ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶିକ୍ଷକ ତଥା ମଞ୍ଚ ଅଭିନେତା ନରେନ୍ଦ୍ର କହଁରଙ୍କ ପରଲୋକ

Published By : Swapna Ray | November 1, 2024 4:08 PM

ଫିରିଙ୍ଗିଆ, ୧।୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ଆଦର୍ଶ ଶିକ୍ଷକ ତଥା ମଞ୍ଚ ଅଭିନେତା ନରେନ୍ଦ୍ର କହଁରଙ୍କ ଗୁରୁବାର ଅପରାହ୍ନ ୫ଟାରେ ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା I ସେ ଦୀର୍ଘ ୮ ମାସ ହେଲା କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ I ତେବେ ସ୍ୱର୍ଗତ ନରେନ୍ଦ୍ର କହଁର ଜଣେ ଅମାୟିକ ବ୍ୟକ୍ତିତ୍ୱ ହୋଇଥିବା ବେଳେ ସେ ଜଣେ ଆଦର୍ଶ ଶିକ୍ଷକ ମଧ୍ୟ ଥିଲେ I ଏହାସହ ସେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନମାନଙ୍କ ସହ ଜଡ଼ିତ ଥିବା ବେଳେ ଜଣେ ଉତ୍ତମ ମଞ୍ଚ ଅଭିନେତା ଭାବରେ ସାରା କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲେ I ସେ ଫିରିଙ୍ଗିଆ ଦଣ୍ଡ ର ଅଧିକାରୀ ଭାବରେ ଦୀର୍ଘ ବର୍ଷଯାଏ କାର୍ଯ୍ୟକରି ଆସୁଥିଲେ I ତାଙ୍କର ହଠାତ୍ ଦେହାନ୍ତ ଖବର ପ୍ରଚାରିତ ହେବାପରେ ସାରା ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ କରିବା ପାଇଁ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ଼ ଦେଖୁବାକୁ ମିଳିଥିଲା I 

ସେପଟେ ତାଙ୍କ ନିଜ ଘର ଫିରିଙ୍ଗିଆର ନାହାଣାଗାଁ ମସାଣିରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଫିରିଙ୍ଗିଆର ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର, ଦଣ୍ଡ କମିଟି ସଭାପତି ଜୟ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷକ ବିଶ୍ଵବନ୍ଧୁ କହଁର, ସାମ୍ବାଦିକ ସୁବ୍ରତ ମହାନ୍ତି,ୱାର୍ଡ ସଭ୍ୟ ରାଜକିଶୋର ପ୍ରଧାନ, ପଲ୍ଲିଶ୍ରୀ କଳାକାର ସଂଘର ବହୁ ଯୁବ କଳାକାର, ଦଣ୍ଡ କମିଟିର ବହୁ ସଦସ୍ୟ, ନାହଣା ଓ ଘାଟିସାହିର ବହୁ ଗ୍ରାମବାସୀଙ୍କ ସହ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଶିକ୍ଷକ ଓ ତାଙ୍କର ବହୁ ଆତ୍ମୀୟସ୍ୱଜନ ଅନ୍ତିମ ସାଂସ୍କାର ପାଇଁ ମସାଣିରେ ଉପସ୍ଥିତ ଥିଲେ I ସ୍ୱର୍ଗତ ନରେନ୍ଦ୍ର କହଁରଙ୍କ ବଡ଼ ଭାଇ ପକନା କହଁର ମୁଖାଗ୍ନି ଦେଇଥିଲେ I 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.