ପ୍ରମୂଖ ଖବର
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୧୦୦ କେଜି ଗଞ୍ଜେଇ ସହ ୪ ବାଇକ ଜବତ

Published By : Suraj Kumar | June 11, 2025 7:12 PM

 କଣ୍ଟାମାଳ,୧୧।୬ :  ଘଣ୍ଟାପଡ଼ା(ମାଣ୍ଡିଆଯୋର)- କୋଡ଼ିବାହାଲ ରାସ୍ତା ମଝିରେ ଘଣ୍ଟାପଡା ପୁଲିସ ପୋଲିସ ଚଢାଉ କରି  ୧୦୦ କେଜି ଗଞ୍ଜେଇ  ସହ ୪ଟି ବାଇକ ଜବତ କରିଛି। ତେବେ ପୋଲିସକୁ ଦେଖି ଅଭିଯୁକ୍ତମାନେ ବାଇକ ଛାଡି ଫେରାର ହୋଇଯାଇଥିଲେ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ଘଣ୍ଟାପଡା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ  ଘଣ୍ଟାପଡ଼ା(ମାଣ୍ଡିଆଯୋର)- କୋଡ଼ିବାହାଲ ରାସ୍ତା ମଝିରେ ଛକି ରହିଥିଲା। ଅନେକ ବାଇକରେ ଗଞ୍ଜେଇ ଧରି  ଆସୁଥିବା ଚୋରା ଚାଲାଣକାରୀ ପୁଲିସକୁ ଦେଖି ବାଇକ ଛାଡ଼ି ଚମ୍ପଟ ମାରିଥିଲେ। କେତେକ ବାଇକ ଚାଳକ ନିଜ ବାଇକ ବୁଲାଇ ଫେରାର ମାରିଥିଲେ । ୪ଟି ବାଇକ ଛାଡି ଯାଇଥିଲେ। ପୁଲିସ୍ ଉକ୍ତ ବାଇକ ଗୁଡିକରେ ବନ୍ଧାଯାଇଥିବା ଗଞ୍ଜେଇ ଓ ୪ଟି ବାଇକ ଜବତ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ମୋଟ  ୧୦୦ କେଜି ହୋଇଥିଲା। ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ପ୍ରଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.