ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

IPL 2024: ଆଜି ଟାଇଟନ୍ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ ଭେଟ, ଦେଖିବାକୁ ମିଳିବ କିଙ୍ଗ୍‌ କୋହଲି-ପ୍ରିନ୍ସ ଗିଲ୍‌ ମୁକାବିଲା

ଅହମ୍ମଦାବାଦ,୨୮/୦୪: ଚଳିତ ଆଇପିଏଲର ୪୫ତମ ଲିଗ୍‌  ମୁକାବିଲାରେ ଘରୋଇ ଗୁଜରାଟ ଟାଇଟନ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଭେଟିବାକୁ ଯାଉଛି । ଅପରାହ୍ଣରେ ଖେଳାଯିବାକୁ ଥିବା  ଏହି ମ୍ୟାଚ୍‌ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି । ପ୍ରିୟ ବିରାଟ କୋହଲି ଓ ଶୁଭମନ ଗିଲ୍‌ଙ୍କୁ ଦେଖିବା ପାଇଁ  କ୍ରିକେଟ୍‌ ପ୍ରେମୀ ବିଶାଳ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ଏକଜୁଟ୍‌ ହେବେ । ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଥିବାରୁ ମ୍ୟାଚ୍‌ର ରୋମାଞ୍ଚ ଶିଖର ଛୁଇଁବ । 

ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇ ଯାଇଛି । କ୍ରମାନ୍ୱୟରେ ୬ଟି ମ୍ୟାଚ ପରାଜିତ ହେବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟକୁ ଫେରିଥିଲା । ଶେଷ ମ୍ୟାଚ୍‌ରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ  ହରାଇଥିଲା । ୯ଟି ମ୍ୟାଚ୍‌ ଖେଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଏପର୍ଯ୍ୟନ୍ତ  ୨ଟି ମ୍ୟାଚ୍‌ ଜିତିଛି । ଫଳରେ ଶେଷ  ୫ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିଲେ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ  କରିପାରିବ । ଟାଇଟନ୍ସ ମଧ୍ୟ ୯ଟି  

ମ୍ୟାଚ୍‌ ଖେଳିଛି ଓ ୪ଟି ବିଜୟ ସହ ୮ ପଏଣ୍ଟ ହାସଲ  କରିଛି । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଦଳକୁ ଅତି କମରେ ୩ଟି  ମ୍ୟାଚ୍‌ ଜିତିବାକୁ ହେବ । ଉଭୟ ଦଳ ଅଗଣିତ ସମର୍ଥକ ସୃଷ୍ଟି କରିଥିଲେ  ହେଁ ଉନ୍ନତ ପ୍ରଦର୍ଶନ  କରିବାରେ ବିଫଳ  ରହିଛନ୍ତି । ରବିବାର ଉଭୟ ଦଳ  ବିଜୟ ପାଇଁ ସବୁ ଶକ୍ତି ଖଟାଇବେ । ସନରାଇଜର୍ସକୁ ହରାଇବା  ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର  ମନୋବଳ ବୃଦ୍ଧି ପାଇଛି । ବିରାଟ କୋହଲି ଚମତ୍କାର ଫର୍ମରେ  ଥିବାବେଳେ ରଜତ ପାତିଦାର  ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଂକେତ । ମାତ୍ର ଟାଇଟନ୍ସକୁ  ପାୱାର ପ୍ଲେ(ପ୍ରଥମ ୬ ଓଭର) ରେ ରନ୍‌ ଗତି ବଢାଇବାକୁ ହେବ ।  

ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ  ରହିବ । ସ୍ପିନରମାନେ ମଧ୍ୟ  ପିଚ୍‌ର ଭରପୁର ଫାଇଦା ଉଠାଇ  ପାରିବେ । ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଏକାଦଶ

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌(ଅଧିନାୟକ), ରିଦ୍ଧିମାନ  ଶାହା, ସାଇ ସୁଦର୍ଶନ, ଅଜମତୁଲ୍ଲା  ଓମାରଜାଇ/କେନ ୱିଲିୟମସନ,  ଡେଭିଡ୍‌ ମିଲର, ଶାହରୁଖ ଖାନ, ରାହୁଲ  ତେୱାତିଆ, ସାଇ କିଶୋର, ରସିଦ  ଖାନ, ନୂର ଅହମ୍ମଦ, ମୋହିତ ଶର୍ମା ।  (ଇମ୍ପାକ୍ଟ ପ୍ଲେୟାର: ସନ୍ଦିପ ୱାରିୟର) । 

ରୟାଲ୍‌ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି, ଫାଫ ଡୁ  ପ୍ଲେସି(ଅଧିନାୟକ), ୱିଲ ଜ୍ୟାକ୍ସ,  ରଜତ ପାତିଦାର, କାମେରନ ଗ୍ରୀନ,  ଦିନେଶ କାର୍ତ୍ତିକ, ମହିପାଲ୍‌ ଲୋମରର,  କର୍ଣ୍ଣ ଶର୍ମା, ସ୍ୱପ୍ନିଲ ସିଂହ, ଲୋକି  ଫର୍ଗୁସନ, ମହମ୍ମଦ ସିରାଜ । (ଇମ୍ପାକ୍ଟ  ପ୍ଲେୟାର: ୟଶ ଦୟାଲ) ।

  • PrameyaOdia
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.