ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଓଡ଼ିଶାରେ ପ୍ରତ୍ନତାତ୍ତ୍ୱିକ ଖନନ ବନ୍ଦ, ୩୫ ବର୍ଷ ହେଲା ଖନନ କରିନାହିଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ

Published By : Prameya | May 31, 2025 1:20 PM

ଭୁବନେଶ୍ୱର,୩୧/୦୫: ଓଡ଼ିଶାରେ ପ୍ରତ୍ନତାତ୍ତ୍ୱିକ ଖନନ ବନ୍ଦ ।  ଖନନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବିରାମ  ଦିଆଯାଇଛି । ଯଦିଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଗତବର୍ଷ  ରତ୍ନଗିରିଠାରେ ଖନନ କରିଥିଲା,  କିନ୍ତୁ ତା’ପରେ କୌଣସି ନୂଆ ପ୍ରସ୍ତାବ  ଆସିନାହିଁ । ୨୦୨୩-୨୪ରୁ ସବୁକିଛି  ଅଟକିଯାଇଛି । ଯାହା ଚାଲିଛି ସବୁ  ପୁରୁଣା । ଆଉ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ  କେବଳ ସଂରକ୍ଷଣରେ ମାତିଛି, ଯାହା  ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । 

ଦୀର୍ଘ ୩୫ ବର୍ଷରୁ ଊଦ୍ଧ୍ୱର୍ ସମୟ  ହେବ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ  ପ୍ରତ୍ନତାତ୍ତ୍ୱିକ ଖନନ କରିନାହିଁ । ବିଭାଗରେ  ଲୋକ ନାହାନ୍ତି । ବିଭାଗୀୟ ଅଧୀକ୍ଷକଙ୍କର  କାର୍ଯ୍ୟକାଳ ପୁଣି ଏଇ ମାସରେ ସରୁଛି ।ଆଜି ସେ ସରକାରୀ ଚାକିରିରୁ  ଅବ୍ୟାହତି ନେଉଛନ୍ତି । ବାକି ଉତ୍କଳୀୟ ନୌବାଣିଜ୍ୟ ନାମକ ସଂସ୍ଥା କିଛି କିଛି  ଖନନ କାର୍ଯ୍ୟ କରୁଥିଲା, ତାହାର  ବି ସଚିବ ନାହାନ୍ତି । ଉକ୍ତ ପଦ ଗତ  ଫେବ୍ରୁଆରୀରୁ ଖାଲି ପଡ଼ିଛି । ଏସବୁ  କଥାକୁ ବୁଝିବା ପାଇଁ ୨୦୨୩ ଅକ୍ଟୋବର  ୧୯ ତାରିଖରେ ସରକାର ପ୍ରତ୍ନତତ୍ତ୍ୱ  ନିର୍ଦ୍ଦେଶାଳୟ ପ୍ରତିଷ୍ଠାକୁ ମଞ୍ଜୁରି ଦେଇ କ୍ୟାବିନେଟ୍‌ରେ ଯେଉଁ ନିଷ୍ପତ୍ତି ନେଇଥିଲେ  ତାହା ବି ପୂରା ହୋଇପାରିଲା ନାହିଁ ।  

ଦେଢ଼ ବର୍ଷ ହେଲା ନିର୍ଦ୍ଦେଶାଳୟ ପ୍ରତିଷ୍ଠା  ପାଇଁ କେବଳ ଯୋଜନା ଚାଲିଛି । ଲୋକ  ନ ଥିବାରୁ କାମ ହେଉନି ଆଉ ଆସୁଥିବା  ଟଙ୍କା ଖର୍ଚ୍ଚ ନ ହୋଇ ଫେରୁଛି । ୨୦୨୪- ୨୫ରେ ୧୫ କୋଟି ଫେରିଗଲା । ଏଥର  ସରକାର ୨୦୨୫-୨୬ରେ ସରକାର  ରାଜ୍ୟ ପ୍ରତ୍ନତତ୍ତ୍ୱକୁ ୧୫ କୋଟି ଏବଂ  ସ୍ମାରକୀ, ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୧୦ ଟଙ୍କା ବରାଦ କରିଛନ୍ତି । କିନ୍ତୁ ଏ ବର୍ଷ  ବି ଆସିଥିବା ଟଙ୍କାରେ ଏଯାଏଁ କୌଣସି  କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏ ସମ୍ପର୍କରେ  ପଚାରିଲେ ବିଭାଗୀୟ ଅଧିକାରୀ ଚୁପ୍‌ । 

