ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

୨୦୨୫ ରେ ହେବ ୨ଟି ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଲାଗିବ...

ନୂଆଦିଲ୍ଲୀ, ୦୨/୧୨: ଆଗକୁ ଆସୁଛି ନୂଆବର୍ଷ । ସମସ୍ତେ ୨୦୨୫ର ଆଗମନକୁ ଚାହିଁ ବସିଛନ୍ତି । ବର୍ଷ ଆରମ୍ଭ ନ ହେଉଣୁ ଚର୍ଚ୍ଚାର ବିଷୟ ହେଲାଣି ଚନ୍ଦ୍ର ଗ୍ରହଣ । କାରଣ ଆସନ୍ତା ବର୍ଷ ଦୁଇଟି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହା ବିଷୟରେ ଜ୍ୟୋତିର୍ବିଦମାନେ ପୂର୍ବାନୁମାନ କରିଛନ୍ତି । ତେବେ କେଉଁ କେଉଁ ଦିନରେ ଏହି ଚନ୍ଦ୍ର ଗ୍ରହଣ ପଡ଼ିବ, ସେ ବିଷୟରେ ଆସନ୍ତୁ ଜାଣିବା ।

ଜ୍ୟୋତିଷ ଶାସ୍ତ୍ର ଉପରେ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଏହି ବର୍ଷ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ । ଆସନ୍ତା ବର୍ଷ ଦୁଇଟି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଆମେ ସମସ୍ତେ ଜାଣିଛେ ଯେ, ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିଥାଏ । ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ଏବଂ ସେ ପୃଥିବୀ ଚାରିପଟେ ନିଜ ଅକ୍ଷରେ ବୁଲିଥାଏ । ଏହାରି ଭିତରେ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ମଧ୍ୟରେ ପୃଥିବୀ ଆସିଯାଏ, ସେତେବେଳେ ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ପଡି ପାରି ନଥାଏ । ଯାହା ଫଳରେ ପୃଥିବୀର ପ୍ରତିବିମ୍ୱ ଚନ୍ଦ୍ର ଉପରେ ପଡ଼ିଥାଏ । ଏହି ଘଟଣାକୁ ଚନ୍ଦ୍ର ଗ୍ରହଣ କୁହାଯାଇଥାଏ । ଏହା କେବଳ ପୂର୍ଣ୍ଣିମା ଦିନ ହିଁ ହୋଇଥାଏ । 

୨୦୨୫ର ପ୍ରଥମ ଚନ୍ଦ୍ର ଗ୍ରହଣ ମାର୍ଚ୍ଚ ମାସର ୧୪ ତାରିଖରେ ହେବ । ଏହି ଦିନ ଚନ୍ଦ୍ର ଗ୍ରହଣ ସକାଳ ୧୦ଟା ୪୧ ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୨ଟା ୧୮ରେ ଶେଷ ହେବ । ଆସନ୍ତାବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ସେପ୍ଟେମ୍ୱର ୭ ତାରିଖରେ ହେବାକୁ ଯାଉଛି । ଏହି ଗ୍ରହଣ ରାତି ୯ଟା ୫୭ ରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୧ଟା ୨୬ ପର୍ଯ୍ୟନ୍ତ ରହିବ । ତେବେ ଆସନ୍ତା ବର୍ଷର ଏହି ଦୁଇଟି ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ବୋଲି ଜ୍ୟୋତିର୍ବିଦ ମାନେ ଆକଳନ କରିଛନ୍ତି । 

ମାର୍ଚ୍ଚ ମାସରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଭାରତର ଦେଖିବାକୁ ମିଳିବ ନାହିଁ । ଏହା କେବଳ ଆମେରିକା, କାନାଡ଼ା ଏବଂ ଦକ୍ଷିଣ ଆମେରିକୀୟ ମହାଦ୍ୱୀପରେ ଦୃଶ୍ୟମାନ ହେବ । ଏହା ସହ ଉତ୍ତର ଆଫ୍ରିକାର ପଶ୍ଚିମ ତଟରେ ସକାଳ ସମୟରେ ଏହି ଗ୍ରହଣ ଦେଖା ଦେଇପାରେ । ତେବେ ସେପ୍ଟେମ୍ୱର ମାସରେ ହେବାକୁ ଥିବା ଗ୍ରହଣକୁ ଭାରତବାସୀ ଦେଖି ପାରିବେ । ଏହା ସହ ଏସିଆ, ଅଷ୍ଟ୍ରେଲିଆ, ନ୍ୟଜିଲାଣ୍ଡ ଏବଂ ଆମେରିକାର ଅନେକ ସ୍ଥାନରେ ମଧ୍ୟ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.