ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ “ମେକ୍ ଇନ୍ ଇଣ୍ଡିଆ”କୁ ପୁଟିନଙ୍କ ପ୍ରଶଂସା; ଭାରତରେ ନିବେଶ ପାଇଁ ଦେଲେ ଆହ୍ୱାନ

Published By : Bijay Swain | December 5, 2024 11:47 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପଲିସିକୁ ପ୍ରଶଂସା କଲେ ଋଷ ରାଷ୍ଟ୍ରପତି ଭ୍ଲଦିମିର ପୁଟିନ।  ଗତ ଗୁରୁବାର ଦିନ ପୁଟିନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଋଷିଆ ଭାରତରେ ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛନ୍ତି। ଖାଲି ପୁଞ୍ଜି ନୁହେଁ ଭାରତରେ ଋଷିଆ ନିଜର ମାନୁଫ୍ୟାକଚରିଂ ୟୁନିଟ ସ୍ଥାପନ କରିବ ବୋଲି ମଧ୍ୟ କହିଛନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର ଋଷିଆ ଗ୍ରସ୍ଥରେ ଯାଇଥିବା ବେଳେ ଏହା ଦୁଇଦେଶ ମଧ୍ୟରେ ଅର୍ଥନୈତିକ ସମ୍ବଦ୍ଧକୁ ଦର୍ଶାଉଛି।  

ମସ୍କୋରେ ଆୟୋଜିତ ୧୫ତମ ଭିଟିବି ଋଷିଆ କଲିଙ୍ଗ ଇନଭେଷ୍ଟମେଣ୍ଟ ଫୋରମରେ ଯୋଗ ଦେଇଥିଲେ ପୁଟିନ। ଏହି ଫୋରମରେ ଯୋଗଦେଇ ନରେନ୍ଦ୍ର ମୋଦିଙ୍କ ଇଣ୍ଡିଆ ଫାଷ୍ଟ ନୀତିକୁ ବହୁ ପ୍ରଶଂସା କରିଥିଲେ ପୁଟିନ। ଭାରତର ମେକ୍ ଇନ୍ ଇଣ୍ଡିଆ ପ୍ରୋଗାମ ଋଷିଆର ଇମପୋର୍ଟ ସବଷ୍ଟିଟ୍ୟୁସନ ସହ ପ୍ରାୟ ସମାନ ବୋଲି ସେ କହିଛନ୍ତି। ଏହା ସହ ମେକ୍ ଇନ୍ ଇଣ୍ଡିଆ ପ୍ରୋଗ୍ରାମକୁ ବିଶ୍ୱର ସବୁଠୁ ଭଲ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ବୋଲି କହିଛନ୍ତି ପୁଟିନ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ମସିହାରେ ଋଷିଆ ଓ ଭାରତ ମଧ୍ୟରେ ଦ୍ୱିପାଖିକ ବାଣିଜ୍ୟିକ କାରବାର ୬୬ ବିଲିୟନ ଡଲାରରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହି ବାଣିଜ୍ୟିକ କାରବାର ୧୦୦ ବିଲିୟନ ଡଲାର ପାର କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ରେଲୱେ, ଫାର୍ମାସୁଟିକାଲ, ଇନଫର୍ମେସନ ଟେକ୍ନୋଲୋଜି, ଏଭିଏସନ ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ ଆଶାତୀତ ଅଭିବୃଦ୍ଧି ପରିଲକ୍ଷିତ ହେବ।  

"ଆମ ଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ସମାନ କାର୍ଯ୍ୟକ୍ରମ ଅଛି ଯାହାର ନାମ ମେକ୍ ଇନ୍ ଇଣ୍ଡିଆ ରହିଛି। ଆମେ ମଧ୍ୟ ଭାରତରେ ଆମର ମାନୁଫାକଚରିଂ ୟୁନିଟ ସ୍ଥାପନ କରିବାକୁ ପ୍ରସ୍ତୁତ ଅଛୁ। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡିଆ ଫାଷ୍ଟ ନେତୃତ୍ୱରେ ଭାରତ ସରକାରଙ୍କ ସ୍ଥିତି ସୁଦୃଢ ରହିଛି। ଆମେ ବିଶ୍ୱାସ କରୁ ଯେ ଭାରତରେ ପୁଞ୍ଜି ନିବେଶ କରିବା ବହୁ ଲାଭଦାୟକ” ବୋଲି ରାଷ୍ଟ୍ରପତି ପୁଟିନ କହିଛନ୍ତି। ଋଷିଆର ତୈଳ ବିତରଣକାରୀ ସଂସ୍ଥା ରୋଷନେଫ୍ଟ ଭାରତରେ ବହୁ ଜଲଦି ୨୦ ବିଲିୟନ ଡଲାରର ପୁଞ୍ଜି ନିବେଶ କରିବାକୁ ଯାଉଛି ବୋଲି ପୁଟିନ ଘୋଷଣା କରିଛନ୍ତି। 

ପୁତିନ ବ୍ରିକ୍ସ ଦେଶ ଗୁଡିକୁ ସମ୍ବୋଧିତ କରିବା ସହ ସମସ୍ତ ବ୍ରିକ୍ସ ଦେଶ ଏସଏମଇର କ୍ଷେତ୍ରକୁ ବିକାଶ କରିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ବ୍ରାଜିଲରେ ହେବାକୁ ଥିବା ପରବର୍ତ୍ତୀ ବ୍ରିକ୍ସ ସମ୍ମିଳନିରେ  ଏସଏମଇରେ ଥିବା ବିକାଶ ଓ ବିବାଦ ଉପରେ ଆଲୋଚନା କରାଯିବ ବୋଲି ପୁତିନ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.