ଗବେଷକଙ୍କ ମତରେ, ଓଡ଼ିଶାରେ  ପ୍ରତ୍ନତାତ୍ତ୍ୱିକ ଖନନ ସ୍ୱାଧୀନତା ପରବର୍ତ୍ତୀ  ସମୟରେ ଶିଶୁପାଳଗଡ଼ରୁ ଆରମ୍ଭ ହୋଇ  ଗଞ୍ଜାମର ଜଉଗଡ଼, ରତ୍ନଗିରି ବୌଦ୍ଧସ୍ଥଳୀ  ଓ ବଇଦିପୁର, ଶଙ୍କରଜଙ୍ଗ ଆଦି ପ୍ରାଗ୍‌  ଐତିହାସିକସ୍ଥଳୀରେ ୮୦ ଦଶକରେ  ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଏହି  ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା  କୋଣାର୍କ ନିକଟସ୍ଥ କୁରୁମ, ସାଲେପୁରର  ବ୍ରହ୍ମାବଣ, ଜୟଦେବ କେନ୍ଦୁଲି ପୀଠ ଓ  ଖୋର୍ଦ୍ଧାର ବଙ୍କାଡ଼ଗଡ଼ଠାରେ ଖନନ କାର୍ଯ୍ୟ  ହୋଇଥିଲା । ବିଭାଗ ଦ୍ୱାରା ୧୯୯୦- ୯୧ ପର୍ଯ୍ୟନ୍ତ କିଛି କିଛି ହେଉଥିଲା,  ତା’ପରଠୁ ଆଉ ନାହିଁ । ମାତ୍ର ୯୦  ଦଶକରେ ଏଏସ୍‌ଆଇ ଦ୍ୱାରା କଟକର  ବାରବାଟୀ ଦୁର୍ଗ, ଉଦୟଗିରି, ଲଳିତଗିରି  ବୌଦ୍ଧସ୍ଥଳୀ, ଶିଶୁପାଳଗଡ଼, ଗୋଳବାଇସୁଆବରେଇ ତାମ୍ର ପୋଷଣସ୍ଥଳୀର  ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇ ବହୁ  ନୂଆ ତଥ୍ୟ ସହ ଓଡ଼ିଶା ପର୍ଯ୍ୟଟନକୁ  ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା  ଗ୍ରହଣ କରାଯାଇଥିଲା । ଏତଦ୍‌ ବ୍ୟତୀତ  ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ଉତ୍କଳୀୟ  ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ  ଗବେଷଣା ପ୍ରତିଷ୍ଠାନ, ପୁନେ ସ୍ଥିତ  ଡେକାନ ବିଶ୍ୱବିଦ୍ୟାଳୟ, ଉତ୍କଳ  ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ଓ ନୃତତ୍ତ୍ୱ  ବିଭାଗ, ରେଭେନ୍ସା, ସମ୍ବଲପୁର,  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର  ଇତିହାସ ବିଭାଗ ଦ୍ୱାରା ପ୍ରତ୍ନତାତ୍ତ୍ୱିକ  ଖନନ କାର୍ଯ୍ୟ ହୋଇଛି । 

ଏ ସମସ୍ତ ଭିତରେ ଉତ୍କଳୀୟ  ନୌବାଣିଜ୍ୟ ସଂସ୍ଥା ମାଣିକପାଟଣା,  ପାଲୁର ଓ ବାଲେଶ୍ୱରର ଓଳାନ୍ଦଜ  ସାହି ନୌବାଣିଜ୍ୟସ୍ଥଳୀର ଖନନ କାର୍ଯ୍ୟ କରିଛି । ଏହା ସହ ସଂସ୍ଥା ଦ୍ୱାରା  ଯାଜପୁରର ରାଧାନଗର ଓ ବାଲେଶ୍ୱରର  ଦୁର୍ଗାଦେବୀ ପ୍ରାଚୀନ ସହରର ଓ  ଲାଙ୍ଗୁଡ଼ି, କାଏମା, ଦେଉଳି, ବଜ୍ରଗିରି ଓ  ଜଟଣୀ ଆରାଗଡ଼ ବୌଦ୍ଧସ୍ଥଳୀର ଖନନ  କରିଛି । ଏଠାରୁ ମିଳିଥିବା ବସ୍ତୁକୁ ରାଜ୍ୟ  ସଂଗ୍ରହାଳୟରେ ନୌବାଣିଜ୍ୟ ଗ୍ୟାଲେରୀ  ଓ ଚଣ୍ଡୀଖୋଲ ନିକଟ ତରାପୁରଠାରେ  ଏକ ଶାଖା ସଂଗ୍ରହାଳୟ ପ୍ରତିଷ୍ଠା କରି  ରଖାଯାଇଛି । 

 ସୂଚନାଯୋଗ୍ୟ, ୧୯୬୫ରୁ ରାଜ୍ୟ  ପ୍ରତ୍ନତତ୍ତ୍ୱ ବିଭାଗ ଦୀର୍ଘ ୬୦ ବର୍ଷ ଧରି  କାର୍ଯ୍ୟ କରିଆସୁଛି । ଓଡ଼ିଶା ପ୍ରାଚୀନ  ସ୍ମାରକୀ ସଂରକ୍ଷଣ ଆଇନ୍‌-୧୯୫୬  ଅନୁଯାୟୀ ବିଭାଗ ପକ୍ଷରୁ ୨୨୨ରୁ ଅଧିକ  ସ୍ମାରକୀ ଓ ଐତିହ୍ୟସ୍ଥଳର ସଂରକ୍ଷଣ,  ସୁରକ୍ଷା ଓ ସର୍ଭେ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.