ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୂଜା ମଣ୍ଡପରେ ଦୁବୃର୍ତ୍ତଙ୍କ ଆଖିବୁଜା ଗୁଳିମାଡ଼, ୪ ଗୁରୁତର

Published By : Anindita Ratha | October 13, 2024 12:18 PM

ନୂଆଦିଲ୍ଲୀ,୧୩/୧୦:  ଦଶହରାପାଇଁ ଚାରିଆଡେ ଉତ୍ସବ ମୁଖର। ବିଭିନ୍ନ ସ୍ଥାନରେ ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା। ଏହାରି ମଧ୍ୟରେ  ଦୁର୍ଗା ପୂଜା ମଣ୍ଡପରେ ଫୁଟିଛି ଗୁଳି। ଆଜି ସକାଳୁ ବାଇକ୍‌ରେ ଆସି କିଛି ଦୁବୃର୍ତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଫଳରେ ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ତେବେ ବିହାରରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। 

ସୂଚନା ମୁତାବକ, ଆଜି ସକାଳୁ ବିହାର ନଓ୍ୱାଡା ପୋଲିସ ଷ୍ଟେସନ ଅଞ୍ଚଳର ମୌଲବାଦରେ ଥିବା ପୂଜା ମଣ୍ଡପରେ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ପୂଜା କମିଟିର ଜଣେ ସଦସ୍ୟଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆରା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗୁଳିମାଡ଼ରେ ଆହତ ଥିବା ବ୍ୟକ୍ତିଙ୍କ କହିବା ମୁତାବକ, ରବିବାର ସକାଳୁ ପୂଜା ମଣ୍ଡପରେ ସେ ଚୌକି ପକାଇ ବସିଥିଲେ। ଏତିକି ବେଳେ ଦୁଇଟି ବାଇକ୍‌ରେ କିଛି ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ହତିଆର ଧରି ଆସିଥିଲେ। ଏହାପରେ ଗୁଳିମାଡ଼ କରିବା ଆରମ୍ଭ ହୋଇଥିଲା। ଏହାପରେ ସେମାନେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି। ସେପଟେ ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.