ପ୍ରମୁଖ ଖବର
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ

ନୂଆଦିଲ୍ଲୀ, ୨୩/୦୪ : ମାଲେସିଆରେ ଭୟଙ୍କର ଦୁର୍ଘଟଣା। ମଙ୍ଗଳବାର ସକାଳେ ମାଲେସିଆ ନୌସେନାର ୨ଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଛନ୍ତି। ଫଳରେ ୧୦ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତଦେହ ଉଦ୍ଧାର କରାଯାଇ ଲୁମୁଟ ଆର୍ମି ବେସ୍ ହସ୍ପିଟାଲରେ ରଖାଯାଇଛି। ଶବ ଚିହ୍ନଟ ପ୍ରକ୍ରିୟା ପରେ ସେମାନଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ। 

ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟା ବେଳେ ଲୁମୁଟ ନୌସେନା ବେସ୍‌ରେ ଫେନେକ୍ ଏମ-୫୦୨-୬ ଏବଂ ଏଚଓଏମ ଏମ-୫୦୩-୩ ହେଲିକପ୍ଟର ରୟାଲ ମାଲେସିଆନ ନେଭିର ଏକ ସମାରୋହ ପାଇଁ ରିହର୍ସଲ୍ କରୁଥିଲେ। ଏହି ସମୟରେ ଗୋଟିଏ ହେଲିକପ୍ଟରର ପଙ୍ଖା ଅନ୍ୟ ହେଲିକପ୍ଟର ସହ ଧକ୍କା ହୋଇଥିଲା। ଯାହାଫଳରେ ୨ଟି ଯାକ ହେଲିକପ୍ଟର ଷ୍ଟାଡିୟମ ଗ୍ରାଉଣ୍ଡକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୧୦ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତଦେହ ଉଦ୍ଧାର କରାଯାଇ ଲୁମୁଟ ଆର୍ମି ବେସ୍ ହସ୍ପିଟାଲରେ ରଖାଯାଇଛି। ଶବ ଚିହ୍ନଟ ପ୍ରକ୍ରିୟା ପରେ ସେମାନଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ଏହି ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଦୁର୍ଘଟଣାର ଯାଞ୍ଚ୍ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.