ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ସରି ଆସିଲାଣି ଭୂତଳ ଜଳ, ୫ ବର୍ଷ ପରେ ଜଳଶୂନ୍ୟ ହୋଇଯିବ କାବୁଲ

Published By : Rasmita Pradhan | July 29, 2025 3:30 PM

ନୂଆଦିଲ୍ଲୀ, ୨୯/୦୭ : ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ। ସରି ଆସିଲାଣି ଭୂତଳ ଜଳ। ଦ୍ରୁତ ସହରୀକରଣ ଯୋଗୁଁ ଶୁଖିଯାଉଛି ଜଳଉତ୍ସ। ଶୁଷ୍କ ହେଉଛି ମାଟି। ଆଉ ମାତ୍ର ୫ ବର୍ଷର ଅପେକ୍ଷା। ୨୦୩୦ ବେଳକୁ ଜଳଶୂନ୍ୟ ହୋଇଯିବ କାବୁଲ। ପାଲଟିବ ମରୁଭୂମିର ସହର। ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ଲୋକେ। ପ୍ରଥମ ଜଳଶୂନ୍ୟ ରାଜଧାନୀ ଭାବେ ଅପକୀର୍ତ୍ତି ମୁଣ୍ଡାଇବ କାବୁଲ। ମାନବବାଦୀ ସ୍ଵେଚ୍ଛାସେବୀ ସଙ୍ଗଠନ 'ମର୍ସି କର୍ପସ' ଦ୍ଵାରା ପ୍ରକାଶିତ ରିପୋର୍ଟରୁ ଭୟାନକ ଖୁଲାସା। 

ଆଫଗାନିସ୍ତାନର କାବୁଲର ଜନସଂଖ୍ୟା ପ୍ରାୟ ୬୦ ଲକ୍ଷ। ଅଣ୍ଡରଗ୍ରାଉଣ୍ଡ୍ ୱାଟର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏଠାକାର ଲୋକ। ହିନ୍ଦୁ କୁଶ ପାହାଡ଼ରେ ଥିବା ଗ୍ଲେସିଅର ତରଳି ଏହି ଜଳ ଆସେ। ହେଲେ ଗତ କିଛି ବର୍ଷ ହେବ ଏହି ଜଳସ୍ରୋତ ଦ୍ରୁତ ଗତିରେ କମିବାରେ ଲାଗିଛି। ଦୁର୍ବଳ ଜଳ ସମ୍ପଦ ପରିଚାଳନା, ଦ୍ରୁତ ସହରୀକରଣ  ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଳଉତ୍ସ ଧୀରେ ଧୀରେ ଶୁଖି ଯାଉଛି। ଖାଲି ସେତିକି ନୁହେଁ କାବୁଲରେ ଜଳଭଣ୍ଡାର ଗୁଡ଼ିକ ମଧ୍ୟ ଶୁଷ୍କ ହେବାକୁ ବସିଲାଣି। ଏଥି ସହ ସେଠାରେ ପ୍ରଦୂଷଣ ଓ ଭିତ୍ତିଭୂମି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଭୂତଳ ଜଳର ମାନ କମୁଥିବାରୁ ପିଇବାକୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ। 

କାବୁଲରେ ପ୍ରତିବର୍ଷ ଜଳ ଉତ୍ତୋଳନ ପରିମାଣ ୧୫୦ କୋଟି ଘନଫୁଟ ଅତିକ୍ରମ କରିଛି। ଗତ ଦଶନ୍ଧି ମଧ୍ୟରେ କାବୁଲର ଜଳଭଣ୍ଡାର ସ୍ତର ୧୦୦ ଫୁଟକୁ ଖସି ଆସିଛି। କିଛି ପରିବାର କେବଳ ପାଣି ପାଇଁ ସେମାନଙ୍କ ଆୟର ୩୦% ଖର୍ଚ୍ଚ କରୁଛନ୍ତି। ତେବେ କାବୁଲ ପ୍ରଥମ ସହର ନୁହେଁ, ଏହା ପୂର୍ବରୁ ୨ଟି ପ୍ରମୁଖ ସହରରେ ଏଭଳି ସ୍ଥିତି ଉପୁଜିଛି। ୨୦୧୮ରେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍ ସହର ଜଳଶୂନ୍ୟ ଯୋଗୁଁ ପ୍ରାୟ ମରୁଡ଼ି ହେବାକୁ ବସିଥିଲା। ସେହିପରି ୨୦୧୯ରେ ଭାରତର ଚେନ୍ନାଇ ସହରର ୪ଟି ପ୍ରମୁଖ ଜଳଭଣ୍ଡାର ଶୁଖିଯାଇଥିଲା। ହେଲେ କଠୋର କଟକଣା ଓ ଜଳ ସଞ୍ଚୟ ଅଭିଯାନ ଯୋଗୁଁ ଜଳଶୂନ୍ୟ ସହର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ଏଭଳି ଦୁର୍ବଳ ଜଳ ସମ୍ପଦ ପରିଚାଳନା ହେଲେ ଆଉ ୫ ବର୍ଷ ଭିତରେ କାବୁଲ ଶୁଷ୍କ ହୋଇଯିବ। ମରୁଭୂମିର ସହର ପାଲଟିବ। କୃଷି କାର୍ଯ୍ୟ ଓ ଖାଦ୍ୟ ସୁରକ୍ଷା ଗଭୀର ଭାବେ ପ୍ରଭାବିତ ହେବ। ଜୀବନଯାପନ ଖର୍ଚ୍ଚ ବଢିଯିବ। ପ୍ରାୟ ୩୦ ଲକ୍ଷ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେବେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.