କୋଣାର୍କ,୨୨।୧୦(ଆପ୍ର) ; ସମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ୩ ଦିନ କୋଣାର୍କ ମନା କରାଯାଇଛି। ଆସନ୍ତା ୨୩,୨୪,୨୫ ତାରିଖ ତିନି ଦିନ କୋଣାର୍କ ପର୍ଯ୍ୟଟକଙ୍କୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କୋଣାର୍କ ଏନ୍ଏସି ତତ୍ପର ହୋଇଉଠିଛି। ବାତ୍ୟା ଦାନାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି। ପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ପ୍ରଶାସନ ପକ୍ଷରୁ ପ୍ରଚାର ଗାଡ଼ିରେ କୋଣାର୍କ ଓ ଚନ୍ଦ୍ରଭାଗାରେ ବାତ୍ୟା ସଚେତନତା କରାଯାଇଥିଲା। କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଣାର୍କ ଓ ଚନ୍ଦ୍ରଭାଗାରେ ରହିବାକୁ ପ୍ରଶାସନ ବାରଣ କରିଛି।
ଆସନ୍ତା ୨୩,୨୪,୨୫ ତାରିଖ ତିନି ଦିନ ପର୍ଯ୍ୟନ୍ତ ଏଠାରେ ଥିବା ବିଭିନ୍ନ ଲଜ,ଧର୍ମଶାଳା, ହୋଟେଲ, ଗେଷ୍ଟ ହାଉସ ଓ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ ନାହଁ। ଏନେଇ କୋଣାର୍କ ବଜାର ସମେତ ଚନ୍ଦ୍ରଭାଗାରେ ପ୍ରଚାର କରାଯାଉଛି। ସେହିଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ରନ୍ଧନ ଗ୍ୟାସ ପାଇଁ ଲୋକମାନେ ଭିଡ଼ ଲଗାଇଛନ୍ତି।