ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ହିଟ୍‌ୱେଭ୍‌ର ଖବର ପଢୁ ପଢୁ ଚେତାଶୂନ୍ୟ ହୋଇଗଲେ ଟିଭି ଆଙ୍କର

କୋଲକାତା : ଦେଶରେ ଏହି ସମୟରେ ହିଟ୍‌ୱେଭ୍‌ର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ୪୬ ଡିଗ୍ରୀ ମଧ୍ୟରେ ପହଞ୍ଚି ଯାଇଛି। ଅପ୍ରେଲ ମାସରେ ଏତେ ଗରମ କାରଣରୁ ଲୋକେ ଖୁବ୍‌ ସମସ୍ୟାରେ ପଡ଼ି ଯାଇଛନ୍ତି। ଏକ ଟିଭି ଚ୍ୟାନେଲରେ ହିଟୱେଭ୍‌ର ନ୍ୟୁଜ୍‌ ପଢିବା ବେଳେ ଜଣେ ଆଙ୍କର ହୋଇ ଯାଇଛନ୍ତି ଚେତାଶୂନ୍ୟ। ସୂଚନା ମୁତାବିକ , ଲାଇଭ୍‌  ପ୍ରୋଗ୍ରାମ ବେଳେ ହିଁ ମହିଳା ଆଙ୍କରଙ୍କର ବ୍ଲଡ୍‌ ପ୍ରେସର କମି ଗଲା ଏବଂ ତାଙ୍କ ଆଖି ସାମନାରେ ଅନ୍ଧାର ମାଡ଼ି ଆସିଲା। ସଂପୃକ୍ତ ମହିଳା ଆଙ୍କରଙ୍କର ନାଁ ଲୋପାମୁଦ୍ରା ସିହ୍ନା ବୋଲି କୁହାଯାଉଛି।

ଦୂରଦର୍ଶନ କୋଲକାତାର କାର୍ଯ୍ୟକ୍ରମ ବେଳେ ହିଟ୍‌ୱେଭ୍‌ର ସୂଚନା ଦେବା ବେଳେ ମହିଳା ଆଙ୍କରଙ୍କର ସ୍ୱାସ୍ଥ୍ୟ ବିଗିଡି ଗଲା। ପରେ ଆଙ୍କର ନିଜେ କହିଛନ୍ତି, ଏମିତି ଲାଗିଲା ଯେମିତି ଟେଲିପ୍ରମ୍ପଟର ଫେଡ୍‌ ହୋଇ ଯାଇଛି। ଏହାପରେ ଆଖି ସାମନାରେ ଅନ୍ଧାର ଘୋଟି ଆସିଲା। ଲୋପାମୁଦ୍ରା କହିଛନ୍ତି କି, ଅଧିକ ତାତି ଓ ହଠାତ୍‌ ବ୍ଲଡ୍ ପ୍ରେସର କମି ଯିବା ଯୋଗୁଁ ସେ ଅଚେତ ହୋଇ ଯାଇ ଥିଲେ। କୁଲିଂ ସିଷ୍ଟମରେ ଖରାପ କାରଣରୁ ଷ୍ଟୁଡିଓରେ ଖୁବ୍‌ ଗରମ ଅନୁଭୂତ ହୋଇଥିଲା।

ଲୋପାମୁଦ୍ରା କହିଛନ୍ତି , ସକାଳର ବ୍ରଡକାଷ୍ଟ ପୂର୍ବରୁ ମଧ୍ୟ ତାଙ୍କର ଗଳା ଶୁଖି ଯାଉଥିଲ। ମୁଁ କେବେ ନିଜ ପାଖରେ ପାଣି ବୋତଲ ରଖେ ନାହିଁ । ଏହା ପଛେ ୧୫ ମିନିଟର ଶୋ’ ହେଉ ବା ଅଧ ଘଣ୍ଟାର। ମୋତେ କେବେ ମଝିରେ ପାଣି ପିଇବାର ଆବଶ୍ୟକ ହୋଇ ନାହିଁ। ସେ କହିଛନ୍ତି, ଯେବେ ବ୍ରଡକାଷ୍ଟ ୧୫ ମିନିଟ୍‌ର ଆଉ ରହିଥିଲା ତ ମୋ ଗଳା ଶୁଖିଗଲା , ଯେବେ ଟିଭିରେ ଭିଜୁଆଲ ଦେଖା ଯାଉଥିଲା , ମୁଁ ମ୍ୟାନେଜରଙ୍କୁ ପାଣି ମାଗିଲି। ଏହାପରେ ଲଗାତାର ତାଙ୍କର ଫେସ୍‌ ଟିଭିରେ ଆସିବାକୁ ଲାଗିଲା ଏବଂ ତାଙ୍କୁ ପାଣି ପିଇବାର ସୁଯୋଗ ମିଳିଲା ନାହିଁ । ଏଥିରେ ମଝିରେ କୌଣସି ବାଇଟ୍‌ ମଧ୍ୟ ନଥିଲା । ସେତେବେଳେ ମଝିରେ ବାଇଟ୍‌ ଆସିଲା ଓ ମୋତେ ପାଣି ପିଇବାର ସୁଯୋଗ ମିଳିଗଲା। ପାଣି ପିଇବା ପରେ କୌଣସି  ପ୍ରକାରେ ଦୁଇଟି ଷ୍ଟୋରୀ ଶେଷ କଲି ଏବଂ ଏହାପରେ ଅଚେତ ହୋଇଗଲି। ଆଉ କିଛି ମୋତେ ଦେଖା ଗଲା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.