ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ପ୍ରବଳ ବର୍ଷାରେ ଧସିଲା ଜାତୀୟ ରାଜପଥ; ଖାଇରେ ପଡ଼ିଲା ୨୩ ଗାଡ଼ି, ୩୬ ମୃତ

Image Courtesy: ndtv

 ବେଜିଂ: ଚୀନ୍‌ରେ ଲଗାଣ ବର୍ଷା ଚିନ୍ତାର କାରଣ ପାଲଟିଛି ।  ବର୍ଷା ଯୋଗୁ ଜାତୀୟ ରାଜପଥ ଧସିବା ଫଳରେ ରାସ୍ତାରେ ଖାଲ ସୃଷ୍ଟି ହୋଇଛି । ହଠାତ ରାଜପଥ ଧସିବା ଫଳରେ ସୃଷ୍ଟି ହୋଇଥିବା ଖାତକୁ ଖସି ପଡ଼ିଛି ୨୩ ଗାଡ଼ି । ଆଉ ଏଥିରେ ୩୬ ଜଣଙ୍କ ଜୀବନ ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଅଘଟଣ ଚୀନ୍‌ର ଗ୍ୱାଙ୍ଗଡଙ୍ଗର ମୈଝୁ ସହରରେ ଘଟିଛି ।

ପ୍ରବଳ ବର୍ଷା ହେତୁ ମୈଝୁ ସହର ଦେଇ ଯାଇଥିବା ଜାତୀୟ ରାଜପଥର ୧୮ ମିଟର (୫୯ ଫୁଟ୍‌) ଲମ୍ବ ରାସ୍ତା ଧସି ଯାଇଛି। ଫଳରେ ଉକ୍ତ ସମୟରେ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ୨୩ଟି ଗାଡ଼ି ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ତୁରନ୍ତ ପୋଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥ ଧସି ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଫଳରେ ଗାଡ଼ିଗୁଡ଼ିକ ଏକ ସଙ୍ଗେ ଖାଲକୁ ପଡ଼ି ଯାଇଥିବା ବେଳେ ସେଥିରୁ କିଛି ଗାଡ଼ିରେ ନିଆଁ ଲାଗି ଯାଇଥିବା ଜଣାଯାଇଛି ।

ଚୀନ୍‌ର ଗ୍ୱାଙ୍ଗଡଙ୍ଗ ଅଞ୍ଚଳରେ ପ୍ରାୟ ଦୁଇ ସପ୍ତାହ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗତ ଶନିବାର ଆସିଥିବା ପ୍ରବଳ ଝଡ଼ ତୋଫାନ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏଥିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଥିବା ବେଳେ ୧୪୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି।

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.