ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

କାମରୁ ବ୍ରେକ୍‌ ନିଅ ...ଏବଂ ଯାଇ ଦେଖ : ଆନନ୍ଦ ମହିନ୍ଦ୍ରା କାହିଁକି କହିଲେ ଏମିତି କଥା ...ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ଅର୍ଥ ଜାଲରେ ଫସି ମଣିଷ ବହୁତ କିଛି ହରାଇ ବସେ। ନିଜ କ୍ୟାରିୟରରେ ନିଜକୁ ବ୍ୟସ୍ତ ରଖିବାରେ ମଣିଷ ଅନେକ ଅନୁଭବ ଓ ସୁଖରୁ ବଞ୍ଚିତ ରହିଯାଏ। ଏମିତି କୁହାଯାଏ କି, ଲୋକେ ନିଜ ଚାରିପଟ ପ୍ରକୃତିର ସୁନ୍ଦରତାର ଆନନ୍ଦ ନେବାରେ ଅସମର୍ଥ ରହିଯା'ନ୍ତି। ଆନନ୍ଦ ମହିନ୍ଦ୍ରା ଏକ୍ସରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି , ଏମିତି ଜୀବନ ପାଇଁ ଲୋକଙ୍କୁ ନିଜ କାମରୁ କିଛି ସମୟ ନିଶ୍ଚୟ ବ୍ରେକ୍‌ ନେବା ଉଚିତ୍‌ । ଏହି ଭିଡ଼ିଓ ଏବେ ଭାଇରାଲ ହେଉଛି।

ସେ ମହାରାଷ୍ଟ୍ରର ସବୁଠୁ ଉଚ୍ଚ ପର୍ବତ କଲସୁବାଇର ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓ ପାହାଡ଼ରୁ ସିଡି ଦ୍ୱାରା ଓହ୍ଲାଇବା ସମୟରେ ରେକର୍ଡ କରାଯାଇ ଥିଲା। ପାହାଡ଼କୁ ଛୁଉଁଥିବା ବାଦଲ ଓ ଚମକୁ ଥିବା ସୂର୍ଯ୍ୟ ସହ ପୂରା କ୍ଷେତ୍ର ଅନ୍ୟ ଏକ ଦୁନିଆ ଭଳି ଦେଖାଯାଉଛି। ଏଥିରୁ ଜଣାପଡ଼ୁଛି କି ପ୍ରକୃତିର ସୁନ୍ଦରତା କେତେ ମହାନ। ଆନନ୍ଦ ମହିନ୍ଦ୍ରାଙ୍କ ଏହି ଭିଡ଼ିଓରେ ଅନେକ ଲୋକ ଖୁବ୍ ସୁନ୍ଦର କମେଣ୍ଟ କରିଛନ୍ତି।

 


ଭିଡ଼ିଓ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି , ଏହା ମହାରାଷ୍ଟ୍ରର କଲସୁବାଇ ପର୍ବତ। ଏହା ଇଗତପୁରୀରେ ଆମର ଇଞ୍ଜନ କାରଖାନା ନିକଟରେ ଅଛି। ଇଗତପୁରୀ ଅନେକ ଥର ଯାଇଛି, କିନ୍ତୁ ପାହାଡ ଉପରେ ଥିବା ଏହି ସ୍ଥାନ ବିଷୟରେ କେବେ ଶୁଣି ନଥିଲି। ସେ ପରାମର୍ଶ ଦେଇଛନ୍ତି କି ଏମିତି ଅଦ୍ଭୁତ ଦୃଶ୍ୟକୁ ଦେଖିବା ଓ ଆନନ୍ଦ ନେବାକୁ ପ୍ରତିଦିନର ଧାଁଦୌଡ଼ର ଜୀବନରୁ କିଛି ସମୟ ବ୍ରେକ୍ ନେବା ଉଚିତ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.