ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କୋଭିଶିଲ୍ଡର ସାଇଡ୍‌ ଇଫେକ୍ଟ ଉପରେ ସରକାର ତୁରନ୍ତ ଦିଅନ୍ତୁ ପ୍ରତିକ୍ରିୟା : ସୌରଭ ଭରଦ୍ୱାଜ କେନ୍ଦ୍ର ଉପରେ ବର୍ଷିଲେ

ନୂଆଦିଲ୍ଲୀ – ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଙ୍ଗଳବାର କହିଛନ୍ତି , କେନ୍ଦ୍ର ସରକାରଙ୍କୁ କୋଭିଶିଲ୍ଡ ଭ୍ୟାକ୍ସିନ୍‌ର କୁପ୍ରଭାବ ସହ ଜଡ଼ିତ ସମସ୍ୟାକୁ ତୁରନ୍ତ ବନ୍ଦ କରିବା ଉଚିତ୍‌। ଆମେ ନିକଟରେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଦେଖିଛୁ, ଯେଉଁଥିରେ ଲୋକେ ତୁରନ୍ତ ଖସି ପଡ଼ିବା ଏବଂ ହଠାତ୍ ମୃତ୍ୟୁ ହେବାର ଦେଖିବାକୁ ମିଳିଥିଲା। କରୋନା ମହାମାରୀ ପୂର୍ବରୁ ଏମିତି ହେଉ ନଥିଲା। ଅନେକ ଲୋକ କୋଭିଡ୍ ଟିକା ସହ ଏହାକୁ ଯୋଡ଼ି ଦେଖୁଛନ୍ତି। ଏହା ଖୁବ୍‌ ଚିନ୍ତାଜନକ ବିଷୟ। ଏଥିରେ ସମସ୍ୟା ବ୍ୟାପି ପାରେ। କେନ୍ଦ୍ର ସରକାରଙ୍କୁ ଉକ୍ତ ମାମଲାରେ ତୁରନ୍ତ ବୟାନ ଦେବା ଉଚିତ୍‌।

ସୌରଭ ଭରଦ୍ୱାଜ କୋଭିଶିଲ୍ଡ ଭ୍ୟାକ୍ସିନ୍‌ର କୁପ୍ରଭାବ ଓ ଭାରତରେ ହେଉଥିବା ହଠାତ୍‌ ମୃତ୍ୟୁ ମଧ୍ୟରେ କଥିତ ସମ୍ୱନ୍ଧକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି । ସେ କହିଛନ୍ତି କି ଭାରତରେ କୋଟି କୋଟି ଲୋକଙ୍କୁ କୋଭିଡ୍‌ ମହାମାରୀ ବେଳେ ଏହି ଟିକା ଦିଆଯାଇ ଥିଲା। ବ୍ରିଟେନ୍‌ ଫାର୍ମାସ୍ୟୁଟିକଲ କମ୍ପାନୀ ଏଷ୍ଟ୍ରାଜେନେକା ମଧ୍ୟ ମାନିଛି ଯେ , ଏହାର କୋଭିଡ୍‌ ଟିକା ବ୍ଲଡ୍‌ କ୍ଲଟିଂ ସମ୍ୱନ୍ଧୀୟ କୁପ୍ରଭାବ ଉତ୍ପନ୍ନ କରିପାରେ। ହେଲେ ଏହି ମଧ୍ୟରେ କୌଣିସି ସମ୍ୱନ୍ଧ ହେବାର ସୂଚନା ନାହିଁ। ବ୍ରିଟେନର ଏକ ଖବରକାଗଜ କୋର୍ଟର ଡକ୍ୟୁମେଣ୍ଟ ଅନୁସାରେ ଏହି ଦାବି କରିଛି।

ଭରଦ୍ୱାଜ ଦାବି କରିଛନ୍ତି କି ,କୋଭିଶିଲ୍ଡର ସୁରକ୍ଷିତ ହେବା ସମ୍ୱନ୍ଧୀୟ ଆଶଙ୍କା ଯୋଗୁଁ ଏହି ଟିକା ଜର୍ମାନୀ , ଫ୍ରାନ୍ସ ,ସ୍ପେନ୍‌ , ଫିନଲ୍ୟାଣ୍ଡ , ନରୱେ ଓ ଡେନମାର୍କ ସହ ଅନେକ ୟୁରୋପୀୟ ଦେଶରେ ଆରମ୍ଭରୁ ପ୍ରତିବନ୍ଧିତ ରହିଛି। 

ସୌରଭ ଭରଦ୍ୱାଜ କହିଛନ୍ତି – କେନ୍ଦ୍ର ସରକାରଙ୍କୁ ଏହି ଟିକାର କଥିତ କୁପ୍ରଭାବ ସହ ଜଡ଼ିତ ସମସ୍ୟା ଗୁଡ଼ିକୁ ତୁରନ୍ତ ଦୂର କରିବା ଉଚିତ୍‌ । କାରଣ ଭାରତରେ ଲୋକଙ୍କୁ ଏହି ଟିକା ଲଗାଯାଇଛି। ଜୀବନ ହରାଇବା ଲୋକ ଅଧିକାଂଶ ଲୋକ ଯୁବ ଶ୍ରେଣୀୟ ଥିଲେ। ସରକାର ଏହି ବିଷୟରେ ବିଚାର କରିବା ଉଚିତ କି ଯଦି ଲୋକେ କୁପ୍ରଭାବର ସାମ୍ନା କରୁଛନ୍ତି ତ ଏହାକୁ କେମିତି ରୋକା ଯାଇ ପାରିବ। କହି  ରଖୁଛୁ କି ଦ ଟେଲି ଗ୍ରାଫ୍‌ର ରିପୋର୍ଟକୁ ନେଇ ଦେଶରେ ରାଜନୀତି ସରଗରମ୍‌ ହୋଇଛି। ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ କହିଛନ୍ତି କି ବିଜେପି ଭାକ୍ସିନରରେ ମଧ୍ୟ କମିଶନ ନେଇଛି । ପୂରା ରହସ୍ୟ ଖୋଲି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.