ପ୍ରମୁଖ ଖବର
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

AIରେ ଆଦିତ୍ୟନାଥଙ୍କ ଫେକ୍‌ ଭିଡ଼ିଓ କରି ସେୟାର କରିବା ମାମଲା , ନୋଏଡାରୁ ଜଣେ ବ୍ୟକ୍ତି ଗିରଫ

ନୋଏଡା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଫେକ୍‌ ଭିଡ଼ିଓ ସେୟାର କରିବା ମାମଲାରେ ଦିଲ୍ଲୀ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗି ପଡ଼ିଛି। ଏହି ମଧ୍ୟରେ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଫେକ୍‌ ଭିଡ଼ିଓ ସେୟାର କରିବା ମାମଲା ସାମନାକୁ ଆସିଛି। ରାଜଧାନୀ ଦିଲ୍ଲୀ ନିକଟ ନୋଏଡାରେ ପୁଲିସ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛି। ୟୁପି ଏସଟିଏଫ୍‌ ଏହି ସମ୍ୱନ୍ଧରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୋଗ କି ସେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏଆଇ ସାହାଯ୍ୟରେ ତିଆରି ଫେକ୍‌ ଭିଡ଼ିଓକୁ ସେୟାର କରିଛନ୍ତି।

ୟୁପି ଏସଟିଏଫ୍‌ର ଆଡିସନାଲ ଡାଇରେକ୍ଟର ଜେନେରାଲ ଅମିତାଭ ୟଶ କହିଛନ୍ତି କି, ଏହି ଭିଡ଼ିଓର ବ୍ୟବହାର ଭୁଲ୍‌ ତଥ୍ୟ ପ୍ରସାର ଓ ରାଷ୍ଟ୍ର ବିରୋଧି ଶକ୍ତିକୁ ଦୃଢ କରିବା ପାଇଁ କରାଯାଉ ଥିଲା। ଏଡିଜିପି କହିଛନ୍ତି କି ୧ ମେ’ ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କର ଫେକ୍‌ ଭିଡ଼ିଓ ଏକ୍ସରେ ପୋଷ୍ଟ କରି ଏହାକୁ ଭାଇରାଲ କରାଯାଇ ଥିଲା।

କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି କି, ଏହି ଫେକ୍‌ ଭିଡ଼ିଓକୁ ଏକ୍ସରେ @shyamguptarpswa ନାମରେ ତିଆରି ଏକ ଆକାଉଣ୍ଟରେ ସେୟାର କରାଯାଇ ଥିଲା। ଏହା ବି କୁହାଯାଉଛି କି, ଭିଡ଼ିଓକୁ ସେୟାର କରି କିଛି ଭୁଲ୍‌ ତଥ୍ୟ ଓ ଦେଶ ବିରୋଧି ଜିନିଷ ମଧ୍ୟ ସେୟାର କରାଯାଇ ଥିଲା। ଏହାପରେ ନୋଏଡାର ଏସଟିଏଫ୍‌ ୟୁନିଟ୍‌ ଏହି ମାମଲାରେ ସାଇବର କ୍ରାଇମ୍‌ ଥାନାରେ କେସ୍‌ ରୁଜୁ କରାଇଛି ଏବଂ ଏହାର ଯାଞ୍ଚ ପ୍ରକ୍ରିୟାରେ ଲାଗି ପଡ଼ିଛି। ଖୁବ୍‌ ଶୀଘ୍ର ଏସଟିଏଫର ଟିମ୍‌ ନୋଏଡା ସେକ୍ଟର ୪୯ ସ୍ଥିତ ବରୋଲାରେ ପହଞ୍ଚି, ସେଠାରୁ ସେ ଶ୍ୟାମ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ନେଇଛି।  

ସିଏମ୍‌ ଯୋଗୀ ଆଦିତ୍ୟନାଥଙ୍କର ଡିପ୍‌ଫେକ୍‌ ଭିଡ଼ିଓ ସେୟାର କରିବା ମାମଲାରେ ଶ୍ୟାମ ଗୁପ୍ତାଙ୍କୁ ଗିରଫ କରିବା ପରେ ଏବେ ପୁଲିସର ଟିମ୍‌ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଲାଗି ପଡ଼ିଛି। ଆପଣଙ୍କୁ କହି ରଖୁଛୁ କି, କିଛି ହିଁ ଦିନ ପୂର୍ବେ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହଙ୍କର ମଧ୍ୟ ଏକ ଡିପଫେକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇ ଥିଲା। ଉକ୍ତ ମାମଲାରେ ଦିଲ୍ଲୀ ପୁଲିସ କେସ୍‌ ରୁଜୁ କରିଛି ଏବଂ ମାମଲାକୁ ଗୁରୁତର ସହ ଯାଞ୍ଚ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.