ପୁରୀ ୦୪/୦୫ : ୨୦୨୪ ମହାଲଢ଼େଇ ପୂର୍ବରୁ କଂଗ୍ରେସକୁ ଝଟକା। ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଥିବା ସୁଚରିତା ମହାନ୍ତି ଫେରାଇଲେ ଟିକେଟ୍। ଦୁର୍ବଳ ବିଧାନସଭା ପ୍ରାର୍ଥୀ ଓ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବା କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ରାଜ୍ୟର ଏକ ଚର୍ଚ୍ଚିତ ଲୋକସଭା ଆସନ ପୁରୀ । ଏଠାରୁ ଚଳିତ ଥର ସାଧାରଣ ନିର୍ବାଚନ ଲାଗି ବିଜେଡି ଅରୁପ ପଟ୍ଟନାୟକଙ୍କ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ଭରସା କରିଛି । ଆଉ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ କରିଥିଲା ଭରସା । ପୁରୀ ଲୋକସଭା ଲାଗି ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ଏବେ ସେ ଫେରାଇଛନ୍ତି ଟିକେଟ । ଦୁର୍ବଳ ବିଧାନସଭା ପ୍ରାର୍ଥୀ ଓ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବା କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏକ ଇମେଲ୍ ଜରିଆରେ ସୋନିଆ ଗାନ୍ଧୀ. ରାହୁଲ୍ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସଂପାଦକ କେସି ବେନୁଗୋପାଳଙ୍କୁ ଜଣାଇଛନ୍ତି ।