ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଅଯୋଧ୍ୟାରେ ଦୀପାବଳିରେ ସ୍ୱଦେଶୀ ଉପରେ ଗୁରୁତ୍ୱ , ଚାଇନିଜ୍ ପ୍ରଡକ୍ଟକୁ ଦୂରେଇଲେ ରାମ ମନ୍ଦିର ଟ୍ରଷ୍ଟ

Published By : Prameya | October 29, 2024 11:13 PM

ଅଯୋଧ୍ୟା – ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସ୍ୱଦେଶୀକୁ ଅଗ୍ରାଧିକାର ଦେବାପାଇଁ ଦୀପାବଳି ଅବସରରେ ରାମ ମନ୍ଦିରର ସାଜସଜ୍ଜା ପାଇଁ ଚାଇନା ନିର୍ମିତ ଝାଲେରୀ , ଲାଇଟ୍‌ ଓ ଅନ୍ୟ ବସ୍ତୁର ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛି। ଅଯୋଧ୍ୟା ଚଳିତ ବର୍ଷ ମଧ୍ୟ ଭବ୍ୟ ଦୀପୋତ୍ସବ ପାଇଁ ପ୍ରସ୍ତୁତ ହୋଇଛି। ଏହି ରାମ ନଗରୀରେ ଦୀପୋତ୍ସବର ଆୟୋଜନର ୮ମ ସଂସ୍କରଣ ହେବ। ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଏହା ପ୍ରଥମ ଦୀପୋତ୍ସବ। 

ରାମ ମନ୍ଦିର ପରିସରକୁ ଦୀପ , ଫୁଲ , ଲାଇଟ୍‌ ସମେତ ଅନ୍ୟ ଜିନିଷରେ ସଜା ଯାଉଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏକ ବୟାନରେ କହିଛି ଯେ, ଦୀପାବଳି ଅବସରରେ ରାମ ମନ୍ଦିରର ସାଜସଜ୍ଜାରେ ସ୍ଥାନୀୟ ଶିଳ୍ପ କୌଶଳକୁ ପ୍ରାଧ୍ୟାନ୍ୟ ଦେବାର ନିଷ୍ପତ୍ତି ନିଆ ଯାଇଛି। ‘ଭୋକଲ ଫର୍‌ ଲୋକଲ’ ପ୍ରୟାସ ସହ ତାଳମେଳ ରଖି ଆତ୍ମନିର୍ଭରତା (ଆତ୍ମନିର୍ଭର ଭାରତ) ଆଡ଼କୁ ପାଦ ବଢା ଯାଇଛି। ଦୀପ ଉତ୍ସବ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ପାଇଁ ପାଖାପାଖି ୧୦,୦୦୦ ପୋଲିସକର୍ମି ମୁତୟନ ହେବେ। ଏଥିରୁ ପାଖାପାଖି ଅଧା ସାଦା ପୋଷାକରେ ରହିବେ।

ରାମ ମନ୍ଦିରରେ ଚାଇନା ସାଜସଜ୍ଜା ଜିନିଷର ବ୍ୟବହାର ନକରିବାର ନିଷ୍ପତ୍ତି ବିଷୟରେ ପଚରା ଯିବାରୁ , ଅଯୋଧ୍ୟାର କମିଶନର ଗୌରବ ଦୟାଲ କହିଛନ୍ତି, ମୂଳ ରୂପେ , ଆମେ କେବଳ ସେହି ବସ୍ତୁ ଗୁଡ଼ିକୁ ବ୍ୟବହାର କରିବାକୁ ଚାହୁଁଛୁ ,ଯାହା ସ୍ୱଦେଶୀ ଓ ସ୍ଥାନୀୟ ଅଟେ। ଏହା ପଛରେ ରାମ ମନ୍ଦିର ଟ୍ରଷ୍ଟର ବିଚାର ଏହା କି ସ୍ଥାନୀୟ କାରିଗର , ସ୍ଥାନୀୟ କଳାକାର ଓ ସ୍ଥାନୀୟ ସାମଗ୍ରୀକୁ ଅଗ୍ରାଧିକାର ଦିଆଯାଉ ,ଯାହା ଅଧିକ ପରିବେଶ ଅନୁକୂଳ । 

ଏହା ପଚରା ଯାଇଥିଲା ଯେ ଲୋକଙ୍କୁ ଚାଇନା ସାମଗ୍ରୀ ବ୍ୟବହାର ନକରିବାକୁ ଏମିତି କୌଣସି ଅପିଲ ବା ନିର୍ଦ୍ଦେଶ ପ୍ରଶାସନ ପକ୍ଷରୁ ହୋଇଛି କି , ସେ କହିଛନ୍ତି , ଏହା ଲୋକଙ୍କ ଉପରେ ନିର୍ଭର କରେ । ଆମେ କାହାକୁ ବାଧ୍ୟ କରିପାରିବୁ ନାହିଁ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ( ୩୦ ଅକ୍ଟୋବର) ଅଯୋଧ୍ୟାରେ ଦୀପୋତ୍ସବର ଆୟୋଜନ କରାଯିବ। ସରକାରଙ୍କ ଲକ୍ଷ୍ୟ ଏହି ବର୍ଷ ଏକା ସାଥିରେ ସବୁଠୁ ଅଧିକ ସଂଖ୍ୟାରେ ଦୀପ ଜଳାଇ ପୁଣି ଥରେ ଗିନିଜ୍‌ ୱାର୍ଲଡ ରେକର୍ଡ କରିବାର ଅଛି। ରାମ ଲୀଳା ଓ ଅନ୍ୟ ସାଂସ୍କୃତିକ ପ୍ରଦର୍ଶନର ମଧ୍ୟ ଆୟୋଜନ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.