ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାବା ସିଦ୍ଦିକି ହତ୍ୟା ମାମଲରେ ପାକିସ୍ତାନ ଲିଙ୍କ୍; ଡ୍ରୋନ୍‌ରେ ପଠାଯାଇଥିଲା ହତିଆର

Published By : Soubhagya Ranjan | October 26, 2024 12:04 PM

Image source: TV9

ମୁମ୍ବାଇ,୨୬/୧୦: ନିକଟରେ ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏବେ ବାବା ସିଦ୍ଦିକି ସୁଟ୍ ଆଉଟ୍ ମାମଲାର ପାକିସ୍ତାନ ଲିଙ୍କ୍‌ ‌ଥିବା ଘଟଣା ସାମ୍ନାକୁ ଆସୁଛି। ମୁମ୍ବାଇ କ୍ରାଇମ ଶାଖା ସୂତ୍ର ଅନୁଯାୟୀ, ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଡ୍ରୋନ ମାଧ୍ୟମରେ ପାକିସ୍ତାନରୁ ଅସ୍ତ୍ର ପଠାଯାଇଥିଲା। ଏହି ଗୁଳି ବିନିମୟରେ ୩ ଟି ବିଦେଶୀ ପିସ୍ତଲ ଏବଂ ଗୋଟିଏ ସ୍ୱଦେଶୀ ପିସ୍ତଲ ବ୍ୟବହାର କରାଯାଇ‌ଥିବା ଖୁଲାସା ହୋଇଛି। ତେବେ ଏଥିରୁ ଗୋଟିଏ ଅଷ୍ଟ୍ରେଲିୟ ଗ୍ଲକ୍, ଦ୍ୱିତୀୟଟି ତୁର୍କୀ ନିର୍ମିତ ଜିଗାନା, ତୃତୀୟଟି ଅଷ୍ଟ୍ରେଲିୟା ବ୍ରେଟା ହୋଇଥିବାବେଳେ ଚତୁର୍ଥଟି ଏକ ସ୍ୱଦେଶୀ ପିସ୍ତଲ ଥିଲା। ବାବା ସିଦ୍ଦିକି ସୁଟ୍ ଆଉଟ୍ ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଆଉ ଏକ ଖୁଲାସା କରିଛି। ପ୍ରକାଶ ଯେ, ମୁମ୍ବାଇକୁ ଚୋରା ଚାଲାଣ ହୋଇଥିବା ତିନିଟି ବିଦେଶୀ ପିସ୍ତଲକୁ ଭାରତର ସୀମାନ୍ତ ଅଞ୍ଚଳକୁ ଡ୍ରୋନ୍ ମାଧ୍ୟମରେ ପଠାଯାଇଥିଲା ଏବଂ ପରେ ହ୍ୟାଣ୍ଡେଲର୍ ମାଧ୍ୟମରେ ମୁମ୍ବାଇକୁ ପଠାଯାଇଥିଲା।

ଭାରତରେ କେମିତି ପହଞ୍ଚିଲା ବନ୍ଧୁକ?

ଅସ୍ତ୍ରଶସ୍ତ୍ର ହ୍ୟାଣ୍ଡଲର ମାଧ୍ୟମରେ ମୁମ୍ବାଇ ପଠାଯିବା ପରେ ବାବା ସିଦ୍ଦିକିଙ୍କୁ ସେହି ୩ ଟି ବିଦେଶୀ ପିସ୍ତଲ ଏବଂ ଗୋଟିଏ ସ୍ୱଦେଶୀ ପିସ୍ତଲ ଦ୍ୱାରା ଆକ୍ରମଣ କରାଯାଇଥିଲା। ତେବେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ଭାରତରେ ବିଦେଶୀ ପିସ୍ତଲ ନିଷେଧ, ସେତେବେଳେ ଏହା କିପରି ଭାରତକୁ ଆସିଲା? କ୍ରାଇମ ବ୍ରାଞ୍ଚ ସନ୍ଦେହ କରୁଛି ଯେ ରାଜସ୍ଥାନ କିମ୍ବା ପଞ୍ଜାବ ସୀମାରେ ଡ୍ରୋନ୍ ମାଧ୍ୟମରେ ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଆମଦାନୀ କରାଯାଇଛି। ସ୍ଥାନୀୟ ପାକିସ୍ତାନୀ ଗ୍ୟାଙ୍ଗ କିମ୍ବା ଆଇଏସଆଇ ବିଷ୍ଣୋଇ ଗ୍ୟାଙ୍ଗକୁ ଏହି ଅସ୍ତ୍ର ବିତରଣରେ ଜଡ଼ିତ ଥାଇପାରେ, ଏଥିପାଇଁ ଜିଶାନ ଏବଂ ଶୁଭମ୍‌କୁ ଧରିବା ଅତ୍ୟନ୍ତ ଜରୁରୀ, କିନ୍ତୁ ଉଭୟେ ବର୍ତ୍ତମାନ ଫେରାର ଅଛନ୍ତି। ଆହୁରି ମଧ୍ୟ, ପଞ୍ଜାବ ଓ ରାଜସ୍ଥାନ ପୋଲିସ ନିଶ୍ଚିତ ଭାବେ ଦାବି କରିଛି ଯେ ଏଭଳି ଅସ୍ତ୍ର କେବଳ ଡ୍ରୋନ୍ ମାଧ୍ୟମରେ ଆସିଥିବ। କାରଣ ଏପରି ଅନ୍ୟ କୌଣସି ଉପାୟରେ ହୋଇପାରିବ ନାହିଁ। ଏଭଳି ମାମଲା ସହ ଜଡିତ ଲୋକଙ୍କୁ ଏବଂ ବାବା ସିଦ୍ଦିକି ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି। ପ୍ରଶ୍ନ ହେଉଛି, କେଉଁ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ସୀମା ପାର କରି ପଠାଇଥିଲା, କାହା ନିର୍ଦ୍ଦେଶରେ ସେ ପଠାଇଥିଲା ଏବଂ ହତ୍ୟାକାଣ୍ଡର କାରଣ କ’ଣ ଥିଲା? ବର୍ତ୍ତମାନ ଶୁଭମ୍ ଲୋକର, ଜିଶନ୍ ଅଖତର ସମେତ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀଙ୍କୁ ଖୋଜା ଚାଲିଛି। ସେପଟେ ଲୁଧିଆନାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.