ଭିଡ଼ିଓ ଦେଖୁଛି , ଆଶ୍ଚର୍ଯ୍ୟ ହୋଇ ଯାଉଛି। 

ଉଲ୍ଲେଖନୀୟ ଯେ, ବାଲକୋନୀରେ ଥିବା ପିଲାଟି ପ୍ଲାଷ୍ଟିକ୍‌ ସିଟ୍‌  ମଧ୍ୟକୁ ଆସି ଯାଇଥିଲା। ଧିରେ ଧିରେ ସେ ତଳକୁ ଖସିବାକୁ ଲାଗିଲା। ଯେବେ ଆଖ ପାଖର ଲୋକେ ଦେଖିଲେ ,ତାର ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂ ତଳେ ଏକାଠି ହୋଇଗଲେ। ତଳେ ଏକ ଚାଦର ଖୋଲି ଠିଆ ହେଲେ। ଯଦି ପିଲାଟି ଖସି ପଡ଼େ ତ ତାକୁ ରକ୍ଷା କରାଯାଇ ପାରିବ। ହେଲେ ଏହି ସମୟରେ ପ୍ରଥମ ମହଲାରୁ କିଛି ଲୋକ କୁନି ପିଲାଟିକୁ ସୁରକ୍ଷିତ ବଞ୍ଚାଇଥିଲେ। 

ପାଖାପାଖି ୩ ମିନିଟ୍‌ର ଏହି ଭିଡ଼ିଓକୁ ଆପାର୍ଟମେଣ୍ଟର ସାମ୍ନା ଟାୱାରରୁ ରେକର୍ଡ କରାଯାଇଛି। ଭିଡିଓରେ ଏକ ଛୋଟ ଶିଶୁ ପ୍ଲାଷ୍ଟିକ ସିଟ୍‌ରେ ଧିରେ ଧିରେ ତଳକୁ ଖସୁ ଥିବାର ଦେଖିବାକୁ ମିଳୁଛି। ବିଲ୍ଡଂ ତଳେ ପ୍ରଥମେ ଲୋକେ ଏକ ଛୋଟ ଚାଦର ନେଇ ଆସନ୍ତି, କିନ୍ତୁ କିଛି ସମୟ ପରେ ଏକ ବଡ଼ ବେଡଶିଟ୍‌ ଅଣାଯାଏ। ଏହି ସମୟରେ ପ୍ରଥମ ମହଲାରୁ ଜଣେ ବ୍ୟକ୍ତି ଝରକା ମାଧ୍ୟମରେ ବାହାରକୁ ଆସନ୍ତି। ଏହାପରେ ଆଉ ଜଣେ ବ୍ୟକ୍ତି ବାହାରକୁ ଆସନ୍ତି। ଏପଟେ ଶିଶୁଟି ଧିରେ ଧିରେ ଉପରୁ ତଳକୁ ଖସୁଥାଏ। ଏହାପରେ ଝରକାରେ ବାହାରକୁ ଆସିଥିବା ବ୍ୟକ୍ତି ଜଣଙ୍କ ପିଲାକୁ ତଳକୁ ଖସିବା ପୂର୍ବରୁ ତାଙ୍କୁ ହାତରେ ଧରି ପକାନ୍ତି। ଉକ୍ତ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି।

ଯେତେ ସମୟ ଧରି ଶିଶୁଟି ପ୍ଲାଷ୍ଟିକ ସିଟ୍‌ରେ ଲଟକି ରହିଥିଲା, ସେତେବେଳ ଯାଏ ସେଠାରେ ଦେଖୁଥିବା ଲୋକଙ୍କ ଛାତି ଥରି ଉଠୁଥିଲା। ପରେ ତାରୁ ସୁରକ୍ଷିତ ରକ୍ଷା କରାଯିବା ପରେ ଲୋକେ ଖୁବ୍ ଖୁସି ନଜର ଆସିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.