ପ୍ରତାପ ଗଡ଼ : ପ୍ରତାପଗଡ଼ ସ୍ଥିତ କୁଣ୍ଡାର ଭକ୍ତି ଧାମ ମନଗଡ଼ର ସଂସ୍ଥାପକ ତଥା ମଥୁରାର ପ୍ରେମ ମନ୍ଦିରର ଜଗଦଗୁରୁ କୃପାଳୁ ମହାରାଜଙ୍କ ତିନି ଝିଅଙ୍କ ସହ ବଡ଼ ଦୁର୍ଘଟଣା ଘଟିଛି। ଦିଲ୍ଲୀ ଯାଉଥିବା ସମୟରେ ଯମୁନା ଏକ୍ସପ୍ରେସ୍ୱେରେ ତାଙ୍କର କାର୍କୁ ଏକ କ୍ୟାଣ୍ଟର ଓଭରଟେକ୍ କରିବା ସମୟରେ ଓଲଟି ପଡ଼ିଛି। ଏଥିରେ କାରରେ ବସି ଥିବା ଜଗଦଗୁରୁଙ୍କର ସବୁଠୁ ବଡ଼ ଝିଅ ବିଶାଖା ତ୍ରିପାଠୀଙ୍କର ମୃତ୍ୟୁ ହୋଇଛି। ଆଉ ଦୁଇ ଜଣ ଝିଅ କୃଷ୍ଣା ଓ ଶ୍ୟାମା ଆହତ ହୋଇଛନ୍ତି। ତାଙ୍କର ଆଉ ୪ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଦିଲ୍ଲୀର ଅପୋଲୋ ହସ୍ପିଟାଲକୁ ନିଆଯାଇଛି।
ଦୁର୍ଘଟଣାର ସୂଚନା କୁଣ୍ଡାର ମନଗଡ଼ ଆଶ୍ରମରେ ପହଞ୍ଚିବା ପରେ ଶୋକର ଲହରୀ ଖେଳି ଯାଇଛି। ମନଗଡରେ ତିନିଦିନିର ଶୋକ ଘୋଷିତ କରାଯାଇଛି। ବିଶାଖାଙ୍କର ପାର୍ଥିକ ଶରୀର ଆଜି ( ରବିବାର) ସନ୍ଧ୍ୟାରେ ବୃନ୍ଦାବନର ପ୍ରେମ ମନ୍ଦିରକୁ ଅଣାଯିବ। ତାପରେ ଅନୁଗାମୀଙ୍କ ଦର୍ଶନ ପାଇଁ ରଖାଯିବ। ସୋମବାର ଯମୁନା ତଟରେ ଅନ୍ତିମ ସଂସ୍କାର ହେବ। କୃପାଳୁ ମହାରାଜଙ୍କର ମୃତ୍ୟୁ ମଧ୍ୟ ଦୁର୍ଘଟଣାରେ ହୋଇଥିଲା।
ଲାଇଭ ହିନ୍ଦୁସ୍ତାନରେ ପ୍ରକାଶିତ ସୂଚନା ଅନୁସାରେ, କୁଣ୍ଡାର ଭକ୍ତି ଧାମ ମନଗ଼ଡ଼ର ସଂସ୍ଥାପକ ଜଗଦଗୁରୁ କୃପାଳୁ ମହାରାଜଙ୍କର ତିନି ଝିଅ ଭକ୍ତି ଧାମ କୃପାଳୁ ପରିଷଦର ଅଧ୍ୟକ୍ଷ ୭୨ ବର୍ଷିୟ ଡା. ବିଶାଖା ତ୍ରିପାଠୀ , ୬୮ ବର୍ଷିୟ ଡା.କୃଷ୍ଣା ତ୍ରିପାଠୀ ଓ ୬୬ ବର୍ଷିୟ ଡା. ଶ୍ୟାମା ତ୍ରିପାଠୀ , ଶନିବାର ରାତିରେ ଦୁଇଟି ଗାଡ଼ିରେ ଦିଲ୍ଲା ଯାଉଥିଲେ। ଆଗରେ ଯାଉଥିବା ଗାଡ଼ିରେ ବିଶାଖାଙ୍କ ସହ ବୃନ୍ଦାବନର ବ୍ୟବସ୍ଥାପକ ସଞ୍ଜୟ ଓ ମହିଳା ସେବାଦାର ଥିଲେ। ବ୍ୟବସ୍ଥାପକ ସଞ୍ଜୟ ହିଁ ଗାଡ଼ି ଚଲାଉ ଥିଲେ। ପଛରେ ଯାଉ ଥିବା ଗାଡ଼ିରେ କୃଷ୍ଣା ଓ ଶ୍ୟାମା ବସିଥିଲେ। ଗାଡ଼ିକୁ ସେବାଦାର ଦୀପକ ଚଲାଉ ଥିଲେ। ଆଗ୍ରାର ଆଗରେ ଯମୁନା ଏକ୍ସପ୍ରେସ୍ୱେରେ ନୋଏଡାର ଦନକୌର ଥାନା ଅଞ୍ଚଳରେ ରାତି ପାଖାପାଖି ୩ଟାରେ ପଛରୁ ଆସିଥିବା ଏକ କ୍ୟାଣ୍ଟର ଏହି ଦୁଇ ଗାଡ଼ିକୁ ଓଭରଟେକ୍ କରିଥିଲା ଏବଂ ହଠାତ୍ ନିୟନ୍ତ୍ରଣ ହରାଇ ପ୍ରଥମ କାର ଉପରେ ପଲଟି ଗଲା। ଏହି ମଧ୍ୟରେ ପଛରୁ ଆସିଥିବା ଅନ୍ୟ ଗାଡ଼ିକୁ ସେ ମଧ୍ୟରେ ପଶି ଗଲା।
ଏହାପରେ ଆଖପାଖରେ ଥିବା ଲୋକେ ତୁରନ୍ତ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ସମସ୍ତଙ୍କୁ ଉଭୟ ଗାଡିରୁ ବାହାର କରି ଦିଲ୍ଲୀର ଅପୋଲୋ ହସ୍ପିଟାଲ ନେଇ ଗଲା। ସେଠାରେ ଡାକ୍ତର ବିଶାଖା ତ୍ରିପାଠୀଙ୍କୁ ମୃତ ଘୋଷିତ କରିଥିଲେ। ଅନ୍ୟ ଆହତଙ୍କଚିକିତ୍ସା ଚାଲୁ ରହିଛି।