ମାଲକାନଗିରି/ମାଥିଲି, ୨୦/୧୧ (ଆପ୍ର ) : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫ ରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଆଜି ଚଢାଉ କରାଯାଇଥିଲା। ଉକ୍ତ ଚଢାଉ ବେଳେ ୨୪ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ୩୬୦୦୦ ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ତିନି କୋଟି ଷାଠିଏ ଲକ୍ଷ ଟଙ୍କା ହେବ।
ଏନେଇ ମାଥିଲି ଅବକାରୀ ଥାନା ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ରିପୋର୍ଟ ମିଳିବା ପରେ ଅବକାରୀ ବିଭାଗ ତରଫରୁ ଚାଷୀ କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି. ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା କହିଛନ୍ତି।
ଏହି ଚଢ଼ଉ ସମୟ ରେ ଅବକାରୀ ଉପ ଅଧିକ୍ଷକ ଟଙ୍କଧର ଭୋଇ ,ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ,ସବ୍ ଇନ୍ସପେକ୍ଟର ଅଶେଷ କୁମାର ନାୟକ ,ଅମିୟ କୁମାର ଖଞ୍ଜା ,ଦୀପକ କୁମାର ସାମଲ,ରମେଶ ଚନ୍ଦ୍ର ସାହୁକାର,ହେମନ୍ତ ବାଘ, ଏଏସଆଇ ରାମ ଚନ୍ଦ୍ର ହନ୍ତାଳ, ସୁରେନ୍ଦ୍ର ମାଝୀ, ଜେମସ ମାଲଖମ୍ ସାହୁ ଓ ସମସ୍ତ ଅବକାରୀ ଥାନା ର କନେଷ୍ଟବଳ ମାନେ ଉପସ୍ଥିତ ରହି ଗଞ୍ଜେଇ ଗଛଗୁଡିକୁ କାଟିବା ସହିତ ପୋଡି ନଷ୍ଟ କରିଛନ୍ତି।